ତାମିଲନାଡୁରେ ସରକାରୀ ଚାକିରି ପାଇଁ ତାମିଲ ଭାଷାର ଜ୍ଞାନ ବାଧ୍ୟତାମୂଳକ, ବିଧାନସଭାରେ ବିଧେୟକ ପାରିତ

Published By : Prameya-News7 Bureau | January 13, 2023 IST

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ବିଭାଗରେ ଚାକିରି ପାଇଁ ତାମିଲ ଭାଷାକୁ ବାଧ୍ୟତାମୂଳକ କରାଯାଇଛି । ସରକାରୀ ଚାକିରି ଆଶାୟୀଙ୍କୁ ଭର୍ତ୍ତି ପରୀକ୍ଷାରେ ତାମିଲ ଭାଷାର ବିଷୟ ପାସ କରିବାକୁ ପଡିବ । ରାଜ୍ୟ ସରକାର ଏଥିପାଇଁ ଆଇନରେ ସଂଶୋଧନ କରିଛନ୍ତି । ବିଧାନସଭାରେ ଶୁକ୍ରବାର ତାମିଲନାଡୁ ସରକାର ସେବକ (ସେବାର ସର୍ତ୍ତ) ଅଧିନିୟମ, ୨୦୧୬ରେ ସଂଶୋଧନ ପାଇଁ ବିଧେୟକ ଆଗତ କରିଥିଲେ । ଏହି ବିଧେୟକର ପ୍ରାବଧାନ ଅନୁସାରେ, ଅଧିନିୟମର ଧାରା ୨୧ ଅନୁସାରେ ରାଜ୍ୟର ସରକାରୀ ଭାଷା ତାମିଲର ପର୍ଯ୍ୟାପ୍ତ ଜ୍ଞାନ ଥିବା ବ୍ୟକ୍ତି ହିଁ ସରକାରୀ ଭର୍ତ୍ତିର ଯୋଗ୍ୟ ପ୍ରାର୍ଥୀ ହେବେ ।

ତେବେ ନିୟମ ଅନୁସାରେ ସେହି ଆଶାୟୀ ମଧ୍ୟ ଆବେଦନ ପାଇଁ ଯୋଗ୍ୟ ହେବେ, ଯାହାଙ୍କ ପାଖରେ ଆବେଦନ ସମୟରେ ପର୍ଯ୍ୟାପ୍ତ ଜ୍ଞାନ ନାହିଁ । କିନ୍ତୁ ଏହି ଆଶାୟୀଙ୍କୁ ତାମିଲରେ ଦ୍ୱିତୀୟ ଶ୍ରେଣୀର ଭାଷା ପରୀକ୍ଷା ପାସ କରିବାକୁ ପଡିବ । ଯଦି ନିଯୁକ୍ତିର ଦୁଇ ବର୍ଷର ଅବଧିରେ ଭାଷା ପରୀକ୍ଷା ପାସ ନ କରିପାରନ୍ତି ତେବେ ତାଙ୍କୁ ଚାକିରିରୁ ବିଦା କରାଯିବ । ତାମିଲନାଡୁର ଅର୍ଥ ମନ୍ତ୍ରୀ ପଲାନୀଭେଲ ଥିୟାଗା ରାଜନ ବିଧାନସଭାରେ ସଂଶୋଧିତ ବିଧେୟକ ଆଗତ କରିଥିଲେ । ଚର୍ଚ୍ଚା ପରେ ଏହାକୁ ପାରିତ କରାଯାଇଥିଲା ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.