୨ ହଜାର କୋଟିର ଡ୍ରଗ୍ସ ସିଣ୍ଡିକେଟ୍‌, ତାମିଲ ଫିଲ୍ମ ପ୍ରଯୋଜକ 'ମାଷ୍ଟରମାଇଣ୍ଡ'

Published By : Prameya-News7 Bureau | February 25, 2024 IST

ନୂଆଦିଲ୍ଲୀ ୨୫।୦୨ : ଦିଲ୍ଲୀ ପୋଲିସ ଏବଂ ଏନ୍‌ସିବିର ଜଏଣ୍ଟ ଅପରେସନ । ଏହି ଅପରେସନରେ ଏକ ଡ୍ରଗ୍ସ ସିଣ୍ଡିକେଟ୍‌ର ପର୍ଦ୍ଦାଫାଶ ହୋଇଛି । ଯାହାର ନେଟ୍‌ଓ୍ୱର୍କ ଭାରତ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ମାଲେସିଆ ଆଦି ଦେଶରେ ବ୍ୟାପିଥିବାର ଜଣାପଡିଛି । ବର୍ତ୍ତମାନ ଯାଏଁ ଏହି ସିଣ୍ଡିକେଟ୍‌ ୨୦୦୦ କୋଟିରୁ ଅଧିକ ଟଙ୍କାର ଡ୍ରଗ୍ସ କାରବାର କରିସାରିଛି ।

ତେବେ ସବୁଠୁ ବଡ଼ କଥା ହେଉଛି କି, ଏହି ସିଣ୍ଡିକେଟ୍‌ରେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ବଡ଼ ପ୍ରଯୋଜକଙ୍କ ସଂପୃକ୍ତି ରହିଛି । ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ବେଶ୍‌ ନାଁ ରହିଛି । ଏପିରିକି ଆସନ୍ତା ମାର୍ଚ୍ଚରେ ଏହି ପ୍ରଯୋଜକଙ୍କ ଫିଲ୍ମ ରିଲିଜ ହେବାର ଅଛି । ଏପିରିକି ତାଙ୍କ ବିରୋଧରେ ଲୁଟ୍‌ଆଉଟ୍‌ ନୋଟିସ ମଧ୍ୟ ଜାରି କରାଯାଇଛି ।  ନିକଟରେ ଦିଲ୍ଲୀରୁ  ୫୦ ଗ୍ରାମର ଡ୍ରଗ୍ସ ଜବତ ହୋଇଥିଲା ।  ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିଲା ତଦନ୍ତକାରୀ ଟିମ୍‌। ଗିରଫ ପରେ ସେମାନଙ୍କ ଠାରୁ ଅନେକ ତଥ୍ୟ ହାସଲ କରିଛି ଏନ୍‌ସିବି ଏବଂ ଦିଲ୍ଲୀ ପୋଲିସ । ଯାହାର ଚେର ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଭାରତ, ମାଲେସିଆ ଆଦି ଦେଶରେ ବ୍ୟାପିଥିବାର ଜଣାପଡିଛି । ହେଲ୍ଥ ମିକ୍ସ ପାଉଡର, ଶୁଖିଲା ନଡିଆ ଏବଂ ଖାଦ୍ୟ ପଦାର୍ଥ ଜରିଆରେ ଚାଲିଥିଲା ଡ୍ରଗ୍ସର ଚାଲାଣ । ଆକାଶ ଏବଂ ପାଣିରେ କାର୍ଗୋ ସିପ୍‌ ଜରିଆରେ ଏହାର ଚାଲାଣ ହେଉଥିଲା । ଏପିରିକି ଦିଲ୍ଲୀକୁ ଡ୍ରଗ୍ଦ ଚାଲାଣ ହେଉଥିଲା ନେଇ ଆଗୁଆ ଗୁଇନ୍ଦା ସୂଚନା ମିଳିଥିଲା । ଯାହାକୁ ଆଧାର କରି ଦିଲ୍ଲୀ ପୋଲିସ ଏବଂ ଏନ୍‌ସିବି ଚଢାଉ କରି ଏହି ରାକେଟ୍‌ର ପର୍ଦ୍ଦାଫାଶ କରିଛି ।

wp:embed {"url":"https://www.prameyanews7.com/tension-in-balipatna-police-station/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tension-in-balipatna-police-station/
/wp:embed

ସେପଟେ ଏହି ରାକେଟକୁ ଭାଙ୍ଗିବା ଲାଗି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଏବଂ ଏନ୍‌ସିବି ମିଳିତ ଭାବେ ଏକ ଟିମ୍‌ ଗଠନ କରିଥିଲା । ୪ ମାସର ଅକ୍ଲାନ୍ତ ପରିଶ୍ରମ ପରେ ଅଷ୍ଟ୍ରେଲିଆକୁ ଦିଲ୍ଲୀକୁ ଡ୍ରଗ୍ସ ଚାଲାଣ ହେଉଥିବା ନେଇ ସୂଚନା ପାଇଥିଲା ଟିମ୍‌ । ଶେଷରେ ଫେବୃଆରୀ ୧୫ ତାରିଖ ଦିନ ଦିଲ୍ଲୀର ଦାରାପୁରରେ ଥିବା ଏକ ଗୋଦାମରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ ଅଭିଯୁକ୍ତମାନେ ମଲ୍ଟିଗ୍ରେନ୍‌ ଖାଦ୍ୟରେ ସିଉଡୋଫେଡ୍ରାଇନ୍‌କୁ ମଲ୍ଟିଗ୍ରେନ୍‌ ଖାଦ୍ୟରେ ମିଶ୍ରଣ କରି ପ୍ୟାକିଂ କରୁଥିଲେ । ଯାହାକୁ ସିଜ୍‌ କରିଛି ଟିମ୍। ତେବେ ଏହି ଅନୁସନ୍ଧାନରୁ ଏନ୍‌ସିବି ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍‌କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଏହି ସିଣ୍ଡିକେଟ୍‌ରେ ଜଣେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ପ୍ରଯୋଜକଙ୍କ ସଂପୃକ୍ତି ରହିଛି । ରେଡ୍‌ ପର ଠାରୁ ପ୍ରଯୋଜକ ଜଣଙ୍କ ଫେରାର ଅଛନ୍ତି । ଆସନ୍ତା ମାର୍ଚ୍ଚ ମାସରେ ଏହି ପ୍ରଯୋଜକଙ୍କ ଫିଲ୍ମ ରିଲିଜ ହେବାର ଅଛି । ସେପଟେ ବିଦେଶକୁ ମଧ୍ୟ ତଦନ୍ତକାରୀ ଟିମ୍‌ ଗସ୍ତ କରିଛି ।

wp:embed {"url":"https://www.prameyanews7.com/crew-a-glamour-comedy-tadka-releases-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/crew-a-glamour-comedy-tadka-releases-today/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.