ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଉଚ୍ଚତାରେ ସବୁଠୁ ଆଗରେ ଅଛନ୍ତି ବଲିଉଡର ଏହି ୬ ଜଣ ଅଭିନେତ୍ରୀ, ଜାଣନ୍ତୁ କାହା ଉଚ୍ଚତା ସବୁଠୁ ଅଧିକ

20/11/2019 at 7:31 AM

ମୁମ୍ବାଇ୨୦|୧୧: ବଲିଉଡ ଅଭିନେତ୍ରୀମାନେ କେବେ ନିଜ ଅଭିନୟ ପାଇଁ ଚର୍ଚ୍ଚାରେ ରୁହନ୍ତି ତ କେବେ ନିଜ ସୌନ୍ଦର୍ଯ୍ୟ ପାଇଁ। ଏତେବେ ଆଜି କିଛି ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯିଏ ଉଚ୍ଚତାରେ ଅଭିନେତାମାନଙ୍କୁ ମଧ୍ୟରେ ପଛରେ ପକାଇଛନ୍ତି।ଏହି ଅଭିନେତ୍ରୀମାନେ ନିଜ ଉଚ୍ଚତା ପାଇଁ ପରଦାରେ ମଧ୍ୟ ଖୁବ ଭଲ ଦେଖାଯାଆନ୍ତି।

ପୂର୍ବତନ ବିଶ୍ବ ସୁନ୍ଦରୀ ସୁସ୍ମିତା ସେନ୍‌ ବଲିଉଡର ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି।ଗୋବିନ୍ଦାଙ୍କଠୁ ନେଇ ସଲମାନ ଖାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ କାମ କରିଛନ୍ତି ସୁସ୍ମିତା।ସୁସ୍ମିତାଙ୍କ ଉଚ୍ଚତା ହେଉଛି ୫ ଫୁଟ୍‌ ୭ ଇଂଚ।

କ୍ୟାଟ୍ରିନା କୈଫଙ୍କ ହାଇଟ୍‌ ମଧ୍ୟ କିଛି କମ ନୁହେଁ। ନିକଟରେ କ୍ୟାଟ୍‌ଙ୍କ ଫିଲ୍ମ ଭାରତ ରିଲିଜ ହୋଇଥିଲା। ଏହି ଫିଲ୍ମରେ ତାଙ୍କ ଅଭିନୟର ବହୁତ ପ୍ରଶଂସା କରାଯାଇଥିଲା। ତାଙ୍କ ଉଚ୍ଚତା ହେଉଛି ୫ ଫୁଟ୍‌ ୬ ଇଂଚ।

ଅନୁଷ୍କା ଶର୍ମା ଆଜିକାଲି ଫିଲ୍ମ ଦୁନିଆରୁ ଦୂରାଇ ଅଛନ୍ତି। ଶାହରୁଖ ଖାନଙ୍କ ସହ ଡେବ୍ୟୁ କରି ଫିଲ୍ମ ଜଗତରେ ପାଦ ଦେଇଥିବା ଏହି ଅଭିନେତ୍ରୀଙ୍କ ଉଚ୍ଚତା ହେଉଛି ୫ ଫୁଟ୍‌ ୬ ଇଂଚ।

ବଲିଉଡରେ ଅଧିକ ଆୟ ଆୟ କରୁଥିବା ପ୍ରତିଷ୍ଠିତ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଉଚ୍ଚତା ହେଉଛି ୫ ଫୁଟ୍‌ ୭ ଇଂଚ।

ବିବାହ କରି ଜଣେ ଛୁଆର ମାଆ ହେବା ପରେ ମଧ୍ୟ ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ ଆଜି ମଧ୍ୟ ବହୁତ ସୁନ୍ଦର ଦେଖାଯାଆନ୍ତି। ଶିଲ୍ପାଙ୍କ ଉଚ୍ଚତା ହେଉଛି ୫ ଫୁଟ୍‌ ୬ ଇଂଚ।

ବଲିଉଡର ବରିଷ୍ଠ ଅଭିନେତା ଅନୀଲ କପୁରଙ୍କ ଝିଅ ଚୁଲବୁଲୀ ସୋନମ କପୁରଙ୍କ ଉଚ୍ଚତା ଅନ୍ୟ ଅଭିନେତ୍ରୀଙ୍କଠାରୁ ସବୁଠୁ ଅଧିକ। ତାଙ୍କ ଉଚ୍ଚତା ହେଉଛି ୫ ଫୁଟ୍‌ ୯ ଇଂଚ।

   Related Posts