କ୍ଷମତା ପାଇଁ ନରମିଲା ତାଲିବାନର କଣ୍ଠ : ହାତରେ ବନ୍ଧୁକ, କାନ୍ଧରେ ତୋପ, ତଥାପି ଆଫଗାନ୍ ନାଗରିକଙ୍କୁ ନଡରିବାକୁ ବୁଝାଉଛି ତାଲିବାନ

Published By : Prameya-News7 Bureau | August 17, 2021 IST

କାବୁଲ,୧୭/୦୮:   ଆଫଗାନିସ୍ତାନକୁ କବଜା କରିନେଇଛି ତାଲିବାନ । ଚାରିଆଡେ ଭୟର ମାହୋଲ । ବେଶୀ ଆତଙ୍କରେ ରହିଛନ୍ତି ମହିଳା ଓ ଶିଶୁ । ଘରୁ ବାହାରୁ ନାହାଁନ୍ତି । ଅନେକ ଆଫଗାନ୍ ନାଗରିକ ଦେଶ ଛାଡି ପଳାୟନ କରିବାକୁ ବିମାନ ବନ୍ଦରରେ ଅପେକ୍ଷା କରିଛନ୍ତି । ଏହାମଧ୍ୟରେ ତାଲିବାନ ପକ୍ଷରୁ ବିବୃତି ପ୍ରକାଶ ପାଇଛି । ନାଗରିକଙ୍କୁ ଭୟ ନକରିବାକୁ ଏଥିରେ ଉଲ୍ଲେଖ ହୋଇଛି ।

ଦେଶରେ ଦେଖାଦେଇଥିବା ଅସ୍ଥିରତାକୁ ନେଇ ତାଲିବାନ କହିଛି ଯେ,  ନାଗରିମାନେ ଭୟଭୀତ ହୁଅନ୍ତୁ ନାହିଁ । ଏଥିପାଇଂ ଆତଙ୍କବାଦୀ ସଙ୍ଗଠନ ନିବେଦନ କରିଛି । ଆହୁରି ମଧ୍ୟ ସାଧାରଣ ଜୀବନ ଯାତ୍ରାରେ ସାମିଲ ହେବାକୁ ଲୋକଙ୍କୁ ଆହ୍ବାନ କରାଯାଇଛି । ଏହାସହ ସମସ୍ତ କର୍ମଚାରୀଙ୍କୁ ସର୍ବକ୍ଷମା ଘୋଷଣା କରାଯାଇଛି । ସେହିପରି ଅଫିସ କାମରେ ଯୋଗ ଦେବାକୁ ସମସ୍ତ କର୍ମଚାରୀଙ୍କୁ ତାଲିବାନ ଆଦେଶ ଦେଇଛି ।

ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ ଫେରିଛି । ରାଷ୍ଟ୍ରପତି ଅଶରଫ୍‌ ଗନୀ ଦେଶ ଛାଡି ଚାଲିଯାଇଛନ୍ତି । ରାଷ୍ଟ୍ରପତି ଘନୀଙ୍କ ସମେତ ତାଙ୍କ ପୁରା ଟିମ ଦେଶ ଛାଡି ଚାଲିଯାଇଥିବା ସୂଚନା ମିଳିଛି । ତାଲିବାନ ଆଗରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଛନ୍ତି ଆଫଗାନ୍‌ ସରକାର । ଏଣିକି ସେଠାରେ ତାଲିବାନ ସରକାର ଚାଲିବ । ଦେଶର ଅଧିକାଂଶ ସ୍ଥାନରେ ବର୍ତ୍ତମାନ କଠୋରପନ୍ଥୀ ତାଲିବାନମାନେ କବ୍‌ଜା କରିସାରିଲେଣି ।ଏପରିକି ସେମାନେ ସଂସଦ ଭବନରେ ପଶି ଉତ୍ପାତ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.