ହ୍ୟୁମାନକୁ ମୁଁ ବହୁତ ଭଲ ପାଏ, ଏଭଳି ସମୟରେ ସେ ଯାଇଛି ବିଶ୍ୱାସ ହେଉନି

NEWS7
tamil-nadu-phd-student-forcibly-transferred-to-masters-course-at-oxford-university

ବଲାଙ୍ଗିର ୭।୧୨: ସ୍ବର୍ଗତ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ସାରା ଓଡ଼ିଶା କଳାକାର । ଏନେଇ ହୋଇଛି ବିରାଟ ଆୟୋଜନ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଶିଷ୍ଟ କଳାକାର ମାନେ ବଲାଙ୍ଗିର ଆସୁଛନ୍ତି । ସନ୍ଧ୍ୟାରେ ହେବ ଶ୍ରଦ୍ଧାଞ୍ଜଳି ସଭା ସହ ସାସ୍କୃତିକ କାର୍ଯ୍ୟକ୍ରମ । ଏନେଇ ଟିଟିଲାଗଡ଼ ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଥିଲେ ଅଭିନେତା ଅନୁଭବ ମହାନ୍ତି ।

ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ କଳାହାଣ୍ଡି ଉତକେଲା ଏୟାରଷ୍ଟ୍ରିପରେ ଓହ୍ଲେଇଥିଲେ ଅନୁଭବ । ସେଠାରୁ ସିଧାସଳଖ ଟିଟିଲାଗଡ଼ ଆସିଥିଲେ । ପରେ ହ୍ୟୁମାନଙ୍କ ଘରକୁ ଯାଇ ସେଠାରେ ତାଙ୍କ ମା’ଙ୍କୁ ଦେଖା କରିଥିଲେ । ଅନୁଭବ କହିଥିଲେ, ହ୍ୟୁମାନକୁ ମୁଁ ବହୁତ ଭଲ ପାଏ । ଥିବାବେଳେ ଯେତିକି ଥିଲା ଏବେ ସେ ନାହିଁ ଆଉ ଏବେ ବୁଝି ପାରୁଛି ଏତେ ଭଲପାଉଛି ତାକୁ । ମୋ ସ୍ୱର ମୋତେ ଛାଡି ଚାଲି ଯାଇଛି । ହ୍ୟୁମାନଙ୍କ ମା’ ମୋ ମା’ । ମା’କୁ ମୁଁ କହିଛି ସେ ଏକା ଭାବିବେ ନାହିଁ ତାଙ୍କ ବଡ଼ ପୁଅ ଅନୁଭବ ତାଙ୍କ ସହ ଅଛି । ଏଭଳି ସମୟରେ ହ୍ୟୁମାନ ଯାଇଛି ବିଶ୍ୱାସ ହେଉନି । ଆଜି ତାକୁ ନେଇ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ । ଏହା ଆମ ମାନଙ୍କୁ ବହୁତ ସ୍ମରଣୀୟ ରହିବ । ସାରା ଓଡ଼ିଶାରୁ ବହୁ କଳାକାର ଲୋକ ଆସୁଛନ୍ତି ଆଜି ମୁଁ ବା କେମିତି ନ ଆସିଥାନ୍ତି । ସିନେମା ଜଗତରେ ଆଉ ଏଭଳି ଶୂନ୍ୟସ୍ଥାନ ପୂରଣ ହେବ ନା ନାହିଁ ତାହା ଜଣାନାହିଁ ।