scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେନ୍ଦ୍ରକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ, ଚେନ୍ନାଇ-ଟୋକିଓ ମଧ୍ୟରେ ଆରମ୍ଭ ହେଉ ବିମାନ ସେବା

31/05/2023 at 5:48 PM

ଚେନ୍ନାଇ: ନିଜର ୯ ଦିନିଆ ସିଙ୍ଗାପୁର-ଜାପାନ ଗସ୍ତ ସାରି ବୁଧବାର ଚେନ୍ନାଇ ଫେରୁଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ଏହା ମଧ୍ୟରେ ଟୋକିଓ ଏବଂ ଚେନ୍ନାଇ ମଧ୍ୟରେ ବିମାନ ସେବା ପୁଣି ଥରେ ଆରମ୍ଭ କରିବାକୁ ଆଜି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ। ଏଥିସହ ସିଙ୍ଗାପୁର ଏବଂ ମଦୁରାଇ ମଧ୍ୟରେ ବିମାନ ଚଳାଚଳ ସଂଖ୍ୟା ବଢାଇବାକୁ ସେ ଅପିଲ୍ କରିଛନ୍ତି।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି, ବର୍ତ୍ତମାନ ଚେନ୍ନାଇ ଏବଂ ଟୋକିଓ ମଧ୍ୟରେ ସିଧାସଳଖ ବିମାନ ସେବା ନାହିଁ। ୨୦୧୯ ଅକ୍ଟୋବରରେ ଜାପାନର ବୃହତ ଏୟାର ଲାଇନ ଅଲ ନିପ୍ପନ ଏୟାରଓ୍ଵେଜ୍(ଏଏନଏ) ଚେନ୍ନାଇ ଏବଂ ଟୋକିଓ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିଥିଲା। ହେଲେ ୨୦୧୯ ମହାମାରୀ କରୋନା ପରଠୁ ଏହି ସେବା ବନ୍ଦ ରହିଛି।

ଦୁଇ ସହର ମଧ୍ୟରେ ସିଧାସଳଖ ବିମାନ ସେବା ନଥିବାରୁ ୭ ଘଣ୍ଟାର ଯାତ୍ରା ପାଖାପାଖି ୨ ଗୁଣ ହୋଇ ଯାଉଛି, ଯାହା ନିଶ୍ଚିତ ରୂପେ ଚିନ୍ତାର ବିଷୟ। ଚେନ୍ନାଇ ଏବଂ ଟୋକିଓ ମଧ୍ୟରେ ସିଧାସଳଖ ବିମାନ ସେବା ପୁଣି ଥରେ ଆରମ୍ଭ କରିବା ପାଇଁ ତାମିଲନାଡ଼ୁରେ ଜାପାନୀ କାରବାର ସମୁଦାୟକୁ ଅନେକ ଥର ଅନୁରୋଧ କରିଥିବା ମୁଖ୍ୟମନ୍ତ୍ରୀ ଏମକେ  ଷ୍ଟାଲିନ କହିଛନ୍ତି।

ପଢନ୍ତୁ ଏ ଖବର- ତାମିଲନାଡୁରେ ଦୁଗ୍ଧ ନକିଣୁ ଅମୁଲ, ଅମିତ୍ ଶାହଙ୍କୁ ଚିଠି ଲେଖିଲେ ଷ୍ଟାଲିନ୍; ଉଠିଲା ନୂଆ ବିବାଦ

ସୂଚନାଯୋଗ୍ୟ ଷ୍ଟାଲିନ ମେ ୨୩ରେ ୯ ଦିନିଆ ସିଙ୍ଗାପୁର ଏବଂ ଜାପାନ ଗସ୍ତରେ ଯାଇ ବୁଧବାର ରାତିରେ ସ୍ଵଦେଶ ଫେରୁଛନ୍ତି। ଏହି ଗସ୍ତରେ ତାମିଲନାଡୁ ସରକାର ଜାପାନ ଏବଂ ସିଙ୍ଗାପୁର ସହ ୧୨ରୁ ଅଧିକ ଏମଓୟୁରେ ସ୍ଵାକ୍ଷର କରିଛନ୍ତି। ୨୦୨୪ ଜାନୁଆରିରେ ଚେନ୍ନାଇରେ ହେବାକୁ ଥିବା ଗ୍ଲୋବାଲ ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବା ନିମନ୍ତେ ନିବେଶକଙ୍କୁ ଆକର୍ଷିତ  କରିବା ଏବଂ ସମ୍ଭାବିତ ନିବେଶକଙ୍କୁ ଆମନ୍ତ୍ରିତ କରିବା ପାଇଁ ଷ୍ଟାଲିନ ଏହି ୨ ଦେଶର ଯାତ୍ରା କରିଛନ୍ତି।

ଏ ଖବର ପଢନ୍ତୁ- ସିସୋଦିଆଙ୍କ ଗିରଫ ନେଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଷ୍ଟାଲିନ୍, ଜାଣନ୍ତୁ କହିଛନ୍ତି କ’ଣ?

   Related Posts