scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତମନ୍ନା ଭାଟିଆଙ୍କୁ ଭେଟିବାକୁ ସୁରକ୍ଷାବଳୟ ଭାଙ୍ଗିଲେ ଫ୍ୟାନ୍,  ଦୌଡ଼ି ଆସି  ଟାଣିଦେଲେ ତମନ୍ନାଙ୍କ ହାତ

8/08/2023 at 7:21 PM

ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ। ଏବେ ସେ ନି ପ୍ରଫେସନାଲ ସହ ନିଜ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗୋଟେପଟେ ନିଜ ଡ୍ୟାନ୍ସ ନମ୍ବର ‘କାୱାଲା’ ଅନ୍ୟପଟେ ବିଜୟ ବର୍ମା ସହ ଡେଟ୍ ନେଇ ଅଛନ୍ତି ଚର୍ଚ୍ଚାରେ। ଏହାରି ଭିତରେ ଏକ ଭିଡିଓ ହେଉଛି ଭାଇରାଲ୍।

ଯେଉଁଥିରେ ଦେଖିବାକୁ ମିଳିଛି, ପାରମ୍ପାରିକ ପୋଷାକ ପିନ୍ଧି ଅଭିନେତ୍ରୀ ଏକ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେ ସମୟରେ ସୁରକ୍ଷା ବଳୟ ଭାଙ୍ଗି ଦୌଡ଼ି ଆସିବା ସହ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ହାତ ଟାଣିଦେଲେ ତାଙ୍କର ଜଣେ ପ୍ରଶଂସକ । ସେ  ସୁରକ୍ଷା ବଳୟ ଭାଙ୍ଗି ହଠାତ୍ ଅଭିନେତ୍ରୀଙ୍କ ପାଖକୁ ଦୌଡ଼ି ଆସିବା ସହ ତାଙ୍କ ହାତ ଧରିବାକୁ ଚେଷ୍ଟା କରିଥିଲେ। ଏହା ଦେଖି ଅଭିନେତ୍ରୀ ତମନ୍ନା ଭାଟିଆ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପ୍ରଶଂସକଜଣକ ଏଭଳି କରିବାକୁ ଚେଷ୍ଟା କରୁଥିବା ଦେଖି ତମନ୍ନାଙ୍କ ଟିମ୍ ତାଙ୍କୁ ବାହାରକୁ ନେବାକୁ ଚେଷ୍ଟା କରିଥିଲେ। ହେଲେ  ତମନ୍ନା ନିଜ ଟିମକୁ ରୋକିବା ସହ ପ୍ରଶଂସକଙ୍କ ସହ ହାତ ମିଳାଇ ଥିଲେ। ତାଙ୍କ ସହ ସେଲଫି ନେଇଥିଲେ ।

ଯହାର ଭିଡିଓ ଭାଇରାଲ ହେବା ପରେ ତମନ୍ନା, ପ୍ରଶଂସକଙ୍କ ଏଭଳି କାମକୁ ଦେଖି ବିରକ୍ତି ହେବା ପରିବର୍ତ୍ତେ ଶାନ୍ତ ହୋଇ ପରିସ୍ଥିତିକୁ ସମ୍ଭାଳି ନେଇଥିବାରୁ ଲୋକେ ତାଙ୍କର ପ୍ରଶଂସା କରୁଛନ୍ତି। କିଛି ଲୋକ ଯୁବକଙ୍କ ଏଭଳି କାମକୁ ନିନ୍ଦା କରି ଅଭିନେତ୍ରୀଙ୍କୁ ଅଧିକ ସୁରକ୍ଷା ଦେବା ପାଇଁ ଦାବି କରିଛନ୍ତି। ତେବେ ଅଭିନେତ୍ରୀ ତମନ୍ନା ଏବେ ନିଜର ଆଇଟମ୍ ଗୀତ କାବାଲାକୁ ନେଇ ଚର୍ଚ୍ଚାରେ ରହିଛନ୍ତି।

Also Read- ‘ମୁଁ ଆସିବା ପୂର୍ବରୁ ଚାଲିଯିବୁ’,  ଆକ୍ଟିଙ୍ଗ୍ କ୍ୟାରିଅର୍ ବାଛିବାରୁ ଏପରି କହିଥିଲେ ବାପା

   Related Posts