oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଆଫଗାନିସ୍ତାନରେ ଯୁଦ୍ଧ ଶେଷ ହୋଇଛି, ନାଗରିକଙ୍କ ସୁରକ୍ଷା ପାଇଁ ବଦ୍ଧ ପରିକର- ତାଲିବାନ

16/08/2021 at 10:27 AM

ନୂଆଦିଲ୍ଲୀ, ୧୬/୦୮ :   ଆଫଗାନିସ୍ତାନରେ ଯୁଦ୍ଧ ଶେଷ ହୋଇଛି । ତାଲିବାନର ଜଣେ ମୁଖପାତ୍ର ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ଏନେଇ ସୂଚନା ଦେଇଛନ୍ତି ।ଏହାସହ ବିଭିନ୍ନ ଦେଶ ସହ ସେମାନେ ଶାନ୍ତିପୂର୍ଣ୍ଣ ସମ୍ପର୍କ ରକ୍ଷା କରିବାକୁ ଚାହୁଁଥିବା ମଧ୍ୟ ପ୍ରକାଶ କରିଛନ୍ତି ।

ତାଲିବାନ ମୁଖପାତ୍ର ମହମ୍ମଦ ନଇମ୍ କହିଛନ୍ତି ଯେ, ସେମାନେ ଏକଛତ୍ରବାଦ ଶାସନ କରିବେ ନାହିଁ । ସେମାନଙ୍କ ଆଭିମୁଖ୍ୟ ଅତିଶୀଘ୍ର ସ୍ପଷ୍ଟ ହେବ । ସେମାନେ ମହିଳା ଓ ଶିଶୁଙ୍କୁ ସମ୍ମାନ ଦିଅନ୍ତି । ମହିଳାଙ୍କ ଅଧିକାର କଣ ରହିବ ତାହା ସାରିୟା ଆଇନରେ ଉଲ୍ଲେଖ ରହିଛି । ସେମାନେ ଆଫଗାନବାସୀଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଓ ସେମାନଙ୍କ ସୁରକ୍ଷା ପାଇଁ ବଦ୍ଧ ପରିକର ।

ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ ଫେରିଛି । ରାଷ୍ଟ୍ରପତି ଅଶରଫ୍‌ ଗନୀ ଦେଶ ଛାଡି ଚାଲିଯାଇଛନ୍ତି । ରାଷ୍ଟ୍ରପତି ଗନୀଙ୍କ ସମେତ ତାଙ୍କ ପୁରା ଟିମ ଦେଶ ଛାଡି ଚାଲିଯାଇଥିବା ସୂଚନା ମିଳିଛି । ତାଲିବାନ ଆଗରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଛନ୍ତି ଆଫଗାନ୍‌ ସରକାର । ଏଣିକି ସେଠାରେ ତାଲିବାନ ସରକାର ଚାଲିବ । ଦେଶର ଅଧିକାଂଶ ସ୍ଥାନରେ ବର୍ତ୍ତମାନ କଠୋରପନ୍ଥୀ ତାଲିବାନମାନେ କବ୍‌ଜା କରିସାରିଲେଣି ।

ଏତତ୍ ବ୍ୟତୀତ ତାଲିବାନ ନେତାଙ୍କୁ କ୍ଷମତା ହସ୍ତାନ୍ତର ନେଇ ଆଲୋଚନା ଜାରି ରହିଛି । କ୍ଷମତା ହସ୍ତାନ୍ତର କରିବା ପ୍ରାୟତଃ ନିଶ୍ଚିତ ହୋଇସାରିଛି । କେବଳ ଆଲୋଚନା ବାକି ଅଛି । ଯଦି ତାଲିବାନୀମାନେ କାବୁଲରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି ତେବେ ସେମାନଙ୍କୁ ଜବାବ ଦିଆଯିବ ବୋଲି ଗୃହ ମନ୍ତ୍ରାଳୟ କହିଛି ।

   Related Posts