scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜରୁରୀ ଖାଦ୍ୟପଦାର୍ଥର ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ

12/07/2023 at 8:29 PM

ଚେନ୍ନାଇ: ଜରୁରୀ ଖାଦ୍ୟପଦାର୍ଥର ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ। ବୁଧବାର ଷ୍ଟାଲିନ୍‌ କେନ୍ଦ୍ର ଖାଉଟି ବ୍ୟାପାର ଓ ଖାଦ୍ୟ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କୁ ତୁରନ୍ତ ଖାଦ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧିରେ ରୋକ୍ ଲଗାଇ ଗ୍ରାହକଙ୍କୁ ଆସ୍ୱସ୍ତି ଦେବାକୁ ଅନୁରୋଧ କରିଛନ୍ତି। ଘରୋଇ ଉତ୍ପାଦନରେ ଅଭାବ ହେତୁ ଏହି ସାମଗ୍ରୀ ବିଦେଶରୁ ଆମଦାନୀ କରିବା ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଷ୍ଟାଲିନ୍‌ ଚିଠିରେ ଉଲ୍ଲେଖ କରିଛନ୍ତି।

କେନ୍ଦ୍ରୀୟ ଗୋଦାମରୁ ଯୋଗାଣ ମଧ୍ୟ ପରିସ୍ଥିତିକୁ ସହଜ କରିପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ କେନ୍ଦ୍ରୀୟ ଗୋଦାମରୁ ମାସିକ ୧୦,୦୦୦ ମାଟ୍ରିକ ଟନ୍ ଗହମ ଏବଂ ହରଡ଼ ଡାଲି ବଣ୍ଟନ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଷ୍ଟାଲିନ୍।  ମୂଲ୍ୟ ହ୍ରାସ କରିବାକୁ ଏହି ସାମଗ୍ରୀଗୁଡ଼ିକ ସହଯୋଗୀ ସଂସ୍ଥାମାନଙ୍କ ଦ୍ୱାରା ବଣ୍ଟନ କରାଯାଇପାରିବ ବୋଲି ଷ୍ଟାଲିନ କହିଛନ୍ତି।

ପଢ଼ନ୍ତୁ-ଖାଉଟିଙ୍କ ଉପରେ ମହଙ୍ଗା ମାଡ଼, ଜୁନ୍‌ରେ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟରେ ମେ ମାସରେ ଶସ୍ୟାଦି ଉତ୍ପାଦନ ମୁଦ୍ରାସ୍ଫୀତି ହାର, ୧୨.୬୫% ଏବଂ ଡାଲି ଆଦି ଉତ୍ପାଦନ ୬.୫୬% ଅଧିକ ଥିଲା। ବର୍ତ୍ତମାନର ଦର ବୃଦ୍ଧିରେ ସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ରହିଛି।”

ତାମିଲନାଡୁ ସିଏମ୍ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଦରଦାମ ହ୍ରାସ କରିବାକୁ ତାଙ୍କ ସରକାର ଏକାଧିକ ପଦକ୍ଷେପ ନେଉଛନ୍ତି। ତେଣୁ କେନ୍ଦ୍ର ସରକାର ଏଥିରେ ସହଯୋଗ କରି ଜନତାଙ୍କୁ ଆଶ୍ୱସ୍ତି ଦିଅନ୍ତୁ ବୋଲି ଷ୍ଟାଲିନ୍ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ଏହାକୁ ବି ପଢ଼ନ୍ତୁ-GST କାଉନସିଲରେ ବଡ଼ ନିଷ୍ପତ୍ତି, ଅନଲାଇନ୍ ଗେମିଂ ଉପରେ ୨୮% ଟ୍ୟାକ୍ସ, କ୍ୟାନ୍ସରର ଇମ୍ପୋଟେଡ୍ ଔଷଧ ଏବେ ଟିକସ ମୁକ୍ତ

   Related Posts