ତାଲିବାନର ଚେତାବନୀ- ଆଫଗାନିଙ୍କୁ ବାହାରକୁ ନେବା ବନ୍ଦ କରୁ ଆମେରିକା

Published By : Prameya-News7 Bureau | August 24, 2021 IST

କାବୁଲ ୨୪/୦୮ : ଆଫଗାନିସ୍ତାନରେ ତାଲିବାନ କବଜା ପରେ ଆମେରିକା ଲଗାତାର ନିଜ ଅଧିକାରୀ ଓ ନାଗରିକଙ୍କୁ ସେଠାରୁ ବାହାର କରିବାକୁ ରେସକ୍ୟୁ ଅପରେସନ ଚଲାଇଛି। କାବୁଲ କବଜା ପରେ ସହରରେ ସ୍ଥିତି ସମ୍ବେଦନଶୀଳ ରହିଛି। ଲୋକେ ଦେଶ ଛାଡି ଯିବାକୁ କାବୁଲ ଏୟାରପୋର୍ଟରେ ଲୋକଙ୍କ ଭିଡ ଲାଗି ରହିଛି ଯାହା ବର୍ତ୍ତମାନ ଆମେରିକା ସେନା ନିୟନ୍ତ୍ରଣରେ ଅଛି। ଏହି କ୍ରମରେ ଆଫଗାନିସ୍ତାନର ଅନେକ ନାଗରିକ ମଧ୍ୟ ଆମେରିକା ପଳାୟନ କରୁଛନ୍ତି ଯାହା ତାଲିବାନକୁ ପସନ୍ଦ ନୁହେଁ। ଆତଙ୍କୀ ସଂଗଠନ ଦ୍ୱାରା ଆମେରିକାକୁ ଚେତାବନୀ ଜାରି କରାଯାଇଛି।

ଟୋଲୋ ନ୍ୟୁଜ ଅନୁଯାୟୀ, ତାଲିବାନ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ଆଫଗାନ ନାଗରିକଙ୍କୁ ଦେଶ ଛାଡିବାକୁ ଆମେରିକା ପ୍ରୋତ୍ସାହିତ କରିବା ଉଚିତ ନୁହେଁ। ସେ କହିଛନ୍ତି ଯେ ତାଲିବାନ ପଞ୍ଜଶିରରେ ଶାନ୍ତିରେ ସମସ୍ୟା ସମାଧାନ କରିବାକୁ ପ୍ରତିବଦ୍ଧ।

{"id":500808,"width":667,"height":373,"sizeSlug":"full","linkDestination":"none"}

ଆମେରିକା ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡିବା ସମ୍ଭାବନା ବହୁତ କମ। ତାଲିବାନ ଆମେରିକାକୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଆଫଗାନିସ୍ତାନ ଛାଡିବାକୁ ଚେତାବନୀ ଦେଇଛି। ଆମେରିକାର ଗୁପ୍ତଚର କମିଟିର ସଭାପତି ଆଡାମ ଶିଫ୍ କହିଛନ୍ତି ଯେ ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ସମ୍ଭାବନା କମ୍। ଏବେ ବି ସ୍ୱତନ୍ତ୍ର ପ୍ରବାସୀ ଭିସାଯୁକ୍ତ ଆମେରିକୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଆବଶ୍ୟକ। ସମସ୍ତେ ମାସ ଶେଷ ସୁଦ୍ଧା ଆସିପାରିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଜେକ ସୁଲିଭାନ କହିଛନ୍ତି ଯେ ଆମେରିକା ରାଜନୈତିକ ଏବଂ ସୁରକ୍ଷା ମାଧ୍ୟମରେ ତାଲିବାନ ସହ ପ୍ରତିଦିନ କଥା ହେଉଛି। ଆମେ ଆମେରିକୀୟ ନାଗରିକ, ଅନ୍ୟ ଦେଶର ନାଗରିକମାନଙ୍କୁ ବିମାନ ବନ୍ଦରକୁ ସୁରକ୍ଷିତ ପହଞ୍ଚାଇବା ସହିତ ତାଲିବାନ ସହ ସବୁ ଦିଗରେ ଆଲୋଚନା କରୁଛୁ। ଏକ ପ୍ରଶ୍ନର ଉତ୍ତରରେ ଏନଏସଏ କହିଛନ୍ତି, ଆମେରିକା ତାଲିବାନ ଉପରେ ବିଶ୍ୱାସ କରେ ନାହିଁ। ଏହା ଉପରେ ରାଷ୍ଟ୍ରପତିଙ୍କ ମତ ଅତ୍ୟନ୍ତ ସ୍ପଷ୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.