ତାଲିବାନ ଆତଙ୍କବାଦୀଙ୍କ ବର୍ବରତା, ଟାଇଟ୍ ପୋଷାକ ପିନ୍ଧିଥିଲେ ବୋଲି ମହିଳାଙ୍କୁ ହତ୍ୟା

Published By : Prameya-News7 Bureau | August 09, 2021 IST

କାବୁଲ୦୯/୦୮: ଆଫଗାନିସ୍ତାନରେ ତାଲିବାନଙ୍କ କବ୍‌ଜା ପରେ ମହିଳାଙ୍କ ସ୍ୱାଧୀନତା କ୍ଷୁର୍ଣ୍ଣ ହେବାରେ ଲାଗିଛି । ପୂର୍ବରୁ ଯେଉଁ ଆଶଙ୍କା ପ୍ରକାଶ ଥିଲା ତାହା ସତ ହେବାରେ ଲାଗିଛି । ମହିଳାଙ୍କ ଉପରେ ଜୁଲମ କରିବା ଆରମ୍ଭ କରିଦେଇଛି ତାଲିବାନ । ଏହାର ସଦ୍ୟ ଉଦାହରଣ ହେଉଛି ଜଣେ ମହିଳା ଟାଇଟ୍ ପୋଷାକ ପିନ୍ଧିଥିବାରୁ ନିର୍ମମ ଭାବେ ହତ୍ୟାକରିଛନ୍ତି ତାଲିବାନୀ ଆତଙ୍କୀ ।

ସ୍ଥାନୀୟ ଗଣମାଧ୍ୟନମ ରିପୋର୍ଟ ମୁତାବକ, ତାଲିବାନ ଅଧିନରେ ଥିବା ବଲ୍‌ଖର ସମର କ୍ୱାନ୍ଦ ଗାଁରେ ଜଣେ ମହିଳା ଟାଇଟ୍ ପୋଷାକ ପିନ୍ଧିଥିଲେ । ହେଲେ ସେ ସଂପୂର୍ଣ୍ଣ ଏକୁଟିଆ ଥିଲେ ଅର୍ଥାତ ସାଙ୍ଗରେ କୌଣସି ପୁରୁଷ ବନ୍ଧୁ ନଥିଲେ । ତେବେ ଏଥିରେ ଉତ୍‌କ୍ଷୀପ୍ତ ହୋଇ ମହିଳାଙ୍କୁ ଦେଖି ଗୁଳି କରି ହତ୍ୟା କରିଛି ତାଲିବାନ । ପୋଲିସର ସୂଚନା ଅନୁସାରେ, ୨୧ବର୍ଷୀୟା ମହିଳା ନାଜାନିନ୍‌ ଘରୁ ବାହାରି ମଜାର- ଏ- ସରିଫ ଯିବା ପାଇଁ ଗାଡ଼ିରେ ବସିବାକୁ ଯାଉଥିବା ବେଳେ ତାଲିବାନୀ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ ।

ତେବେ ଆକ୍ରମଣ ସମୟରେ ବୁର୍ଖା ପିନ୍ଧିଥିଲେ ବୋଲି ପୋଲିସ କହିଥିବା ବେଳେ ତାଲିବାନୀ ନିୟନ୍ତ୍ରଣରେ ଥିବା ଆଫଗାନ ନାଗରିକ କହିଛନ୍ତି ଏମିତି ପୋଷାକ ପିନ୍ଧି ବାହାରିବାଙ୍କୁ ମହିଳାଙ୍କୁ ବାରଣ କରାଯାଇଛି । ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ନେଇ ଘୋଷଣା କରିବା ପରେ ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଦେଶରେ ଗୋଟିଏ ପରେ ଗୋଟିଏ ଅଞ୍ଚଳ ତାଲିବାନୀ ଆତଙ୍କବାଦୀମାନେ ଅକ୍ତିଆର କରିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.