ମୁମ୍ଵାଇର ବିଜନେସ୍‌ମ୍ୟାନ୍‌ଙ୍କୁ ବିବାହ କରିବେ ତମନ୍ନା ! ଭିଡିଓରେ କହିଲେ ଏମିତି

Published By : Prameya-News7 Bureau | November 17, 2022 IST

ମୁମ୍ଵାଇ ୧୭।୧୧: ସାଉଥ ସିନେମାର ସୁନ୍ଦର ଅଭିନେତ୍ରୀ ତମନ୍ନା ଭାଟିଆ। ତାଙ୍କ ଅଭିନୟ ଓ ସୁନ୍ଦରତା ପାଇଁ କୋଟି କୋଟି ଲୋକ ପାଗଳ। ଏଥି ସହିତ ଅଭିନେତ୍ରୀଙ୍କ ବିଷୟରେ ଏଭଳି ଖବର ସାମ୍ନାକୁ ଆସିଛି। ଯାହା ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବାସ୍ତବରେ ସୋସିଆଲ୍ ମିଡିଆରେ ଏକ ଖବର ଭାଇରାଲ୍‌ ହେବାରେ ଲାଗିଛି। କୁହାଯାଉଛି ତମନ୍ନା ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛି। ସେ ଜଣେ ବ୍ୟବସାୟୀଙ୍କ ସହ ହାତଗଣ୍ଠି ପଡିବା ନେଇ ଚର୍ଚ୍ଚା ଜୋର।  ଏଥି ସହିତ ଏହି ଖବର ଉପରେ ନୀରବତାକୁ ଭାଙ୍ଗି ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଜବରଦସ୍ତ ଉତ୍ତର ଦେଇଛନ୍ତି।

ବାସ୍ତବରେ ତମନ୍ନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୁଇଟି ମଜାଦାର ଭିଡିଓ ସେୟାର କରିଛନ୍ତି। ପ୍ରଥମ ଭିଡିଓରେ ସେ ଏକ ସୁନ୍ଦର କଳା ସାରୀ ପିନ୍ଧି କୋଠରୀ ଭିତରକୁ ଯାଆନ୍ତି । ଦ୍ୱିତୀୟ ଭିଡିଓରେ ସେ କୋଠରୀରୁ ପୁଅ ହୋଇ ବାହାରୁଛନ୍ତି। ଏହି ଭିଡିଓରେ ତମନ୍ନା ମଧ୍ୟ ଏକ ମୁଦି ପିନ୍ଧିଛନ୍ତି। ଭିଡିଓ ସେୟାର କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି, 'ଏହା ମୋର ବ୍ୟବସାୟୀ ସ୍ୱାମୀ।' ଏହା ବ୍ୟତୀତ ଅଭିନେତ୍ରୀ ହ୍ୟାସଟ୍ୟାଗରେ ମଧ୍ୟ ଲେଖିଛନ୍ତି, 'ସମସ୍ତେ ମୋ ଜୀବନର ସ୍କ୍ରିପ୍ଟ ଲେଖୁଛନ୍ତି'। ପ୍ରଶଂସକମାନେ ମଧ୍ୟ ତମନ୍ନାଙ୍କ ଏହି ମଜାଳିଆ ପ୍ରତିକ୍ରିୟାକୁ ବହୁତ ପସନ୍ଦ କରୁଛନ୍ତି।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ତମନ୍ନା ଭାଟିଆ ଖୁବ ଶୀଘ୍ର ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ଫିଲ୍ମ 'ଭୋଳା ଶଙ୍କର'ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ପ୍ରଶଂସକମାନେ ଉଭୟଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରି ଦେଖିବାକୁ ପାଇବେ । ଫିଲ୍ମଟି ଆସନ୍ତା ଏପ୍ରିଲ ୧୪ ରେ ମୁକ୍ତିଲାଭ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.