Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବଗଲାନର ୩ ଜିଲ୍ଲାକୁ ପୁଣି କବ୍‌ଜା କରିନେଲା ତାଲିବାନ, ପଛକୁ ହଟିଲେ ନର୍ଦନ୍‌ ଆଲିଆନ୍ସ : ପଞ୍ଜଶୀର ଘାଟିରେ ଯୁଦ୍ଧ ଜାରି

23/08/2021 at 3:28 PM

କାବୁଲ ୨୩/୦୮ : ଆଫଗାନିସ୍ତାନରେ ତାଲିବାନର ଶକ୍ତି ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ତାଲିବାନର ପ୍ରବକ୍ତା ଜବିଦୁଲ୍ଲାହ ମୁଜାହିଦ ଦାବି କରିଛନ୍ତି ଯେ, ବଗଲାନରେ ଥିବା ପୁଲ-ଏ-ହିସାଲ, ବନ୍ନୁ ଏବଂ ଦେହ୍ ସାଲେହ ଜିଲ୍ଲାକୁ ପୁଣି ଥରେ କବ୍‌ଜା କରିନିଆଯାଇଛି । ନର୍ଦନ୍‌ ଆଲିଆନ୍ସର ସେନାଠାରୁ ପୁଣି ଥରେ ଏହି ୩ ଜିଲ୍ଲାକୁ ଛଡାଇ ଆଣିଛି ତାଲିବାନ । ଏହା ସହିତ ସେଠାରୁ ନର୍ଦନ୍‌ ଆଲିଆନ୍ସର ଲୋକମାନଙ୍କୁ ସେଠାରୁ ବିତାଡିତ କରାଯାଇଛି ।

ଏହା ସହିତ ଆମେରିକାକୁ ଖୋଲାଖୋଲି ଭାବେ ଧମକ ଦେଇଛି ତାଲିବାନ । ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଧମକ ଦେଇ ତାଲିବାନ କହିଛି ଯେ, ‘ଜୋ ବାଇଡେନ୍‌ ୩୧ ଅଗଷ୍ଟ ସୁଦ୍ଧା ଆମେରିକାର ସମସ୍ତ ସେନ୍ୟଙ୍କୁ ନିଜ ଦେଶକୁ ଫେରାଇନେଉ ନଚେତ୍ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ।’

ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ତାଲିବାନକୁ ପ୍ରଥମ ଥର ପାଇଁ ବଗଲାନ୍ ଅଞ୍ଚଳରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥିଲା । ସେଠାରେ ନର୍ଦନ ଆଲିଆନ୍ସ ପକ୍ଷରୁ ତାଲିବାନ ଉପରକୁ ଜୋରଦାର ଆକ୍ରମଣ କରାଯାଇଥିଲା । ଯେଉଁଥିରେ ପ୍ରାୟ ୩୦୦ ତାଲିବାନୀ ନିହତ ହୋଇଥିଲେ । ନ୍ୟୁଜ ଏଜେନ୍ସି ଟୋଲୋ ରିପୋର୍ଟ ଅନୁଯାୟୀ, ବଗଲାନ୍‌ର ୩ଟି ଜିଲ୍ଲାକୁ ନର୍ଦନ ଆଲିଆନ୍ସ ତାଲିବାନ ଠାରୁ ଛଡାଇନେଇଥିଲା । ଏବେ ସେହି ୩ ଜିଲ୍ଲାରେ ପୁଣି ଥ​‌ରେ ତାଲିବାନ କବ୍‌ଜା କରିନେଇଥିବା ସୂଚନା ମିଳିଛି ।

ତାଲିବାନ ପ୍ରବକ୍ତା ସୋହେଲ ସାହୀନ କହିଛି ଯେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୩୧ ଅଗଷ୍ଟ ସୁଦ୍ଧା ଆଫଗାନିସ୍ତାନରୁ ତାର ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ କହିସାରିଛନ୍ତି । ତାଲିବାନ ମଧ୍ୟ ସ୍ପଷ୍ଟ କରିଛି ଯେ, ୩୧ ଅଗଷ୍ଟରୁ ଗୋଟିଏ ବି ଦିନ ଅଧିକ ନହେବା ଆବଶ୍ୟକ । ଧାର୍ଯ୍ୟ ତାରିଖ ସୁଦ୍ଧା ଆମେରିକୀୟ ସୈନ୍ୟ ସମ୍ପୂର୍ଣ୍ଣ ଆଫଗାନିସ୍ତାନ ଖାଲି କରିବା ଆବଶ୍ୟକ । ବ୍ରିଟେନ୍‌କୁ ମଧ୍ୟ ସମାନ ଚେତାବନୀ ଦେଇଛି ତାଲିବାନ । ଯଦି ଆମେରିକା ଏବଂ ବ୍ରିଟେନ୍‌ ଅଗଷ୍ଟ ୩୧ରୁ ଅଧିକ ଗୋଟିଏ ବି ଦିନ ମହଲତ ମାଗନ୍ତି ତେବେ ତାହାର ପରିଣାମ ସେମାନଙ୍କୁ ଭୋଗିବାକୁ ପଡିବ ।

ସୂଚନାଯୋଗ୍ୟ, ଆଫଗାନିସ୍ତାନର ମୋଟ ୩୪ଟି ରୁ ୩୩ଟି ପ୍ରାନ୍ତରେ ତାଲିବାନୀମାନେ କବ୍‌ଜା କରିସାରିଥିବା ବେଳେ ପଞ୍ଜଶୀର ଘାଟିକୁ କବ୍‌ଜା କରିବାକୁ ଅକ୍ଷମ ହୋଇଥିଲେ । ସେଠାରେ ତାଲିବାନ ଏବଂ ପଞ୍ଜଶୀରର ସେର୍‌ କୁହାଯାଉଥିବା ଅହମ୍ମଦ ମାସୁଦଙ୍କ ସେନା ମଧ୍ୟରେ ଜୋରଦାର ଯୁଦ୍ଧ ଜାରି ରହିଛି ।  

   Related Posts