DGCAଙ୍କୁ ତାଲିବାନଙ୍କ ପତ୍ର, କାବୁଲକୁ ବିମାନ ଚଳାଚଳ ଆରମ୍ଭ କରୁ ଭାରତ

Published By : Prameya-News7 Bureau | September 29, 2021 IST

ନୂଆଦିଲ୍ଲୀ ୨୯।୯: ଆଫଗାନିସ୍ତାନକୁ ପୁଣି ବିମାନ ଚଳାଚଳ ଆରମ୍ଭ କରିବା ଲାଗି ତାଲିବାନ ସରକାର ବେ ସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ଙ୍କୁ ପତ୍ର ଲେଖିଛନ୍ତି। ଏହି ପତ୍ରକୁ ବେ ସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (ଏମଓସିଏ)ଙ୍କୁ ପଠାଇ ଦିଆଯାଇଛି।  ମନ୍ତ୍ରାଳୟ ଏହାର ଏବେ ସମୀକ୍ଷା କରୁଥିବା ଜଣାପଡିଛି। ଅଗଷ୍ଟ ୧୫ ତାରିଖରେ ତାଲିବାନ କାବୁଲ ଦଖଲ କରିଥିଲେ। ସେବେଠାରୁ ଆଫଗାନିସ୍ତାନକୁ ଭାରତରୁ ବିମାନ ଚଳାଚଳ ଠପ କରିଦିଆଯାଇଛି।

{"id":519525,"sizeSlug":"full","linkDestination":"none"}

ପ୍ରାୟ ୨୦ ବର୍ଷ ପରେ ତାଲିବାନ ଆଫଗାନ ଶାସନ ହାତେଇଛି। ଦେଶ ଏବେ ଅଶାନ୍ତ ଥିବା ବେଳେ ହଜାର ହଜାର ଲୋକେ ଦେଶ ଛାଡିବାକୁ ଅପେକ୍ଷା କରି ରହିଛନ୍ତି। ଅଗଷ୍ଟ ୩୧ ତାରିଖରେ ଆମେରିକୀୟ ସେନା ଆଫଗାନିସ୍ତାକୁ ସବୁଦିନ ଲାଗି ଛାଡିଥିଲେ। ତେବେ ତା ପୂର୍ବରୁ ସେମାନଙ୍କ ଲହ ୧ଲକ୍ଷ ୨୦ ହଜାରରୁ ଅଧିକ ଆଫଗାନ ନାଗରିକଙ୍କୁ ନେଇଯାଇଛନ୍ତି। ହେଲେ ବି ସେମାନଙ୍କ ସହ ଦେଶରେ କାମ କରିଥିବା ଅନେକ ଲୋକେ ଏବେ ତାଲିବାନଙ୍କ ଟାର୍ଗେଟ୍‌ରେ ଅଛନ୍ତି, ଯେଉଁମାନେ ଦେଶ ଛାଡିବାକୁ ଚାହୁଁଛନ୍ତି।

{"id":519526,"width":841,"height":473,"sizeSlug":"full","linkDestination":"none"}

ଆମେରିକୀୟ ସୈନିକଙ୍କ ସହ କାମ କରିଥିବା ୨୮ ବର୍ଷିୟ ମୀର କୁହନ୍ତି ସେ ଏବେ ତାଲିବାନଙ୍କ ଡରରେ ଲୁଚିଲୁଚି ବୁଲୁଛନ୍ତି। ତାଙ୍କ ପରିବାର ମଧ୍ୟ ତାଙ୍କ ସହ ଅଛନ୍ତି। ତାଲିବାନ ରାତିରେ ଲୋକଙ୍କ ଘର ଉପରେ ଚଢଉ କରୁଛନ୍ତି, ସେମାନେ ଖୋଜୁଥିବା ଲୋକ ମିଳିଗଲେ ପରିବାରର ସମସ୍ତଙ୍କୁ ହତ୍ୟା କରୁଛନ୍ତି ବୋଲି ନ୍ୟୁୟର୍କ ପୋଷ୍ଟକୁ ସାକ୍ଷାତକାରରେ କହିଛନ୍ତି। ଏଣୁ ଏଭଳି ପରିସ୍ଥିତିରେ ଅନେକ ଦେଶବାସୀ ଛାଡି ଚାଲିଯିବାକୁ ଚାହୁଁଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.