scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶ୍ରଦ୍ଧା କପୁର-ରାଜକୁମାରଙ୍କ ‘Stree-2’ରେ ଆଇଟମ୍‌ ଡ୍ୟାନ୍ସ କରିବେ ତମନ୍ନା !

8/12/2023 at 1:15 PM

ମୁମ୍ବାଇ ୦୮।୧୨: ୨୦୧୮ ମସିହାରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ସ୍ତ୍ରୀ’ର ସଫଳତା ପରେ ନିର୍ମାତା ଏହାର ଦ୍ଵିତୀୟ ଭର୍ସନ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି । ମୂଳ ଫିଲ୍ମ ଭଳି ଏ ଥର ବି ରାଜକୁମାର ରାଓ ଓ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିବେ । ରିପୋର୍ଟ ଅନୁସାରେ, ମୂଳ ଫିଲ୍ମ ଭଳି ଏଥିରେ ମଧ୍ୟ ‘କମରିୟା’ ଭଳି ଏକ ହିଟ୍ ଆଇଟମ୍ ନମ୍ବର୍ ରହିବ । କମରିୟା ଗୀତରେ ନୋରା ଫତେହିଙ୍କ ଦମ୍‌ଦାର ନୃତ୍ୟ ସିନେପ୍ରେମୀଙ୍କୁ ମତୁଆଲା କରିଥିଲା ।

ବର୍ତ୍ତମାନ ଚର୍ଚ୍ଚା ହେଉଛି, ଏଥର ଆଇଟମ୍ ନମ୍ବରରେ ନଜର ଆସିବେ ‘କାୱାଲେୟା’ ଫେମ୍ ତମନ୍ନା ଭାଟିଆ । ଗୀତର ସୁଟିଂ ଶେଷ ହୋଇଥିବା ନେଇ ଆଲୋଚନା ହେଉଛି ।ଏକାଧିକ ହିଟ୍ ଗୀତରେ ନଜର ଆସିଥିବା ତମନ୍ନା ‘ସ୍ତ୍ରୀ-୨’ର ଆଇଟମ୍ ନମ୍ବର୍ ପାଇଁ ପୂରାପୂରି ଫିଟ୍ ବୋଲି ମନେ କରି ନିର୍ମାତା ତାଙ୍କୁ ସାଇନ୍ କରିଛନ୍ତି । ଗୀତରେ ତମନ୍ନାଙ୍କ ସହ ରାଜକୁମାର ମଧ୍ୟ ନଜର ଆସିବେ । ଏହି ଆଇଟମ୍‌ ଗୀତରେ ଉଭୟ ପ୍ରଥମ ଥର ସ୍କ୍ରିନ୍ ସେୟାର କରିବେ।

ହେଲେ ତମନ୍ନାଙ୍କ ତରଫରୁ ଏ ବିଷୟରେ କୌଣସି ସୂଚନା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଖବର ଚର୍ଚ୍ଚା ହେବା ପରଠୁ ଫିଲ୍ମରେ ତାଙ୍କର ନୂଆ ନୃତ୍ୟ ଶୈଳୀକୁ ଦେଖିବାକୁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । ଗତ ଜୁଲାଇରେ ‘ସ୍ତ୍ରୀ-୨’ ବିଷୟରେ ଅଫିସିଆଲ ଘୋଷଣା ହୋଇଥିଲା। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅମର କୌଶିକ । ଜିଓ ଷ୍ଟୁଡିଓଜ୍ ଓ ଦିନେଶ ଭିଜନଙ୍କ ମ୍ୟାଡ୍ଡକ୍ ଫିଲ୍ମସ ଏହାର ନିର୍ମାଣ ଦାୟିତ୍ୱ ନିର୍ବାହ କରିଛି । ଫିଲ୍ମରେ ଅପାରଶକ୍ତି ଖୁରାନା, ଅଭିଷେକ ବାନାର୍ଜୀ, ପଙ୍କଜ ତ୍ରିପାଠୀ ପ୍ରମୁଖ ଭୂମିକାରେ ନଜର ଆସିବେ ।

   Related Posts