Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଏହି ସବୁ ସହରରେ ଆଉ ମିଳିବନି ତନ୍ଦୁରୀ ରୋଟି, ଜାଣନ୍ତୁ କାହିଁକି ଲାଗିଲା ବ୍ୟାନ୍‌?

8/02/2023 at 6:56 PM

ଭୋପାଲ ୮।୨: ତନ୍ଦୁରୀ ରୋଟିରେ ଋଚି ରଖୁଥିବା ଲୋକଙ୍କୁ ଏବେ ମଧ୍ୟପ୍ରଦେଶରେ ଆଉ ଏହି ରୋଟି ମିଳିପାରିବନି। ଭୋପାଲ, ଇନ୍ଦୋର, ଜବଲପୁର ଓ ଗ୍ୱାଲିୟରରେ ଏହି ରୋଟି ବ୍ୟାନ କରାଯାଇଛି। ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସରକାର ଏପରି ରୋଟି ପ୍ରସ୍ତୁତି ଉପରେ ରୋକ ଲଗାଇ ଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅବହେଳାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମନା ନିର୍ଦ୍ଦେଶ ଦିଆଯାଇଛି। ଏଣୁ ହାଟ ବଜାରରେ ଏପରି ରୋଟି ସେକି ବିକୁଥିବା ବେପାରୀଙ୍କ ହାତରେ ଏବେ ସରକାରୀ  ବେଡି ପଡିଯାଇଛି।  

ଉଲ୍ଲେଖଯୋଗ୍ୟ ଯେ ମଧ୍ୟପ୍ରଦେଶର ଅନେକ ସହରରେ ଏବେ ବାୟୁ ପ୍ରଦୂଷଣ ଚିନ୍ତାଜନକ ହୋଇଛି। ଏଣୁ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ସରକାର ଅଣ୍ଟାଭିଡିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ହୋଟେଲ ଓ ରେଷ୍ଟୁରାଣ୍ଟ ମାନଙ୍କରେ ତଥା ହାଟ ବଜାରରେ ତନ୍ଦୁରୀ ରୋଟି ଉପରେ ନିଷିଦ୍ଧାଦେଶ ଜାରି ହୋଇଛି। ବାୟୁ ପ୍ରଦୂଷଣକୁ ଦୃଷ୍ଚିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ମଧ୍ୟପ୍ରଦେଶ ଖାଦ୍ୟ ବିଭାଗ ଏହି ନିଷିଦ୍ଧାଦେଶ ଜାରି କରିଛନ୍ତି।

ଜାରି ଆଦେଶରେ ଖାଦ୍ୟ ବିଭାଗ ହୋଟେଲ ଓ ଢାବାରେ କାଠ ଏବଂ କୋଇଲା ତନ୍ଦୁରର ଆଉ ବ୍ୟବହାର ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି। ତେବେ ଯଦି କେହି ତନ୍ଦୁରୀ ରୋଟି କରିବାକୁ ଚାହାନ୍ତି ତେବେ ଇଲେକ୍ଟ୍ରିକ୍ ଓଭନ ଓ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଉପଯୋଗରେ ତନ୍ଦୁର ରୋଟି କରି ବିକ୍ରି କରିପାରିବେ। ମଧ୍ୟପ୍ରଦେଶରେ ତନ୍ଦୁରୀ ରୋଟିର ବେଶ୍ ପ୍ରଚଳନ ରହିଛି। ତେବେ ସରକାରଙ୍କ ଏହି ଆଦେଶ ପରେ ତନ୍ଦୁର ରୋଟି ସୌକିନ ଲୋକଙ୍କୁ ଝଟକା ଲାଗିଛି। ଏହା ଛଡା ସରକାରଙ୍କ ଆଦେଶ ଏବେ ଢାବା ଓ ରେଷ୍ଟୁରାଣ୍ଟ ମାଲିକଙ୍କ ନିଦ ହଜେଇ ଦେଇଛି।

ସରକାରଙ୍କ ଏହି ଆଦେଶ ପରେ ଏବେ ରାଜ୍ୟରେ ଢାବା ଓ ହୋଟେଲ କାରବାର ଉପରେ ପ୍ରଭାବ ପଡିବ ବୋଲି ବ୍ୟବସାୟୀମାନେ ଆକଳନ କରିଛନ୍ତି। ତେବେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ରିପୋର୍ଟ ଅନୁସାରେ ଗ୍ୱାଲିୟରର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୩୨୯କୁ ପହଞ୍ଚିଯାଇଛି। ଏହା ଭୋପାଲରେ ୨୯୯ ଥିବା ବେଳେ କଟନୀରେ ୨୬୩, ପୀଥମପୁରରେ ୨୬୦,ମଣ୍ଡିଦୀପରେ ୨୬୦, ଜବଲପୁର ୨୧୪, ସିଙ୍ଗରୋରୀ ୨୫୩ ଓ ଉଜ୍ଜୈନର ବାୟୁ ଗୁଣମାନ ୧୮୧କୁ ପହଞ୍ଚି ଯାଇଥିଲା।

   Related Posts