Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ନିଜ କଣ୍ଠର ଯାଦୁରେ ଲୋକଙ୍କୁ କରୁଥିଲେ ମତୁଆଲା, ଏବେ ତାଲିବାନ ଭୟରେ ପରିବା ବିକୁଛନ୍ତି ପ୍ରସିଦ୍ଧ ଗାୟକ

26/08/2021 at 2:02 PM

କାବୁଲ ୨୬/୦୮: ଆଫଗାନିସ୍ତାନର ସ୍ଥିତି ଦୟନୀୟ । ରାଷ୍ଟ୍ରପତି କିଛି ପାକିସ୍ତାନୀଙ୍କ ହାତରେ ଦେଶ ଟେକି ଦେଇ ଫେରାର୍ ହୋଇଗଲେ । ମହିଳା, ଶିଶୁ ସମେତି କିଛି ଲୋକ ବାସହରା ବି ହୋଇଗଲେ । ଏପରି ସ୍ଥିତି ହୋଇଛି ଯେ, କିଛି ଲୋକ ନିଜ ବେଉସା ବି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି । ଯେଉଁଠି ନେତା ମନ୍ତ୍ରୀ ଦେଶ ଛାଡି ଅନ୍ୟ ଦେଶରେ ଶରଣ ନେଉଛନ୍ତି ।

ସେଠି ସାଧାରଣ ଲୋକେ ବଞ୍ଚିବେ କେମିତି । ଏମିତି ଏକ ସଦ୍ୟ ଘଟଣା ସାମ୍ନାକୁ ଆସିଛି । ଦିନେ ଯାହାର କଣ୍ଠର ଯାଗୁରେ ମତୁଆଲା ହେଉଥିଲେ ଆଫଗାନ ବାସୀ । ଏବେ ସେ ବନିଯାଇଛନ୍ତି ପରିବା ବିକାଳୀ । ତାଲିବାନର ଭୟ ଓ ଡର କେତେ ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଫଟୋ । ଯାହାକୁ ଦେଖିବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା ।

ତାଲିବାନ୍ ଭୟରେ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଏବେ ପରିବା ବିକୁଛନ୍ତି । ଆତଙ୍କବାଦୀଙ୍କ ଭୟରେ ବଦାଳାଇଦେଇଛନ୍ତି ନିଜର ବୃତ୍ତି । ସେ ହେଉଛନ୍ତି ଆଫଗାନିସ୍ତାନର ଲୋକପ୍ରିୟ ସିଙ୍ଗର ହବିବୁଲ୍ଲା ସବାବ୍ । ତାଲିବାନ ଡରରେ ସେ ଗୀତ ଗାଇବା ଛାଡି ଏବେ ସେ ପରିବା ବିକୁଛନ୍ତି । ତାଙ୍କ ମତରେ ଦେଶରେ ଯେପରି ପରିସ୍ଥିତି ଏଥିରୁ ବର୍ତ୍ତିବାର ଏକମାତ୍ର ଉପାୟ ବୃତ୍ତି ବଦଳାଇ ଜୀବନ ବଞ୍ଚିବା ।

କାରଣ ଦେଶ ଛାଡି ଯାଉଥିବା ଲୋକଙ୍କର ବିମାନବନ୍ଦରରେ ଯେମିତି ସ୍ଥିତି ତାକୁ ଦେଖି ସେ ଦେଶ ଛାଡିଯିବାକୁ ଉଚିତ ମନେ କରୁନାହାଁନ୍ତି । ବରଂ ନିଶା ଏବେ ପ୍ରାଣ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି । ଭବିଷ୍ୟତରେ ଆଉ କେବେବି ଗୀତ ଗାଇବେ ନାହିଁ ବୋଲି କହିଛନ୍ତି ହବିବୁଲ୍ଲା ।

   Related Posts