ମନ୍ଦିର ଲୋକଙ୍କ ପାଇଁ, କାହାରି ବ୍ୟକ୍ତିଗତ ସଂପତ୍ତି ନୁହେଁ: ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ

Published By : Prameya-News7 Bureau | December 04, 2022 IST

ଚେନ୍ନାଇ: ମନ୍ଦିର ଲୋକଙ୍କ ପାଇଁ ହୋଇଥାଏ। ଏହା କାହାରି ବ୍ୟକ୍ତିଗତ ସଂପତ୍ତି ହୋଇ ପାରିବ ନାହିଁ। ରବିବାର ଏହା କହିଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ସେ କହିଛନ୍ତି, ରାଜ୍ୟ ହିନ୍ଦୁ ଧାର୍ମିକ ଏବଂ ଧର୍ମାନ୍ତ ବନ୍ଦୋବସ୍ତି ବିଭାଗ ଦ୍ଵାରା ସମସ୍ତ ଜାତିରୁ ପୂଜାରୀଙ୍କ ନିଯୁକ୍ତି ସହିତ ଉଠାଯାଇଥିବା ଅନେକ କଲ୍ୟାଣକାରୀ ପଦକ୍ଷେପକୁ ବୁଝିବାରେ କିଛି ଲୋକ ଅସମର୍ଥ। କିଛି ନବୁଝି ସେମାନେ ଡିଏମକେ ନେତୃତ୍ଵାଧୀନ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି।

ମୁଖ୍ୟମନ୍ତ୍ରୀ ରବିବାର ଏକ ପ୍ରମୁଖ ମନ୍ଦିରରେ ୩୧ ଯୋଡିଙ୍କ ସାମୂହିକ ବିବାହ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ବିବାହ ଯୋଡିଙ୍କୁ ଉପହାର ପ୍ରଦାନ କରିଥିଲେ। ସେ କହିଛନ୍ତି, ରାଜ ଶାସନ ହେଉ କି ଗଣତନ୍ତ୍ର ମନ୍ଦିର କେବଳ ଲୋକଙ୍କ ପାଇଁ ହୋଇଥାଏ। ସେ ଯେଉଁ ପ୍ରକାରର ଶାସନ ହେଉନା କାହିଁକି ମନ୍ଦିର କେବଳ ଜନତାଙ୍କ ପାଇଁ।ମନ୍ଦିର କାହାରି ବ୍ୟକ୍ତିଗତ ସଂପତ୍ତି ନୁହେଁ ବୋଲି ଷ୍ଟାଲିନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.