ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ହାତ ଟେକିଦେଲେ ଆତଙ୍କୀ ଶାସକ, କହିଲେ- ‘ଘରୁ ବାହାରନ୍ତୁ ନାହିଁ ମହିଳା, ଆମ ତାଲିବାନୀ ଯୁବକ ଭାରି ନିଷ୍ଠୁର, କେବଳ ଅତ୍ୟାଚାର ହିଁ ଜାଣନ୍ତି’

26/08/2021 at 4:37 PM

କାବୁଲ ୨୬/୦୮: ମହିଳାଙ୍କୁ ସୁରକ୍ଷା ଦେବା କଥା କହୁଥିବା ତାଲିବାନର ଅସଲ ଚେହେରା ପୁଣି ପଦାକୁ ଆସିଛି। ମହିଳାଙ୍କୁ ଘରେ ରହିବାକୁ ବାଧ୍ୟ କରୁଥିବା ବେଳେ ଖୋଦ ମାନିଛି ତାଲିବାନୀ ଯୁବକ ନିଷ୍ଠୁର ଏବଂ କେବଳ ଅତ୍ୟାଚାର ହିଁ ଜାଣନ୍ତି। ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ମହିଳାମାନଙ୍କ ଭୟ ଦୁଇଗୁଣିତ ହୋଇଯାଇଛି। ବାହାରକୁ ବାହାରିବା ତ ଦୂରର କଥା ଘରେ ରହିଲେ ବି ଭୟ ପିଛା ଛାଡ଼ୁନାହିଁ। ୨୦ ବର୍ଷ ପରେ ମହିଳାଙ୍କୁ ଡର ଘାରିଛି ଯେ ତାଙ୍କ ପାଖରୁ  ପୁଣି ଥରେ ସ୍ବାଧୀନତା ଛଡ଼ାଇ ନେବ ତାଲିବାନ।

ଏହାରି ମଧ୍ୟରେ ତାଲିବାନର ଆଉ ଏକ ନିର୍ଦେଶ ମହିଳାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବାହାରେ କାର୍ଯ୍ୟ କରୁଥିବା ମହିଳା ଏବେ ଘରେ ରହି ନିଜ ନିଜର କାମ କରନ୍ତୁ ବୋଲି ତାଲିବାନ କହିଛି । କାରଣ ସେମାନଙ୍କ ଫାଇଟରଙ୍କୁ ମହିଳାମାନଙ୍କୁ ସମ୍ମାନ କରିବାକୁ ନେଇ କୌଣିସି ପ୍ରଶିକ୍ଷଣ ଦିଆଯାଇ ନାହିଁ। ମହିଳାଙ୍କ ପ୍ରତି ଉଚିତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ ନହେବା ଯାଏଁ ମହିଳାଙ୍କୁ ଘରେ ରହିବାକୁ ପଡ଼ିବ ବୋଲି କହିଛି ତାଲିବାନର ପ୍ରବକ୍ତା ଜବୀହୁଲ୍ଲା ମୁଜାହିଦ।  ତେବେ ସୁରକ୍ଷା ବ୍ୟବସ୍ଥାକୁ ଏକ ଅସ୍ଥାୟୀ ବ୍ୟବସ୍ଥା ବୋଲି ମଧ୍ୟ ସେ କହିଛି।

ମଙ୍ଗଳବାର ଜବୀହୁଲ୍ଲା ମୁଜାହିଦ କହିଥିଲା, ମହିଳା ସରକାରୀ କର୍ମଚାରୀ ପୁଣି ଥରେ କେମିତି କର୍ମକ୍ଷେତ୍ରକୁ ଫେରିବେ ସେନେଇ ତାଲିବାନ ପଦକ୍ଷେପ ଗ୍ରହଣ କରୁଛି। କିନ୍ତୁ ଏବେ ସୁରକ୍ଷା ଦୃଷ୍ଟିରୁ ସେମାନେ ଘରେ ରହିବା ଜରୁରୀ। ତାଲିବାନର ଏଭଳି ବ୍ୟବହାରରୁ ଜଣାପଡ଼ୁଛି ଆଫଗାନିସ୍ତାନରେ ମହିଳାଙ୍କ ସ୍ବାଧୀନତା କ୍ଷୂର୍ଣ୍ଣ ହେବା ସୁନିଶ୍ଚିତ ।  ଗତ ଶାସନ ସମୟରେ ତାଲିବାନ ମହିଳାମାନଙ୍କ ପାଖରୁ ସ୍ବାଧୀନତା ଛଡ଼ାଇ ନଇେଥିଲା। କିନ୍ତୁ ବର୍ତ୍ତମାନ ମହିଳାମାନଙ୍କୁ ପୂର୍ବାପକ୍ଷା ଅଧିକ ସ୍ବାଧୀନତା ଦେବ ବୋଲି କହିଥିବା ତାଲିବାନର ଅସଲ ଚେହେରା ଧିରେ ଧିରେ ପଦାକୁ ଆସୁଥିବା ଦେଖିବାକୁ ମିଳୁଛି।  

   Related Posts