ଅନ୍ତର୍ଜାତୀୟ ସେକ୍ସ ରାକେଟରେ ତାମିଲ ଓ କନ୍ନଡ ସିନେ ଇଣ୍ଡଷ୍ଟ୍ରି ଅଭିନେତ୍ରୀ

Published By : Prameya-News7 Bureau | June 15, 2018 IST

ଅନ୍ତର୍ଜାତୀୟ ସେକ୍ସ ରାକେଟ୍ରେ ତାମିଲ ଓ କନ୍ନଡ ସିନେ ଇଣ୍ଡଷ୍ଟ୍ରି ଅଭିନେତ୍ରୀ । ଚିକାଗୋରେ ଏପରି ଅନୈତୀକ କାରବାରରେ ଲିପ୍ତ ଏକ ରାକେଟକୁ ଧରିଛି ଆମେରିକୀୟ ତଦନ୍ତକାରୀ ସଂସ୍ଥା । ଅନୈତୀକ ଉପାୟରେ ଟଲିଉଡ୍ ଏବଂ କନ୍ନଡ ସିନେ ଅଭିନେତ୍ରୀ ମାନଙ୍କୁ ଆମେରିକା ଆଣି ବେଶ୍ୟାବୃତ୍ତିରେ ନିୟୋଜୀତ କରାଯାଉଥିବାର ପ୍ରମାଣ ପାଇଛି ଆମେରୀକୀୟ ଏଜେନ୍ସୀ । ବର୍ତ୍ତମାନ ସୁଦ୍ଧା ଭାରତର ଏହି ଦୁଇ ସିନେ ଇଣ୍ଟଷ୍ଟ୍ରିର ୫ ଜଣ ଅଭିନେତ୍ରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ କିଛି ଦିନ ଟଲିଉଡ୍ର ପ୍ରଡକ୍ସନ ମ୍ୟାନେଜର କାମ କରିଥିବା ଏକ ଦମ୍ପତ୍ତିଙ୍କୁ ଗିରଫ କରିଛି ଆମେରୀକୀୟ ସଂଘିୟ ପୋଲିସ । ଗିରଫ ଦମ୍ପତ୍ତି ବେଆଇନଭାବେ ଅଭିନେତ୍ରୀଙ୍କୁ ପ୍ରଭାବିତ କରି ଆମେରିକା ଆଣୁଥିଲେ । ବିଭିନ୍ନ ଭାରତୀୟ କାର୍ଯ୍ୟକ୍ରମରେ ପ୍ରଦର୍ଶନ ସହ ଭଲ ପାରିଶ୍ରମିକ ପ୍ରତିଶ୍ରୁତିରେ ଟଲିଉଡ୍ ଓ କନ୍ନଡ ଅଭିନେତ୍ରୀଙ୍କୁ ବି ୱାନ ଏବଂ ବି ଟୁ ଭିସାରେ ଚିକାଗୋ ଆଣୁଥିଲେ । କିନ୍ତୁ ସେମାନଙ୍କୁ ଦେହ ବ୍ୟବସାୟରେ ନିୟୋଜୀତ କରାଯାଉଥିଲା । ବିଶେଷକରି ଭାରତୀୟ ଗରାଖ ମାନଙ୍କୁ ହିଁ ଆପ୍ୟାୟିତ କରୁଥିଲେ ଏହି ଟଲିଉଡ କନ୍ନଡ ଅଭିନେତ୍ରୀ । ଏଥିପାଇଁ ଏନଆରଆଇ ଗରାଖଙ୍କ ଠାରୁ ହଜାରେରୁ ୩ ହଜାର ଡଲାର ନେଉଥିଲେ ଅଭିଯୁକ୍ତ ଦମ୍ପତ୍ତି । ହୋମଲ୍ୟାଣ୍ଡ ସିକ୍ୟୁରିଟି ଇନଭେଷ୍ଟିଗେସନର ଆମେରୀକୀୟ ସଂଘିୟ ଏଜେଣ୍ଟ ମାନେ ୱାଶିଂଟନରେ କିଛି ଭାରତୀୟଙ୍କୁ ଗତ ଏପ୍ରିଲ ୨୮ରେ ଗିରଫ କରିବା ପରେ ସେକ୍ସ ରାକେଟ କଥା ପଦାକୁ ଆସିଛି । ଗିରଫ ବ୍ୟକ୍ତିମାନେ ହାଇଦ୍ରାବାଦ ର ଏବଂ ସେମାନେ ବେଆଇନ ଭାବେ ଆମେରିକାରେ ରହୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.