ରାଗ ବ୍ରହ୍ମ ଚଣ୍ଡାଳ; କଳହ ନେଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ

Published By : Prameya-News7 Bureau | February 12, 2020 IST

ରାୟଗଡା ୧୨।୦୨: ସ୍ବାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ । ରାୟଗଡା ଜିଲ୍ଲା କଡିଙ୍ଗଗୁଡା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ସ୍ତ୍ରୀ ଶୋଇଥିବା ଅବସ୍ଥାରେ ସ୍ବାମୀର ଟାଙ୍ଗିଆର ଚୋଟରେ ମୃତ୍ୟୁ ହୋଇଛି । ମୃତକ ବାନାଇ ଜାକାକା ବୋଲି ଜଣାପଡିଛି । ହତ୍ୟା ଆକ୍ରମଣ ପରେ ଥାନାରେ ଆତ୍ମସମର୍ପଣ ରଲା ଅଭିଯୁକ୍ତ ସ୍ବାମୀ ସତାନା ଜାକାକା ।

{"id":223530,"sizeSlug":"large"}

କଡିଙ୍ଗଗୁଡା ଗାଁରେ ସ୍ବାମୀ ସତାନା ଓ ସ୍ତ୍ରୀ ବାନାଇ ନିଜର ବୈବାହିକ ଜୀବନ ଅତିବାହିତ କରୁଥିଲେ । କିଛି ଦିନ ଧରି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଦେଖାଦେଇଥିଲା । ମଙ୍ଗଳବାର ରାତିରେ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା । ରାତିରେ ଦୁଇଜଣ ଖାଇବା ପରେ ଶୋଇପଡିଥିଲେ । କିନ୍ତୁ ହୋଇଥିବା ଝଗଡାର ନିଆଁ ରାତିସାରା ସ୍ବାମୀ ମନରେ ଜଳୁଥିଲା । ସ୍ତ୍ରୀ ଶୋଇଥିବା ଅବସ୍ଥାରେ ଘରେ ଥିବା ଟାଙ୍ଗିଆ ନେଇ ବାରମ୍ବାର ଆକ୍ରମଣ କରିଥିଲା । ସ୍ବାମୀର ଟାଙ୍ଗିଆ ଚୋଟରେ ପ୍ରବଳ ରକ୍ତ ବାହାରିଥିଲା ।

{"id":223531,"sizeSlug":"large"}

ତେବେ ସ୍ତ୍ରୀକୁ ଆକ୍ରମଣ କରିବା ପରେ ୭କିମି ଚାଲି ଚାଲି ରାୟଗଡା  ଥାନାରେ ଘଟଣାସମ୍ପର୍କରେ ଜଣାଇଥିଲା । ପୋଲିସ ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବାନାଇଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲା । ଟାଙ୍ଗିଆ ଚୋଟରେ ପ୍ରବଳ ରକ୍ତ ବାହାରୁଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବେଚ୍ଛେଦ ପାଇଁ ପଠାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.