ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ଆତ୍ମହତ୍ୟା, ହୋଟେଲ୍ ରୁମ୍‌ରୁ ମିଳିଲା ଝୁଲନ୍ତା ମୃତଦେହ

Published By : Prameya-News7 Bureau | December 09, 2020 IST

ମୁମ୍ବାଇ ୯।୧୨: ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ ତାମିଲ ଟିଭି ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ପରଲୋକ ହୋଇଛି । ଭିଜେ ଚିତ୍ରାଙ୍କ ବୟସ ୨୮ ବର୍ଷ । ଚିତ୍ରା ଆତ୍ମହତ୍ୟା କରିଥିବା କୁହାଯାଉଛି । ଭିଜେ ଚିତ୍ରାଙ୍କ ମୃତଦେହ ଚେନ୍ନାଇ ସ୍ଥିତ ଏକ ହୋଟେଲରୁ ଉଦ୍ଧାର ହୋଇଛି । ଅଭିନେତ୍ରୀଙ୍କ ପରଲୋକରେ ତାଙ୍କ ଫ୍ୟାନ୍ସ ଏବଂ ସାରା ତାମିଲ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

{"id":374845,"sizeSlug":"large"}

ଇଭିପି ଫିଲ୍ମ ସିଟିରେ ସୁଟିଂ କରିବା ପରେ ଚିତ୍ରା ରାତି ପ୍ରାୟ ୨ଟା ୩୦ ମିନିଟ୍ ରେ ହୋଟେଲକୁ ଫେରିଥିଲେ । ସେ ହୋଟେଲରେ ତାଙ୍କ ଭାବି ସ୍ବାମୀ ହେମନ୍ତଙ୍କ ସହ ରହୁଥିଲେ ।ଅନ୍ୟପଟେ ପୋଲିସକୁ ହେମନ୍ତ କହିଛନ୍ତି ଯେ, ହୋଟେଲ ଆସିବା ପରେ ଚିତ୍ରା କହିଥିଲେ ସେ ଗାଧୋଇବାକୁ ଯାଉଛନ୍ତି । ହେଲେ ସେ ବହୁତ ସମୟ ଧରି ଗାଧୁଆଘରୁ ବାହାରିନଥିଲେ । ଗାଧୁଆଘର କବାଟ ବାଡେଇବା ପରେ ମଧ୍ୟ ସେ କୌଣସି ଜବାବ ଦେଇନଥିଲେ । ଏହାପରେ ହେମନ୍ତ ହୋଟେଲର କର୍ମଚାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ଯେତେବେଳେ ଡୁପ୍ଲିକେଟ୍ ଚାବିରେ ଖୋଲିବା ପରେ ସିଲିଂରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା ।

{"id":374846,"width":580,"height":519,"sizeSlug":"large"}

ଭିଜେ ଚିତ୍ରା କିଛି ମାସ ପୂର୍ବରୁ ବ୍ୟବସାୟୀ ହେମନ୍ତଙ୍କ ସହ ନିର୍ବନ୍ଧ କରିଥିଲେ । ଚିତ୍ରାଙ୍କୁ ପାଣ୍ଡିଆନ ଷ୍ଟୋର୍ସ ସିରିଏଲରେ ତାଙ୍କ ଭୂମିକା ପାଇଁ ସେ ପରିଚିତ ଥିଲେ । ଯାହା ବର୍ତ୍ତମାନ ବିଜୟ ଟିଭିରେ ପ୍ରସାରିତ ହେଉଛି । ଚିତ୍ରା ଏହି ସିରିଏଲରେ ମୁଲଇ ଭୂମିକାରେ ଅଭିନୟ କରୁଥିଲେ । ଏକ ରିପୋର୍ଟ ଅନୁସାରେ ଚିତ୍ରା ଅବସାଦରେ ଥିଲେ । ଯାହା ଫଳରେ ସେ ଏଭଳି ପଦକ୍ଷେପ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.