oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ରାଜ୍ୟପାଳ ନୁହେଁ, କୁଳପତିଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର, ତାମିଲନାଡୁ ବିଧାନସଭାରେ ବିଲ ପାସ୍

25/04/2022 at 4:46 PM

ଚେନ୍ନାଇ, ୨୫।୦୪: ତାମିଲନାଡୁରେ ଏଣିକି କୁଳପତିଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର। ସୋମବାର ଏନେଇ ଏକ ବିଧେୟକ ରାଜ୍ୟ ବିଧାନସଭାରେ ପାରିତ ହୋଇଛି। ତାମିଲନାଡୁ ବିଧାନସଭାରେ କୁଳପତିଙ୍କ ନିଯୁକ୍ତିର ଅଧିକାରୀ ରାଜ୍ୟପାଳଙ୍କ ପରିବର୍ତ୍ତେ ରାଜ୍ୟ ସରକାରଙ୍କୁ ଦିଆଯିବା ବିଲ ପାରିତ ହୋଇଛି । ଏହାପରେ ରାଜ୍ୟପାଳଙ୍କ ଅଧିକାର କମ କରିବା ଦିଗରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। ରାଜ୍ୟର ଉଚ୍ଚ ଶିକ୍ଷାମନ୍ତ୍ରୀ କେ.ପୋନମୁଡୀ ତାମିଲନାଡୁ ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ପାଇଁ ଏକ ବିଧେୟକ ଆଗାତ କରିଥିଲେ। ବିଧେୟକ ଅନୁସାରେ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତିର ଅଧିକାରୀ ରାଜ୍ୟ ସରକାରଙ୍କ ନିକଟରେ ରହିବ।

ବିଧେୟକ ଆଗତ ହେବା ସହ ବିଜେପି ଏହାକୁ ବିରୋଧ କରିଥିଲା । ଅନ୍ୟପଟେ ମୁଖ୍ୟ ବିରୋଧୀ ଦଳ ଏଆଇଡିଏମକେ, ଦିଗଙ୍ଗତ ମୁଖ୍ୟମନ୍ତ୍ରୀ ଜୟ ଲଳିତାଙ୍କ ଉପରେ କଂଗ୍ରେସ ବିଧାୟକ ଦଳ ନେତା କରିଥିବା ଆପତ୍ତିଜନକ ଟିପ୍ପଣୀକୁ ବିରୋଧ କରି ବିଧେୟକ ପାରିତ ହେବା ପୂର୍ବରୁ କକ୍ଷ ତ୍ୟାଗ କରିଥିଲା।

ଏହା ପୂର୍ବରୁ ମୁଖ୍ୟମନତ୍ରୀ ଏମ.କେ.ଷ୍ଟାଲିନ ଗୃହର ସଦସ୍ୟଙ୍କୁ ସରକାରଙ୍କୁ ସମର୍ଥନ କରିବା ପାଇଁ ଅପିଲ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହ ରାଜ୍ୟ ଗୁଜରାଟରେ କୁଳପତିଙ୍କ ନିଯୁକ୍ତି ରାଜ୍ୟପାଳଙ୍କ ଦ୍ୱାରା ନ ହୋଇ ରାଜ୍ୟ ସରକାର ଦ୍ୱାରା ହୋଇଥାଏ। ତେଲେଙ୍ଗାନା ଏବଂ କର୍ଣ୍ଣାଟକ ସହ ଅନେକ ରାଜ୍ୟରେ ଏପରି ହେଉଛି। ବିରୋଧୀ ଦଳ ପିଏମକେ ବିଧେୟକର ସମର୍ଥନ କରିଥିଲା।

   Related Posts