ଯୁଆଡେ ଚାହିଁଲେ ଖାଲି ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍, ରେଲଓ୍ୱେ ଟ୍ରାକରୁ ମିଳିଲା ବିଡା ବିଡା ଟଙ୍କା

Published By : Prameya-News7 Bureau | August 26, 2021 IST

ତାମିଲନାଡୁ ୨୬/୦୮: ତାମିଲନାଡୁର ଧର୍ମପୁରୀରେ ରେଳବାଇ କର୍ମଚାରୀଙ୍କ ଉଡିଯାଇଥିଲା ହୋସ୍ । କାରଣ ରେଳ ଟ୍ରାକରୁ ଦେଖିବାକୁ ମିିଳିଥିଲା ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ । ରେଳ କର୍ମଚାରୀମାନେ ନୋଟ୍ ଗୁଡ଼ିକୁ ନେବାକୁ ପହଞ୍ଚିବା ମାତ୍ରେ ସେମାନେ ଦେଖିଲେ ଯେ ଏସବୁ ନକଲି । ଏହା ପରେ ରେଲୱେ ପୋଲିସକୁ ପୁରା ମାମଲା ଅବଗତ କରାଯାଇଥିଲା । ବର୍ତ୍ତମାନ ପୋଲିସ ଘଟଣାର ଯାଞ୍ଚ କରୁଛି ।

wp:gallery {"ids":[501588],"linkTo":"none"} /wp:gallery

ସୂଚନା ଥାଉକି, ରେଳ ଅଧିକାରୀମାନେ ଧର୍ମପୁରୀ ନିକଟ ରେଳ ଟ୍ରାକ୍ ନିକଟରେ ୨୦୦୦ ଏବଂ ୫୦୦ ଟଙ୍କାର ନକଲି ନୋଟ୍ ଦେଖିଥିଲେ । ସେମାନେ ଏନେଇ ରେଳବିଭାଗ ପୋଲିସକୁ ସୂଚନା ଦେଇଥିଲେ । ରେଳ ଅଧିକାରୀ ରାମକୁମାର ବାଙ୍ଗାଲୋରର ଥୋପୁର ନିକଟସ୍ଥ ସାଲେମ ରେଳ ଲାଇନ ରକ୍ଷଣାବେକ୍ଷଣ ଯାଞ୍ଚ କରୁଥିଲେ । ଏହି ସମୟରେ ରେଳ ଟ୍ରାକରେ ୨୦୦୦ ଏବଂ ୫୦୦ ଟଙ୍କା ପାଇଥିଲେ ।

wp:gallery {"ids":[501589],"linkTo":"none"} /wp:gallery

ରାମକୁମାର ତୁରନ୍ତ ରେଳ ପୋଲିସକୁ ସୂଚନା ଦେଇଥିଲେ । ପରେ ସବ୍-ଇନ୍ସପେକ୍ଟର ଭେଙ୍କଟାଚାଲାମଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ନୋଟ୍ ସବୁ ଜବତ କରାଯିବା ପରେ ଯାଞ୍ଚ କରାଯଇଥିଲା । ଯେଉଁଥିରେ ସ୍ପଷ୍ଟ ହୋଇଥିଲା କି, ଏସବୁ ନକଲି । କାରଣ ନୋଟ ଉପରେ ରହିଥିଲା କାଟୁନର ଚିତ୍ର । ବର୍ତ୍ତମାନ ମାମଲା ଯାଞ୍ଚ ଚାଲିଛି । ଏହାପରେ ସବୁକିଛି ସ୍ପଷ୍ଟ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.