suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀ: ହାତୀ ଆକ୍ରମଣରେ ଜଣେ ମୃତ, ଧାନ ଗଦା ସଜାଡି ରଖୁଥିବାବେଳେ ଦଳିଦେଲା ଦନ୍ତା
  • ||
  • ବୌଦ୍ଧ: ବହିରା ଛକରେ ସିରିଜ୍ ଦୁର୍ଘଟଣା, ୫ ବାଇକ୍‌କୁ ପିଟି ହୋଟେଲରେ ପଶିଲା ସ୍କର୍ପିଓ
  • ||

ଲଗାଣ ବର୍ଷାରେ କଞ୍ଚା ପରିବା ଉତ୍ପାଦନ ପ୍ରଭାବିତ, ୭୦ ଛୁଇଁଲା ଟମାଟୋ

6/09/2022 at 11:58 AM

ଭୁବନେଶ୍ୱର ୦୬/୦୯: ବନ୍ୟା ଏବଂ ଲଗାଣ ବର୍ଷା ଯୋଗୁ କଞ୍ଚା ପରିବା ଉତ୍ପାଦନ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଟମାଟୋ କିଲୋ ପିଛା ଦର ପ୍ରାୟ ୭୦ ଟଙ୍କା ଛୁଇଁଛି । ଟମାଟୋ ପାଇଁ ଏବେ ରାଜ୍ୟ ବାହାର ବଜାର ଉପରେ ନିର୍ଭର କରିବାକୁ ପଡୁଛି । ମାତ୍ର ମହାରାଷ୍ଟ୍ରର ନାସିକ ଏବଂ ବେଙ୍ଗାଲୁରୁ ଭଳି ଟମାଟୋ ଆସୁଥିବା ସ୍ଥାନଗୁଡିକରେ ବର୍ଷା ଯୋଗୁ ଯୋଗାଣ ପ୍ରଭାବିତ ହୋଇଛି ।

ଫଳରେ ଏହାର ପ୍ରଭାବ ଖୁଚୁରା ବଜାର ଉପରେ ପଡିଛି । ରାଜଧାନୀ କଞ୍ଚା ପରିବା ସଂଘ ମୁତାବକ, ୧ ନମ୍ବର ହାଟରେ ସୋମବାର ଟମୋଟୋ ଦର ୪୦ ଟଙ୍କା ରହିଛି । ୨ ଦିନ ତଳେ ଦର ୩୦ ଟଙ୍କା ଥିବା ବେଳେ ବର୍ଷା ପ୍ରଭାବରୁ ଦର ୧୦ ଟଙ୍କା ବଢ଼ି ଯାଇଛି । ମାତ୍ର ଭୁବନେଶ୍ୱରର ଅନ୍ୟ ପ୍ରାନ୍ତଗୁଡିକରେ ଟମାଟୋ ଦର ପ୍ରାୟ ୩୦ ଟଙ୍କା ଚଢ଼ା ବିକୁଛନ୍ତି ବ୍ୟବସାୟୀ । ଏହାକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସଂଘର ସଭାପତି କବିରାଜ ସ୍ୱାଇଁ କହିଛନ୍ତି ଯେ ବର୍ତ୍ତମାନ ବର୍ଷା ଯୋଗୁ ଯୋଗାଣ କିଛିଟା ପ୍ରଭାବିତ ହୋଇଛି । ଦର ସ୍ୱାଭାବିକ ହେବାକୁ କିଛି ଦିନ ଲାଗିବ । ଭୁବନେଶ୍ୱରକୁ ବାଦ ଦେଲେ ରାଜ୍ୟର ଅନ୍ୟ ପ୍ରାନ୍ତଗୁଡିକରେ ଦର ଅଧିକ ରହିଛି । ସ୍ଥାନୀୟ ପରିବା ଆସିବା ବନ୍ଦ ହୋଇଛି । ଫଳରେ ଦର ସାଧାରଣତଃ ଉଚ୍ଚରେ ରହୁଛି ।

ଶୀତ ପରିବା ଆସିବାକୁ ଆଉ ମାସେ ସମୟ ଲାଗି ପାରେ ବୋଲି ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ଭୁବନେଶ୍ୱରରେ ବାଇଗଣ ଦର ୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପୋଟଳ ୪୦, ଜହ୍ନି ୪୦, ଭେଣ୍ଡି ୪୦, ବନ୍ଧା କୋବି ୩୦ ଏବଂ ବିନ୍‌ସ ୯୦ ଟଙ୍କାରେ ବିକ୍ରି ହେଉଛି । ଆଳୁ ଦର ବୃଦ୍ଧି ହୋଇ ନ ଥିବା ବେଳେ ଏହା ୨୦ ଟଙ୍କାରେ ବିକ୍ରି ହେଉଥିବା ସୂଚନା ମିଳିଛି ।

   Related Posts