ଧୀରେ ଧୀରେ ବିଗୁଡ଼ୁଛି ଆଫଗାନିସ୍ତାନର ଅର୍ଥନୀତି, ତାଲିବାନୀଙ୍କୁ ମିଳିନି ଦରମା, ଖାଇବାକୁ ନାହିଁ ଟଙ୍କା

Published By : Prameya-News7 Bureau | September 16, 2021 IST

ନୂଆଦିଲ୍ଲୀ, ୧୫/୦୯: ଆଫଗାନିସ୍ତାନକୁ କବ୍‌ଜାକୁ ନେବା ପରେ ଏବେ ତାଲିବାନୀଙ୍କ ସ୍ଥିତି ବିଗିଡ଼ିବାରେ ଲାଗିଛି । ସାରା ଦେଶରେ ଟଙ୍କାର ଅଭାବ । ସାରା ବିଶ୍ୱ ଆଫଗାନିସ୍ତାନକୁ ସାହାଯ୍ୟ ଦେବା ବନ୍ଦ କରିଦେଇଛନ୍ତି । ଫଳରେ ଟଙ୍କାର ଅଭାବକୁ ଦେଖି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ ଉପରେ ଦୈନିକ କଟକଣା ଲଗାଯାଇଛି ।

ନିୟୁର୍କ ପୋଷ୍ଟର ରିପୋର୍ଟ ଅନୁସାରେ ଅଧିକାଂଶ ତାଲିବାନ ଫାଇଟର ଚଳିତ ମାସରେ ସେମାନଙ୍କ ଦରମା ପାଇନାହାନ୍ତି । ବିଶ୍ୱର ପ୍ରାୟ ଦେଶ ତାଲିବାନ ଶାସନକୁ ବିରୋଧ କରୁଥିବା ବେଳେ ତାଲିବାନୀଙ୍କୁ ସ୍ୱୀକୃତି ଦେବା ପାଇଁ ସିଧାସିଧା ମନା କରିଦେଇଛନ୍ତି । ଯାହାକୁ କି ଅଧିକାରୀକ ସ୍ତରରେ ଇସ୍‌ଲାମିକ୍‌ ଏମିରେଟ୍‌ସ ଅଫ୍‌ ଆଫଗାନିସ୍ତାନ ବୋଲି କୁହାଯାଉଛି ।

ତାଲିବାନ ଅକ୍ତିଆର ପରେ ଅନ୍ତର୍ଜାତୀୟ ମନିଟାରୀ ଫଣ୍ଡ ବୈଦେଶିକ ସହାୟତା ଦେବାକୁ ମନା କରିଦେଇଥିବା ବେଳେ ୱାର୍ଲ୍ଡ ବ୍ୟାଙ୍କ ଲୋନ୍‌ ଦେବାକୁ ମଧ୍ୟ ମନା କରିଦେଇଛି । ଆମେରିକା ଏହାର ସେଣ୍ଟ୍ରାଲ୍‌ ବ୍ୟାଙ୍କରେ ୯.୪ ବିଲିୟନ୍‌ ଡଲାର ଟଙ୍କାକୁ ଫ୍ରିଜ୍ କରିଦେଇଛି । ଫାଇନାନ୍ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ ଏହାର ୩୯ ଜଣ ସଦସ୍ୟ ରାଷ୍ଟ୍ରଙ୍କୁ ତାଲିବାନ୍‌ଙ୍କ ସମ୍ପତ୍ତିକୁ ଜବତ କରିବାକୁ କହିଛନ୍ତି । ତେଣୁ ଏବେ ତାଲିବାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଖାଇବାକୁ ଖାଦ୍ୟ କମ୍ ଥିବା ବେଳେ ପାଖରେ ଟଙ୍କା ନଥିବାରୁ ଆହୁରି ଉତ୍କଟ ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.