ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ତାଲିବାନ ଟାର୍ଗେଟରେ ଅଭିନେତ୍ରୀ ଏବଂ ଫିଲ୍ମ ନିର୍ମାତା ! ଗୁଳି ଶବ୍ଦ ଶୁଣି ରାସ୍ତାରେ ଦୌଡିଲେ ସହାରା କରିମୀ, ଭିଡିଓ ଜାରିକରି ବଖାଣିଲେ ଭୟଙ୍କର ମୂହୁର୍ତ୍ତ

23/08/2021 at 5:41 PM

ମୁମ୍ବାଇ ୨୩/୦୮ : ତାଲିବାନ ଶାସନର ଆଗମନ ସହିତ ଆଫଗାନିସ୍ତାନରେ ପରିସ୍ଥିତି ବର୍ତ୍ତମାନ ଭୟଙ୍କର ହୋଇପଡ଼ିଛି । ଦିନକୁ ଦିନ ସେଠାରେ ଅବସ୍ଥା ଖରାପ ହେବାରେ ଲାଗିଛି। ଆଫଗାନିସ୍ତାନରେ ସରକାର ଗଠନ ହେବା ପୂର୍ବରୁ ତାଲିବାନ ନିଜର ରଙ୍ଗ ଦେଖାଇବା ଆରମ୍ଭ କରିଛି । ତାଲିବାନୀମାନେ ସବୁଆଡେ ନିଜର ମନମୁଖୀ କାର୍ଯ୍ୟ କରୁଥିବାର ଦେଖାଯାଉଛି । ଏଥିପାଇଁ ଆଫଗାନବାସୀ କୌଣସି ମତେ ଦେଶ ଛାଡି ଚାଲିଯିବା ପାଇଁ ବ୍ୟାକୁଳ ହୋଇପଡିଛନ୍ତି ।

ଏହି ସମୟରେ ଆଫଗାନିସ୍ତାନର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସହାରା କରିମୀ କାବୁଲ ରାସ୍ତାରେ ଦୌଡୁଥିବାର ନଜର ଆସିଛନ୍ତି । ତାଲିବାନୀଙ୍କ ବର୍ବରତାରୁ ରକ୍ଷା ପାଇବା ପାଇଁ ଭୟରେ ସେ ରାସ୍ତାରେ ଦୌଡୁଥିବା ଦେଖିବାକୁ ମିଳିଥିଲା । ରାସ୍ତାରେ ଯିବା ବେଳେ ସେ ମୋବାଇଲରେ ଭିଡିଓ ରେକର୍ଡ କରିବା ସହିତ ତାଙ୍କ ଦୁଃଖ ବିଷୟରେ ବର୍ଣ୍ଣନା କରିଛନ୍ତି । କରିମୀ ଆଫଗାନିସ୍ତାନ ଚଳଚ୍ଚିତ୍ର ସଂଗଠନର ପ୍ରଥମ ମହିଳା ନିର୍ଦ୍ଦେଶକ ମଧ୍ୟ ଅଟନ୍ତି। ସେ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ କାବୁଲ ରାସ୍ତାରେ ଭୟରେ ଦୌଡୁଥିବାର ନଜର ଆସିଛନ୍ତି । 

ସୂଚନା ଅନୁଯାୟୀ, ଆଫଗାନିସ୍ତାନର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସହାରା କରିମୀ ସେଠାକାର ପରିସ୍ଥିତିକୁ ନେଇ ଖୋଲା ଚିଠି ଲେଖିଥିଲେ ଯେଉଁଥିରେ ସେ ବର୍ତ୍ତମାନ ଆଫଗାନିସ୍ତାନର ସ୍ଥିତି କଣ ରହିଛି ସେ ବିଷୟରେ ବର୍ଣ୍ଣନା କରିଥିଲେ । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କାବୁଲ ରାସ୍ତାରେ ଦୌଡୁଛନ୍ତି । ସେ ଏହି ଭିଡିଓଟିକୁ ରେକର୍ଡ କରି ସେଠାରେ ଥିବା ପରିସ୍ଥିତି ବିଷୟରେ କହିଛନ୍ତି । ସହାରା ଭିଡିଓ ଜାରିକରି କହିଛନ୍ତି, ୧୫ ଅଗଷ୍ଟରେ ସେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ପହଞ୍ଚିଥିଲେ, ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ସେ ଟଙ୍କା ପାଇ ନଥିଲେ। କିନ୍ତୁ ହଠାତ୍ ବାହାରୁ ଗୁଳି ଶବ୍ଦ ଆରମ୍ଭ ହୋଇଥିଲା । ଯେତେବେଳେ ବାହାରେ ଗୁଳି ଶବ୍ଦ ଶୁଣାଗଲା ବ୍ୟାଙ୍କ ମ୍ୟାନେଜର କରିମୀଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ। କରିମୀ କହିଛନ୍ତି ଯେ ଏହା ପରେ ବ୍ୟାଙ୍କ ମ୍ୟାନେଜର ପଛ କବାଟ ଖୋଲି ଦେଇଥିଲେ ଏବଂ ମୁଁ ସେଠାରୁ ପଳାଇ ଆସିଥିଲି ।


କରିମୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଆଫଗାନିସ୍ତାନର ବର୍ତ୍ତମାନ ଯେଉଁ ପରିସ୍ଥିତିରେ ଅଛି ତାହାକୁ ଏକ ଡକ୍ୟୁମେଣ୍ଟାରୀ କରି ନେବା ଉଚିତ୍ । ଯାହାଫଳରେ ଆଗାମୀ ଦିନରେ ପୂରା ଦୁନିଆ ଆଫଗାନିସ୍ତାନର ଏହି କଷ୍ଟଦାୟକ ସମୟକୁ ଭୁଲି ପାରିବ ନାହିଁ। କାରଣ ଏହା କଳଙ୍କିତ ସମୟ । ଏହି ଚିଠି ମାଧ୍ୟମରେ କରିମୀ ତାଲିବାନ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସାରା ବିଶ୍ୱରେ ଚଳଚ୍ଚିତ୍ର ସମ୍ପ୍ରଦାୟକୁ ନିବେଦନ କରିଛନ୍ତି। କାରଣ ସେଠାରେ ଟିଭି ଅଭିନେତ୍ରୀମାନେ ମଧ୍ୟ ସୁରକ୍ଷିତ ନାହାନ୍ତି । ଜଣ ଜଣ କରି ଦେଶଛାଡି ଚାଲିଯାଉଥିବା ବେଳେ ଅନେକ ଫସି ରହିଛନ୍ତି । ପ୍ରତି ମୂହୁର୍ତ୍ତରେ ତାଲିବାନ ଭୟ ରହିଛି । ତେବେ କରିମୀଙ୍କ ଏହି ଚିଠି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଉଛି ।

   Related Posts