Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ତାଲିବାନ ପାଇଁ ଓକିଲାତି କାମ ଦେଲାନି, ଆଫଗାନିସ୍ତାନରେ ଆତଙ୍କବାଦୀ ଶାସନକୁ ମାନ୍ୟତା ଦେବାକୁ ମନା କଲା ତାଜିକିସ୍ତାନ

26/08/2021 at 10:46 AM

ନୂଆଦିଲ୍ଲୀ, ୨୬ ।୦୮ : ଆଫଗାନିସ୍ତାନକୁ କବଜା କରିଥିବା ତାଲିବାନକୁ ବଡ ଝଟକା ଦେଇଛି ପଡୋଶୀ ଦେଶ ତାଜିକିସ୍ତାନ । ତାଜିକିସ୍ତାନ ପାକିସ୍ତାନ ସାମ୍ନାରେ ତାଲିବାନ ସରକାରକୁ ମାନ୍ୟତା ଦେବ ନାହିଁ ବୋଲି ସିଧାସଳଖ ମନା କରିଦେଇଛି ।

ବୁଧବାର ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀଙ୍କୁ ତାଜିକିସ୍ତାନ ରାଷ୍ଟ୍ରପତି ଇମୋମାଲୀ ରହମାନ ତାଲିବାନ ସରକାରକୁ ମାନ୍ୟତା ଦେବେ ନାହିଁ ବୋଲି କହିଛନ୍ତି । ତାଜିକିସ୍ତାନ ଓ ଋଷ ମଧ୍ୟରେ ସମ୍ପର୍କ ଭଲ ରହିଛି । ଏହାସତ୍ତ୍ୱେ ଏପରି ଆଭିମୁଖ୍ୟ ସମସ୍ତଙ୍କୁ ଚକିତ କରିଛି ।

ତାଜିକ୍‌ର ଜାତୀୟ ସୁରକ୍ଷା ଏଜେନ୍ସି ରାଷ୍ଟ୍ରପତିଙ୍କ ତରଫରୁ କହିଛି ଯେ, ବନ୍ଧୁକ ମୁନରେ ଗଢିଥିବା କୌଣସି ସରକାରକୁ ମାନ୍ୟତା ଦିଆଯିବ ନାହିଁ । ସେମାନେ ଆଫଗାନିସ୍ତାନବାସୀଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି । ସଂଖ୍ୟାଲଘୁଙ୍କୁ ଉପରେ ଅଧିକ ଫୋକସ୍ କରାଯିବ ଉଚିତ ।

ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ ପରେ ତାଜିକିସ୍ତାନ ଆହୁରି ମଧ୍ୟ କହିଛି ଯେ, ଆଫଗାନିସ୍ତାନରେ ତାଜାକିଙ୍କ ବିରୋଧରେ ଉତ୍ପୀଡନ ବଢିବାରେ ଲାଗିଛି । ପୂର୍ବରୁ ସରକାର ଗଠନରେ ୪୬ ପ୍ରତିଶତ ତାଜାକିଙ୍କ ଅବଦାନ ରହିଥିଲା । ଅର୍ଥାତ ଆଫଗାନରେ ସରକାର ଗଠନ ପାଇଁ ତାଜିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ ।

ସୂଚନାଯୋଗ୍ୟ, ପାକିସ୍ତାନ ତାଲିବାନ ସପକ୍ଷରେ ଓକିଲାତି ଆରମ୍ଭ କରିଛି । ଗୋଟିଏ ପରେ ଗୋଟିଏ ଦେଶ ବୁଲି ତାଲିବାନ ପାଇଁ ସହଯୋଗ ମାଗୁଛି । କିନ୍ତୁ ଚାରିଆଡୁ ପାକିସ୍ତାନକୁ ନିରାଶା ମିଳୁଥିବା ମଧ୍ୟ ଦେଖିବାକୁ ମିଳିଛି ।

   Related Posts