ବିଜୟ ବର୍ମାଙ୍କ ସହ ଲଞ୍ଚ ଡେଟ୍ରେ ଗଲେ ତମନ୍ନା, ଡେଟିଂକୁ ନେଇ ଚର୍ଚ୍ଚା ଜୋର
19/01/2023 at 10:37 AM

ମୁମ୍ଵାଇ ୧୯।୦୧: ପ୍ରସିଦ୍ଧ ଅଭିନେତା ବିଜୟ ବର୍ମାଙ୍କ। ବାହୁବଳୀ ଅଭିନେତ୍ରୀ ତମନ୍ନା ଭାଟିଆ। ବର୍ତ୍ତମାନ ଦୁହେଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଉଭୟ ପ୍ରାୟତ ବଲିଉଡ ଇଭେଣ୍ଟରେ ଏକାଠି ନଜର ଆସୁଛନ୍ତି। ନିକଟରେ ନୂଆ ବର୍ଷ ଅବସରରେ ଉଭୟଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଉଭୟଙ୍କୁ କିସ୍ ଦେଉଥିବାର ନଜର ଆସିଥିଲେ। ଡେଟିଂ ଗୁଜବ ମଧ୍ୟରେ ତମନ୍ନା ଏବଂ ବିଜୟଙ୍କୁ ଲଞ୍ଚରେ ଏକାଠି ଦେଖିବାକୁ ମିଳିଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଖବର ଅନୁଯାୟୀ, ତମନ୍ନା ଏବଂ ବିଜୟ ପରସ୍ପରକୁ ଡେଟ କରୁଛନ୍ତି। ହେଲେ ଉଭୟ ଏପର୍ଯ୍ୟନ୍ତ ସେମାନଙ୍କର ସମ୍ପର୍କକୁ ଅଫିସିଆଲ୍ କରିନାହାଁନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଲଞ୍ଚ ଡେଟ୍ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।
ଏହି ଫଟୋରେ ବିଜୟ ଏକ ନୀଳ ରଙ୍ଗର ହୁଡି ଏବଂ ବ୍ରାଉନ୍ ପ୍ୟାଣ୍ଟ ପିନ୍ଧିଥିବାବେଳେ ତମନ୍ନା ଏକ କଳା ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଫଟୋରେ ତମନ୍ନା ଏବଂ ବିଜୟ ଏକାଠି ନିଜ କାରରୁ ଓହ୍ଲାଇଥିବାର ଦେଖିବାକୁ ମିଳିଥିଲା ଏବଂ ଉଭୟ ପାପାରାଜିଙ୍କ ଆଗରେ ପୋଜ୍ ଦେଉଥିଲେ। ତେବେ ଉଭୟଙ୍କ ମୁହଁରେ ଥିବା ହସ କହୁଛି ଯେ ସେମାନେ ପରସ୍ପରର ଡେଟ୍ କରୁଛନ୍ତି। ଦୁହେଁ ପରସ୍ପର ସହ କ୍ଵାଲିଟି ଟାଇମ୍ ବିତାଉଛନ୍ତି।