ସେପ୍ଟେମ୍ବର ୯ ଯାଏଁ ବଢିଲା ଲକଡାଉନ୍‌ : ସ୍କୁଲ ଏବଂ କଲେଜ ଖୋଲିବା ନେଇ ନୂଆ ଗାଇଡଲାଇନ ଜାରିକଲେ ଏହି ରାଜ୍ୟ ସରକାର

Published By : Prameya-News7 Bureau | August 21, 2021 IST

ଚେନ୍ନାଇ ୨୧/୦୮ : ଦେଶ​‌ରେ କରୋନା ସଂକ୍ରମଣ ହାର ଧିରେ ଧିରେ କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅନଲକ୍‌ ପ୍ରକ୍ରିୟା ଜାରି ରଖିଛନ୍ତି ବିଭିନ୍ନ ରାଜ୍ୟର ସରକାର । ଏହି କ୍ରମରେ ତାମିଲନାଡୁ ସରକାର କରୋନା ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି । କୋଭିଡ ପ୍ରତିବନ୍ଧକକୁ କୋହଳ କରିଥିଲେ ସୁଦ୍ଧା ଆସନ୍ତା ସେପ୍ଟେମ୍ବର ୯ ତାରିଖ ଯାଏଁ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ନିୟମ ବୃଦ୍ଧି କରିଛନ୍ତି ତାମିଲନାଡୁ ସରକାର ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ କହିଛନ୍ତି, ରାଜ୍ୟରେ ଆସନ୍ତା ସେପ୍ଟେମ୍ବର ୯ ତାରିଖ ଯାଏଁ ଲକ୍‌ଡାଉନ୍‌ ନିୟମ ବୃଦ୍ଧି କରାଯାଇଛି । ଏହା ସହିତ ନିୟମରେ କିଛିଟା କୋହଳ ମଧ୍ୟ କରାଯାଇଛି । ସେପ୍ଟେମ୍ବର ୧ ତାରିଖରୁ ୯ମ ରୁ ଦ୍ବାଦଶ ଯାଏଁ ସ୍କୁଲ ଖୋଲିବାକୁ ଅନୁମତି ମିଳିଛି । ଏହା ସହିତ ଆସନ୍ତା ସୋମବାର ଠାରୁ ରାଜ୍ୟରେ ୫୦ ପ୍ରତିଶତ କ୍ଷମତାରେ ସିନେମା ହଲ ଖୋଲିବ । କିନ୍ତୁ ସ୍କୁଲ ଏବଂ ସିନେମା ହଲ ଖୋଲିବା ନେଇ କିଛିଟା ଗାଇଡଲାଇନ୍‌ ମଧ୍ୟ ଜାରି କରିଛନ୍ତି ରାଜ୍ୟ ସରକାର ।

ନୂଆ ଗାଇଡଲାଇନ୍‌ ଅନୁଯାୟୀ, ସିନେମା ହଲର ସମସ୍ତ କର୍ମଚାରୀ ଟିକା ନେଇଥିବା ଆବଶ୍ୟକ । ନଚେତ ସିନେମା ହଲ ଖୋଲିବା ପାଇଁ ଅନୁମତି ମିଳିବ ନାହିଁ । ସରକାରଙ୍କ ନିର୍ଦେଶ ଅନୁସାରେ ୯ମ ରୁ ଦ୍ବାଦଶ ଛାତ୍ରଛାତ୍ରୀ ସ୍କୁଲକୁ ଯାଇ ପାଠ ପଢିପାରିବେ । କୋଭିଡ ପ୍ରୋଟୋକଲ ପାଳନ କରାଯାଇ ପାଠ ପଢାଯିବ । ଏହା ସହିତ ଆସନ୍ତା ୧ ତାରିଖରୁ କଲେଜ ଏବଂ ପଲିଟେନନିକ ଶିକ୍ଷାନୁଷ୍ଠାନଗୁଡିକ ରୋଟେସନ୍‌ ଅନୁଯାୟୀ ଖୋଲିବ । କଲେଜରେ ସମସ୍ତ କର୍ମଚାରୀ ଭ୍ୟାକସିନ୍‌ ନେଇସାରିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.