ଅଭିନେତ୍ରୀଙ୍କ ନମ୍ବରକୁ ଆଡଲ୍ଟ ଗ୍ରୃପରେ ସେୟାର କଲା ପିଜ୍ଜା ଡେଲିଭରି ବୟ : ଏବେ ଖୋଜୁଛି ପୋଲିସ୍
28/02/2020 at 12:48 PM

ମୁମ୍ବାଇ ୨୮/୨: ତାମିଳ ଅଭିନେତ୍ରୀ ଗାୟତ୍ରୀ ସଇ ବୁଧବାର ଚେନ୍ନାଇ ମହିଳା ପୋଲିସ୍ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି। ଗାୟତ୍ରୀ ପିଜ୍ଜା ଡେଲିଭରି ବୟଙ୍କ ବିରୋଧରେ ଏହି ଅଭିଯୋଗ କରିଛନ୍ତି। ଅଭିନେତ୍ରୀଙ୍କ କହିବା ଅନୁସାରେ ପିଜ୍ଜା ଡେଲିଭରି ବୟ ତାଙ୍କ ନମ୍ବର ଆଡଲ୍ଟ ଗ୍ରୃପରେ ସେୟାର କରି ଦେଇଛନ୍ତି। ଏହାର ସୂଚନା ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।
ଅଭିନେତ୍ରୀ ଗାୟତ୍ରୀ ସଇ ଟ୍ବିଟରରେ ଏହାକୁ ନେଇ ଏକ ପୋଷ୍ଟ ଲେଖିଥିଲେ। ଗାୟତ୍ରୀ ଏହି ପୋଷ୍ଟ ସହ ପିଜ୍ଜା ଡେଲିଭରି ବୟର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ କ୍ୟାପସନ୍ ଦେଇଥିଲେ-‘ ଚେନ୍ନାଇର ଡୋମିନୋଜ ପିଜ୍ଜାର ଡେଲିଭରି ବୟ ଫେବୃୟାରୀ ୯ତାରିଖରେ ମୋ ନମ୍ବର ହ୍ବାଟସଆପର ଆଡଲ୍ଟ ଗ୍ରୃପରରେ ସେୟାର କରି ଦେଇଛନ୍ତି’।

ଅଭିନେତ୍ରୀଙ୍କ ଏହି ଟ୍ବିଟକୁ ଦେଖି ପୋଲିସ୍ ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିଲା ଏବଂ ଏହି ପୂରା ମାମଲା ଚେନ୍ନାଇ ଅଲ୍ ଓମେନ ଷ୍ଯେସନକୁ ଟ୍ରାନ୍ସଫର କରି ଦେଇଥିଲା। ଗାୟତ୍ରୀ ସଇଙ୍କୁ ପ୍ରସିଦ୍ଧ ନିର୍ଦେଶକ ମଣି ରତ୍ନମ୍ ‘ଅଞ୍ଜଳି’ ଫିଲ୍ମରେ ବ୍ରେକ୍ ଦେଇଥିଲେ। ଏହି ଫିଲ୍ମରେ ସେ ଚାଇଲ୍ଡ ଆର୍ଟିଷ୍ଟଭାବେ କାମ କରିଥିଲେ।
