ମଇଁଷି ପାରି କରୁଥିବା ବେଳେ ଟାଣି ନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | July 07, 2020 IST

ପଟ୍ଟାମୁଣ୍ଡାଇ ୦୭।୦୭: କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଅଭାବନୀୟ ଘଟଣା ଘଟିଯାଇଛି । ମଇଁଷି ପାରି କରୁଥିବା ଜଣେ ଯୁବକଙ୍କୁ ନଦୀରୁ ଟାଣିନେଇଛି କୁମ୍ଭୀର । ରାଜନଗର ବାଉଁଶଗଡ଼ ନଦୀରେ ଘଟିଛି ଘଟଣା ।

ସୂଚନାଯୋଗ୍ୟ ଯେ, ୩୭ ବର୍ଷୀୟ ରଞ୍ଜନ ନିଜ କେତୋଟି ମଇଁଷି କୁ ନଦୀ ପାର ହୋଇ ଆର ପାରିକୁ ଯାଇଥିଲେ ଚରାଇବାକୁ । ଆଉ ନଦୀ ରେ ପାର ହେଉଥିବା ସମୟରେ ଏକ ବଉଳା କୁମ୍ଭୀର ରଞ୍ଜନକୁ ଧରି ପାଣି ଭିତରକୁ ଟାଣିନେଇଥିଲା । ନଦୀ କୂଳରେ ଥିବା ଲୋକ ମାନେ କୁମ୍ଭୀର କୁ ପାଟି କରି ଘଉଡାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ରଞ୍ଜନ କୁ ଉଦ୍ଧାର କରିପାରିନଥିଲେ । ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ରଞ୍ଜନ ନିଖୋଜ ଥିବା ସହିତ ଗ୍ରାମବାସୀ ଙ୍କ ଦ୍ଵାରା ଉଦ୍ଧର କାର୍ଯ୍ୟ ଜାରି ରହିଛି । ନାଳୁଆ ବର୍ତ୍ତମାନ ସୁଦ୍ଧା ପାଣି ଭିତରେ ନିଖୋଜ ରହିଛନ୍ତି  । ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.