କାବୁଲ୍, ୧୩/୦୯: ବିଦୋହୀଙ୍କ ଗଡ ପଞ୍ଜଶୀରରେ କାମଚଳା ରାଷ୍ଟ୍ରପତି ଘୋଷଣା କରିଥିବା ଅମରୁଲ୍ଲା ସାଲେହଙ୍କ ପଞ୍ଜଶୀର ସ୍ଥିତ ବାସଭବନରେ ତାଲିବାନୀମାନେ ରେଡ କରିଥିବା କହିଛନ୍ତି। ଯେଉଁଠୁ ୬.୫ ମିଲିୟନ ଡଲାର ବା ପ୍ରାୟ ୪୮ କୋଟି ଟଙ୍କା ଓ ଅନେକ ସୁନା ମିଳିଥିବା ତାଲିବାନିମାନେ ଟ୍ବିଟ କରିଛନ୍ତି।
ବିଦ୍ରୋହୀଙ୍କ ଗଡ଼ କୁହାଯାଉଥିବା ଆଫଗାନିସ୍ତାନର ପଞ୍ଜଶିରକୁ ଦଖଲ ପାଇଁ ତାଲିବାନୀମାନେ ଜୋରଦାର ଉଦ୍ୟମ କରୁଛନ୍ତି। ତାଲିବାନୀମାନେ ବନ୍ଧୁକ ମୁନରେ ପଞ୍ଜଶିରର ଏକ ବଡ଼ ଅଂଶକୁ ଦଖଲ କରିଥିବା ଦାବି କରିଛନ୍ତି। ନିଜକୁ କାମଚଳା ରାଷ୍ଟ୍ରପତି ଘୋଷଣା କରିଥିବା ଅମରୁଲ୍ଲା ସାଲେହଙ୍କ ପଞ୍ଜଶୀର ବାସଭବନରେ ତାଲିବାନୀମାନେ ରେଡ କରିଥିବା କହିଛନ୍ତି। ଏହି ରେଡ୍ ବେଳେ ସେମାନେ ତାଙ୍କ ଘରୁ ୬.୫ ମିଲିୟନ ଡଲାର ବା ପ୍ରାୟ ୪୮ କୋଟି ଟଙ୍କା ପାଇଥିବା ବେଳର ଦୃଶ୍ୟକୁ ଟ୍ବିଟ୍ କରିଛନ୍ତି । ଏହାପୂର୍ବରୁ ପଞ୍ଜଶିରର ଯେଉଁ ସ୍ଥାନରେ ଅମରୁଲ୍ଲା ସାଲେହ ବିଶ୍ବକୁ ସେ ସୁରକ୍ଷିତ ରହିଥିବାର ବାର୍ତ୍ତା ଦେଇଥିଲେ ସେହି ସ୍ଥାନକୁ ତାଲିବାନ କବଜା କରିଥିଲା। ଅମରୁଲ୍ଲା ସାଲେହ ସୁରକ୍ଷିତ ଖସି ଚାଲିଯିବାକୁ ସକ୍ଷମ ହୋଇଛନ୍ତି। ଏବେ ସେ କେଉଁଠି ଅଛନ୍ତି ତାହା ଜଣାନାହିଁ । ତାଲିବାନୀଙ୍କ ଟାର୍ଗେଟରେ ଏବେ ଅମରୁଲ୍ଲା ସାଲେହ ଓ ନର୍ଦ୍ଦନ ଆଲିଆନ୍ସର ମୁଖ୍ୟ ଅହମଦ ମାସୁଦ ରହିଛନ୍ତି । ସେମାନଙ୍କୁ ହତ୍ୟା କରିବାକୁ ତାଲିବାନୀମାନେ ବିଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି।
wp:html/wp:htmlد امر الله صالې په کور کې شپږنیم میلیونه ډالر د سرو زرو له اتلس خښتو سره يوځای د اسلامي امارت د ځواکونو لاسته ولوېدل. pic.twitter.com/E5YinxvTe0
— Ahmadullah Muttaqi (@Ahmadmuttaqi01) September 13, 2021
ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ତାଲିବାନ ନିଜକୁ ଶକ୍ତିଶାଳୀ କରିବାକୁ ବଳ ଗୋଟାଉଛି । ପଡୋଶୀ ଉଜବେକିସ୍ତାନକୁ କଡା ସନ୍ଦେଶ ପଠାଇଛି ତାଲିବାନ। ଆଫଗାନିସ୍ତାନର ୪୬ଟି ଏୟାରକ୍ରାଫ୍ଟ ଓ ପାଇଲଟ ଫେରାଇବାକୁ ଉଜବେକିସ୍ତାନକୁ କହିଛି ତାଲିବାନ । ଆଫଗାନିସ୍ତାନକୁ ତାଲିବାନ କବଜା କରୁଥିବା ବେଳେ ଆଫଗାନ୍ ସେନାର ପାଇଲଟ ମାନେ ଯୁଦ୍ଧ ବିମାନ ଗୁଡିକୁ ଉଜବେକିସ୍ତାନ ନେଇ ଯାଇଥିଲେ । ଆଉ ଏଠାରୁ ଏହି ଯୁଦ୍ଧ ଜାହାଜ ଗୁଡିକୁ ୟୁଏଇ ସିଫ୍ଟ କରାଯାଉଛି । ଯେଉଁଥିରେ ଏ-୨୯ ଯୁଦ୍ଧ ବିମାନ, ୟୁଏଚ୍-୬୦ ବ୍ଲାକ୍ ହକ ହେଲିକପ୍ଟର ସାମିଲ ରହିଛି। ଏହି ଆଫଗାନିସ୍ତାନ ପାଇଲଟଙ୍କୁ ଆମେରିକା ସେନା ପ୍ରଶିକ୍ଷଣ ଦେଇଥିଲା ଏବଂ ଚୁକ୍ତି ଅନୁଯାୟୀ ଏବେ ଏମାନଙ୍କୁ ୟୁଏଇ ସିଫ୍ଟ କରାଯାଉଛି। ଆଉ ଏବେ ଉଜବେକିସ୍ତାନ ଉପରେ ବିମାନ ଓ ପାଇଲଟଙ୍କୁ ଫେରାଇବାକୁ ଚାପ ପକାଉଛି ତାଲିବାନ ।