ଅଫେୟାର୍ସ ଚର୍ଚ୍ଚାରେ ଏକାଠି ଇଭେଣ୍ଟରେ ପହଞ୍ଚିଲେ ତମନ୍ନା-ବିଜୟ, ଫଟୋ ଭାଇରାଲ
16/01/2023 at 10:57 AM

ମୁମ୍ଵାଇ ୧୬।୦୧: ନୂଆ ବର୍ଷରେ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କ ସମ୍ପର୍କକୁ ନେଇ ଖବର ଆସିଥିଲା । ୨୦୨୩ ସେଲିବ୍ରେସନ ଅବସରରେ ତାଙ୍କର ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା । ଗୋଆରେ ନୂଆ ବର୍ଷ ପାଳନ କରିବା ପରେ ସେ ମୁମ୍ବାଇ ଫେରିଥିବା ବେଳେ ତାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ତେବେ ସେମାନେ ଏକାଠି ନଜର ଦେଖାଯିବା ନେଇ ଅନେ ଚର୍ଚ୍ଚା ଆରମ୍ଭ ହେଲାଣି।
ଏହି ସମୟରେ, ତମନ୍ନା ଏବଂ ବିଜୟ ରବିବାର ରାତିରେ ମୁମ୍ବାଇର ଏକ ଇଭେଣ୍ଟରେ ପହଞ୍ଚିଥିଲେ । ଏହି ସମୟରେ ସେମାନେ ପାପାରାଜି ସାମ୍ନାରେ ଏକାଠି ପୋଜ୍ ମଧ୍ୟ ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିବା କେମେଷ୍ଟ୍ରି ଦେଖି ପ୍ରଶଂସକମାନେ ସେମାନଙ୍କର ଡେଟିଂ ଖବରକୁ ସତ ବୋଲି ସମସ୍ତେ ଗ୍ରହଣ କରୁଛନ୍ତି ।ଏହି ଭିଡିଓକୁ ବିରେନ୍ଦର ଚାୱଲା ସେୟାର କରିଛନ୍ତି। ତମନ୍ନା ପ୍ରଥମେ ଟ୍ରଫି ସହିତ ଏକାକୀ ପୋଜ୍ କରିଥିଲେ। ଏହା ପରେ ବିଜୟ ଭର୍ମା ତମନ୍ନାଙ୍କ ପଛରୁ ପାସ୍ କଲେ, ତା’ପରେ ସେ ତାଙ୍କ ନିକଟରେ ଅଟକି ଯାଇଥିଲେ।
ଦୁହେଁ ଏକାଠି ପାପାରାଜି ସାମ୍ନାରେ ଫଟୋ କ୍ଲିକ୍ କରିଥିଲେ। ଲୁକ୍ ବିଷୟରେ କଥାବାର୍ତ୍ତା କଲେ ତମନ୍ନା ଏକ ନୀଳ ରଙ୍ଗର ଗାଉନ୍ ପିନ୍ଧିଥିଲେ। ବିଜୟ ଏକ ରଙ୍ଗୀନ ଜ୍ୟାକେଟ୍ ଏବଂ କଳା ଡେନିମ୍ ପିନ୍ଧିଥିଲେ । ପ୍ରଶଂସକମାନେ ଦୁହିଁଙ୍କ ଏହି ଭିଡିଓରେ ପ୍ରେମ ବର୍ଷା କରୁଛନ୍ତି । ଜଣେ ୟୁଜର୍ସ କହିଛନ୍ତି, ‘ଦୁହେଁ ଏକାଠି ଭଲ ଦେଖାଯାଉଛନ୍ତି। ଅନ୍ୟ ଜଣେ କହିଛନ୍ତି, ତମନ୍ନାଙ୍କ ଅପେକ୍ଷା ସେ ବହୁତ ଭଲ ଅଭିନେତା।