ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ତାଲିବାନ ବିରୋଧରେ ନିଆଯିବ ବଡ ନିଷ୍ପତ୍ତି ! ଗୋଟିଏ ମଞ୍ଚରେ ଏକାଠି ହେବେ ବିଶ୍ୱର ୭ ଶକ୍ତିଶାଳୀ ରାଷ୍ଟ୍ର

24/08/2021 at 8:54 AM

ନୂଆଦିଲ୍ଲୀ ୨୪/୦୮: ଆଫଗାନିସ୍ତାନରେ ତାଲିବାନ ଶାସନକୁ ଆନ୍ତର୍ଜାତୀୟ ସ୍ତରରେ ଅନୁମୋଦନ କରାଯିବ କି ନାହିଁ ସେନେଇ ନିଆଯିବ ବଡ ନିଷ୍ପତ୍ତି । ଆଜି ତାଲିବାନି ବିରୋଧରେ ଏକାଠି ହେବେ ବିଶ୍ୱର ୭ ଦେଶ । ଜରୁରୀ ବୈଠକ ଡକାଯାଇଛି । କୁହାଯାଉଛି ଯେ ଆମେରିକାର ରାଷ୍ଟ୍ରପତି ଜୋ-ବିଡେନ ଜି -7 ଦେଶର ନେତାଙ୍କ ସହ ଏକ ଭର୍ଚୁଆଲ ବୈଠକରେ ସାମିଲ ହେବେ ।

ଏହି ବୈଠକରେ ତାଲିବାନ ବିଷୟରେ ଆଲୋଚନା ହେବାର ଆଶା କରାଯାଉଛି । ତାଲିବାନ ଦୁନିଆରେ ବିଚ୍ଛିନ୍ନ ହେବ ନା ଏହା ମାନ୍ୟତା ପାଇବ ସେନେଇ ଏକ ଆଲୋଚନା ହୋଇପାରେ । ଅଗଷ୍ଟ ୩୧ପରେ ମଧ୍ୟ ଆଫଗାନିସ୍ତାନରେ ରହିବାକୁ ଆମେରିକାର ନାଟୋ ଦେଶଗୁଡିକର ବାହିନୀ ବିଷୟରେ ଆଲୋଚନା ହୋଇପାରେ । ଏଥି ସହିତ ତାଲିବାନ ଚେତାବନୀ ଦେଇଛି ଯେ ଯଦି ନିର୍ଦ୍ଦିଷ୍ଟ ସମୟସୀମା ପରେ ମଧ୍ୟ ଆମେରିକା ଏବଂ ବ୍ରିଟେନ ଆଫଗାନିସ୍ତାନରେ ନିଜର ସୈନ୍ୟ ନ ହଟାନ୍ତି । ତେବେ ଏହାର ପରିଣାମ ଭୟଙ୍କର ହୋଇପାରେ ।

ସୂଚନା ଥାଉକି, ଅଗଷ୍ଟ ୧୫ରେ ତାଲିବାନ ସମଗ୍ର ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିଲା । ଯେଉଁଥିପାଇଁ ଆମେରିକା ସମେତ ସମଗ୍ର ବିଶ୍ୱ ଚକିତ ହୋଇଯାଇଥିଲା । ତାଲିବାନ ଶାସନର ଆଗମନ ହେତୁ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସମସ୍ତ ଦେଶ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରିବାକୁ ନିୟୋଜିତ ଅଛନ୍ତି । ପ୍ରତିଦିନ ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡୁଛନ୍ତି ।

   Related Posts