କିଭ୍: ଯୁଦ୍ଧ ଶେଷ ପର୍ଯ୍ୟନ୍ତ ଋଷ ରାଷ୍ଟ୍ରପତି ହୋଇ ରହିବେନି ଭ୍ଲାଦିମିର ପୁଟିନ। ତାଙ୍କୁ ହଟାଇବା ପାଇଁ ଋଷ ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ ହୋଗଲାଣି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଏଭଳି ଦାବି କରିଛି ଯୁକ୍ରେନ୍। କିଭ୍ର ଗୁଇନ୍ଦା ବିଭାଗ ମୁଖ୍ୟ ମେଜର ଜେନେରାଲ୍ କ୍ୱିର୍ଲୋ ବୁଦାନୋଭ ଏହି ସୂଚନା ଦେଇଛନ୍ତି।
ପୁଟିନଙ୍କୁ କ୍ଷମତାରୁ ହଟାଇବା ପାଇଁ ଋଷର ସରକାରୀ ଅଫିସରମାନେ ଆଲୋଚନା ଆରମ୍ଭ କରିଦେଇଛନ୍ତି। ଖୁବ୍ଶୀଘ୍ର ତାଙ୍କୁ କ୍ଷମତାରୁ ହଟାଇ ଦିଆଯିବ ବୋଲି ୟୁକ୍ରେନ ଗୁଇନ୍ଦା ମୁଖ୍ୟ କହିଥିବା ଇଂରାଜୀ ଖବରକାଗଜ 'ଦି ମିରର'ରେ ଖବର ପ୍ରକାଶ ପାଇଛି।
ଯୁଦ୍ଧ ଆରମ୍ଭରୁ ଋଷ ଅକ୍ତିଆର କରିଥିବା ଖେରସନ ପୋର୍ଟ ସହରକୁ ପୁଣିଥରେ ନିଜ ଅକ୍ତିଆରକୁ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି ୟୁକ୍ରେନ୍। ଏହି ସମୟରେ ବ୍ରିଟେନ୍ ଖବରକାଗଜ ପୁଟିନଙ୍କୁ ନେଇ ଏଭଳି ରିପୋର୍ଟ ପ୍ରକାଶ କରିଛି।
ଖେରସନକୁ ନେଇ ୟୁକ୍ରେନ ଗୁଇନ୍ଦା ମୁଖ୍ୟ କହିଛନ୍ତି ଯେ ନଭେମ୍ବର ଶେଷ ସୁଧା ଖେରସନକୁ ଋଷ ଅକ୍ତିଆରରୁ ଛଡ଼ାଇ ଆଣିବୁ। ତା ସହିତ ୨୦୧୪ରେ ଋଷ ଛଡ଼ାଇ ନେଇଥିବା କ୍ରିମିଆକୁ ବି ଆମେ ଆମ ଦେଶରେ ମିଶାଇ ଦେବୁ ବୋଲି ଗୁଇନ୍ଦା ମୁଖ୍ୟ କ୍ୱିର୍ଲୋ ବୁଦାନୋଭ କହିଛନ୍ତି।