scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ମୁଁ ସରକାରଙ୍କ ଅଭିଭାଷଣରେ ସହମତ ନୁହେଁ, ଏମିତି କହି ୧.୧୯ ମିନିଟ୍‌ରେ ଭାଷଣ ସାରିଦେଲେ ତାମିଲନାଡୁ ରାଜ୍ୟପାଳ

12/02/2024 at 2:35 PM

ଚେନ୍ନାଇ ୧୨/୦୨: ଦେଶର ଅନେକ ରାଜ୍ୟରେ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ଜାରି ରହିଛି ବିବାଦ । ପୂର୍ବରୁ ପଶ୍ଚିମବଙ୍ଗ, କେରଳରେ ନଜର ଆସିଥିଲା ଏମିତି ଘଟଣା । ଏବେ ତାମିଲନାଡୁରେ ବି ରାଜ୍ୟପାଳ-ସରକାରଙ୍କ ମଧ୍ୟରେ ବିବାଦ ତେଜିଛି ।

ତାମିଲନାଡୁ ରାଜ୍ୟପାଳ ଆରଏନ ରବି ୨ ମିନିଟ୍ ପୂର୍ବରୁ ବିଧାନସଭାରେ ସାରିଦେଇଥିଲେ ନିଜର ଅଭିଭାଷଣ । ଆଉ କାରଣ ଥିଲା ଯେ, ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଅଭିଭାଷଣରେ ସେ ଥିଲେ ଅସହମତ । ଏଥିରେ ସହମତି ନଥିବା ଦର୍ଶାଇ ୨ ମିନିଟ ଭିତରେ ଭାଷଣ ଶେଷ କରିଥିଲେ ରାଜ୍ୟପାଳ ।

ସୂଚନା ଥାଉକି, ତାମିଲନାଡୁ ବିଧାନସଭାର ଅଧିବେଶନ ପୂର୍ବରୁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଅଭିଭାଷଣ ଦେଇଥାନ୍ତେ ରାଜ୍ୟପାଳ । ତେବେ ସରକାରଙ୍କ ଦ୍ୱାରା ଅଭିଭାଷଣରେ ଏମିତି ଅନେକ ଅଂଶରେ ସଠିକ ତଥ୍ୟ ଦିଆଯାଇନଥିଲା । ତେଣୁ ଏହି ଅଭିଭାଷଣ ସହ ସହମତ ହୋଇନଥିଲେ ଆରଏନ ରବି ।

ଅଭିଭାଷଣ ପଢିବା ପୂର୍ବରୁ ଏହାକୁ ସମାପ୍ତ କରିଥିଲେ ରାଜ୍ୟପାଳ । ଏହାସହ ରାଜ୍ୟପାଳ କହିଛନ୍ତି, ମୁଁ ଅନେକଥର ଅଭିଭାଷଣ ଆରମ୍ଭ ଓ ଶେଷରେ ଜାତୀୟ ସଙ୍ଗୀତ ବଜାଇବାକୁ ପରାମର୍ଶ ଦେଇଛି । ଜାତୀୟ ସଙ୍ଗୀତକୁ ସମ୍ମାନ ପାଇଁ ଏଭଳି କହିଥିଲି । କିନ୍ତୁ ଏହାକୁ ନଜର ଅନ୍ଦାଜ କରିଦିଆଗଲା । ଏମିତି କିଛି ଅଭିଯୋଗ ଆଣିଥିଲେ ରାଜ୍ୟପାଳ ।

ଆଉ ଗୃହ ଛାଡିବା ପୂର୍ବରୁ ବିଧାନସଭା ସଠିକ ଢଙ୍ଗରେ ଚାଲିବା ପାଇଁ ଦେଇଥିଲେ ଶୁଭକାମନା । ପରେ ରାଜ୍ୟପାଳ ଅଭିଭାଷଣ ପଢିନଥିବା ବେଳେ ବିଧାନସଭା ବାଚସ୍ପତି ଏହାକୁ ସମ୍ପୂର୍ଣ୍ଣ ରୂପେ ପଢିଥିଲେ । ଏହି ଘଟମା ନୂଆ ନୁହେଁ ।

ତାମିଲନାଡୁର ଷ୍ଟାଲିନ ସରକାର ଏବଂ ରାଜ୍ୟପାଳ ଆର.ଏନ୍ ରବିଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ପୂର୍ବରୁ ବି ଲାଗି ରହିଛି ବିବାଦ । ସେପ୍ଟେମ୍ବର ୨୦୨୧ରେ ରାଜ୍ୟପାଳ ରବି ତାମିଲନାଡୁର ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଷ୍ଟାଲିନ ସରକାର ୨୦୨୨ମସିହାରେ ଅଭିଯୋଗ କରିଥିଲେ ଯେ ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା କ୍ୟାବିନେଟ ସୁପାରିଶ ଏବଂ ୧୦ରୁ ଅଧିକ ବିଲ୍ ଅନୁମୋଦନକୁ ବିଳମ୍ବ କରିଛନ୍ତି ।

ଏହା ପରେ ଆରଏନ୍ ରବିଙ୍କ କାର୍ଯ୍ୟକ୍ରମକୁ ବୈଠକ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ । ଆସନ୍ତୁ ଆପଣଙ୍କୁ କହିବା ଯେ ଆର.ଏନ୍ ରବି ଜଣେ ଆଇପିଏସ୍ ଅଧିକାରୀ ରହିଛନ୍ତି ।

you can also read…

   Related Posts