ଜାତୀୟ ରାଜପଥରେ କଲେଜ୍ ଛାତ୍ରୀଙ୍କୁ ଦୁଷ୍କର୍ମ: ଛୁରୀ ଦେଖାଇ ଦୁଷ୍କର୍ମ କଲେ ୫ ପୁରୁଷ ବନ୍ଧୁ

Published By : Prameya-News7 Bureau | January 14, 2023 IST

ନୂଆଦିଲ୍ଲୀ: ଜାତୀୟ ରାଜପଥରେ କଲେଜ୍ ଛାତ୍ରୀଙ୍କୁ ଦୁଷ୍କର୍ମ। ଗୁରୁବାର ତାମିଲନାଡୁ କାଞ୍ଚିପୁରମ ଠାରେ ବେଙ୍ଗାଲୁରୁ-ପୁଡ଼ୁଚେରି ଜାତୀୟ ରାଜପଥରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ୫ ଅପରାଧି।

ଗୁରୁବାର ରାତି ପ୍ରାୟ ୭ଟା ବେଳେ ପୀଡିତାଙ୍କ ୫ ଜଣ ପୁରୁଷ ସାଙ୍ଗ ତାଙ୍କୁ ନିକଟସ୍ଥ ସ୍କୁଲ ପାଖକୁ ନେଇଯାଇଥିଲେ। ଏବଂ ଛୁରି ଭୁସି ହତ୍ୟା କରିଦେବା ଧମକ ଦେଇ ତାଙ୍କୁ ଦୁଷ୍କର୍ମ କରିଥିଲେ।  

ତେବେ ପୀଡ଼ିତା ସୁଯୋଗ ପାଇବା ପରେ ସେମାନଙ୍କ କବଳରୁ ଖସିଆସି ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ପରିବାର ଲୋକେ ପୀଡ଼ିତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିବା ସହ ପୁଲିସକୁ ଖବର ଦେଇଥିଲେ।

ତେବେ ଅନ୍ଧାର ଥିବାରୁ ପୀଡ଼ିତା କାହାକୁ ଚିହ୍ନିପାରି ନଥିଲେ। ତେବେ ଅପରାଧିମାନଙ୍କ ମଧ୍ୟରୁ କେହି ଜଣେ ବିମଲ ନାଁ ଧରି ଡାକୁଥିଲା ବୋଲି ଛାତ୍ରୀ ପୁଲିସକୁ ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ଠାରୁ ଶୁଣିବା ପରେ ପୁଲିସ ବିପଦୁ ଗାଁର ବିମଲକୁ ଧରିଥଲା। ସେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାକୁ ଘେରି ନେଇ ମାଡ଼ି ବସିଥିଲା।

ଏହି ଘଟଣାର ଅନ୍ୟ ୪ ଜଣ ଅପରାଧିଙ୍କୁ ମଧ୍ୟ ଧରିଛି ପୁଲିସ୍। ପ୍ରଥମେ ବିମଲ ଧରାପଡ଼ିବା ପରେ ଅନ୍ୟ ସମସ୍ତ ଦୋଷୀଙ୍କ ନାଁ ଜାଣିବାକୁ ପାଇଥିଲା ପୁଲିସ୍। ଏହାପରେ ସମସ୍ତଙ୍କୁ ଗିରଫ କରାଯାଇଛି। ଗରିଫ   ୪ ଅପରାଧିମାନେ ହେଲେ- ମଣିକନ୍ଦନ, ଶିବକୁମାର, ବିଘ୍ନେଶ ଏବଂ ଥେନାରାସୁ। ଏହି ମାମଲାରେ ୫ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ମାମଲା ହୋଇଛି। ସମସ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.