ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

କାଶ୍ମୀରରେ ସକ୍ରିୟ ଆତଙ୍କୀ ସଂଗଠନକୁ ସାହାଯ୍ୟ କରିବା ନେଇ ଏହିଭଳି କହିଲା ତାଲିବାନ

27/08/2021 at 6:06 PM

ନୂଆଦିଲ୍ଲୀ ୨୭/୦୮ : ଆଫଗାନିସ୍ତାନରେ ତାଲିବାନ କବଜା ପରେ ଅନେକ ପ୍ରତିରକ୍ଷା ବିଶ୍ଳେଷକ ଓ ଭୁରାଜନୈତିକ ବିଶେଷଜ୍ଞ କାଶ୍ମୀରରେ ଏହାର ପ୍ରଭାବକୁ ନେଇ ନିଜ ମତାମତ ରଖିଛନ୍ତି। ଇତି ମଧ୍ୟରେ କାଶ୍ମୀର ଭିତ୍ତିକ ଆତଙ୍କବାଦୀ ସଂଗଠନ ମୁଜାହିଦ୍ଦିନ-ଏ-ଗଜବତ-ଉଲ-ହିନ୍ଦ ଏକ ଭିଡିଓରେ ଦାବି କରିଛି ଯେ ସେ ତାଲିବାନ ପ୍ରତି ନିଷ୍ଠା ଭାବ ରଖିଛି। ମୁଜାହିଦ୍ଦିନ-ଏ-ଗଜବତ-ଉଲ-ହିନ୍ଦ ନିକଟରେ କାଶ୍ମୀରରେ ଗଢ଼ିଥିବା ଏକ ନୂଆ ଆତଙ୍କୀ ଗୋଷ୍ଠୀ।

ତେବେ ତାଲିବାନ ମୁଜାହିଦ୍ଦିନ-ଏ-ଗଜବତ-ଉଲ-ହିନ୍ଦ ସହ ସମ୍ପର୍କ ଓ ସହଯୋଗକୁ ନେଇ ଅସ୍ବୀକାର କରିଛି। ଋଷ ନ୍ୟୁଜ ଏଜେନ୍ସି ସ୍ପୁଟନିକର ସାମ୍ବାଦିକ ଧୈର୍ଯ୍ୟ ମାହେଶ୍ୱରୀ ତାଲିବାନ ପ୍ରବକ୍ତା ସୁହେଲ ଶାହୀନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ତାଲିବାନ ମୁଜାହିଦ୍ଦିନ-ଏ-ଗଜବତ-ଉଲ-ହିନ୍ଦ ଭଳି କୌଣସି ସଂଗଠନକୁ ସମର୍ଥନ କରୁନାହିଁ। ସୁହେଲ କହିଛନ୍ତି ଯେ,’ଆମେ ଆଫଗାନିସ୍ତାନର ପୁନଃନିର୍ମାଣ ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ ଓ ଆମର କୌଣସି ବିଦେଶୀ ଏଜେଣ୍ଡା ନାହିଁ।

ନିକଟରେ ତାଲିବାନ ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀର ବିବାଦକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଭାରତକୁ କାଶ୍ମୀର ଘାଟି ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ଆପଣେଇବା ଉଚିତ।

ତାଲିବାନ ଲଗାତାର କହିଛି ଯେ ଆମେ ଆମ ଜମି କୌଣସି ଦେଶ ବିରୋଧରେ ହେବାକୁ ଦେବୁନାହିଁ କିନ୍ତୁ ତାଲିବାନ ପ୍ରତିଶୃତି ଉପରେ ସୁରକ୍ଷା ସୁରକ୍ଷା ଏଜେନ୍ସିକୁ ବିଶ୍ୱାସ ନାହିଁ। ଭାରତ ସମେତ ବିଶ୍ୱର ତମାମ ଦେଶ ତାଲିବାନର ଏହି ପ୍ରତିଶୃତିକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ବିଶେଷଜ୍ଞ ଲଗାତାର ଏହାକୁ ନେଇ ଚିନ୍ତା ପ୍ରକାଶ କରୁଛନ୍ତି ଯେ ତାଲିବାନ ନିୟନ୍ତ୍ରଣାଧୀନ ଆଫଗାନିସ୍ତାନରୁ ଲସ୍କର-ଏ-ତୋଇବା ଓ ଜୈଶ-ଏ-ମହମ୍ମଦ ଭଳି ଆତଙ୍କୀ ସଂଗଠନର କାର୍ଯ୍ୟକଳାପ କାଶ୍ମୀରରେ ବଢିପାରେ।

   Related Posts