oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ନିର୍ଦ୍ଦୟ ତାଲିବାନ : ୧୦୦ ନାଗରିକଙ୍କୁ କଲା ହତ୍ୟା, ସେମିତି ପଡିଛି ମୃତଦେହ

23/07/2021 at 9:05 AM

ନୂଆଦିଲ୍ଲୀ, ୨୩।୦୭ : ଆଫଗାନିସ୍ତାନରେ ତାଲିବାନର ଆତଙ୍କରାଜ । କାନ୍ଦାହାରର ସ୍ପିନ୍ ବୋଲଡେକ୍ ଜିଲ୍ଲାରେ ତାଲିବାନୀମାନେ ପ୍ରାୟ ୧୦୦ ଜଣ ନାଗରିକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଆଫଗାନ୍ ଗୃହ ମନ୍ତ୍ରାଳୟ ଏହି ହତ୍ୟାକାଣ୍ଡ ପାଇଁ ତାଲିବାନକୁ ଦାୟୀ କରିଛି ।

ଏହାପୂର୍ବରୁ ଖବର ଆସିଥିଲା ଯେ, ଆତଙ୍କବାଦୀ ସଙ୍ଗଠନ ଆଫଗାନର ୯୦ ପ୍ରତିଶତ ସୀମାନ୍ତ ଅଞ୍ଚଳ ଉପରେ କବଜା କରି ନେଇଥିଲା । ଗତ ସପ୍ତାହରେ ସଙ୍ଗଠନ ସ୍ପିନ୍ ବୋଲଡର୍ ଜିଲ୍ଲାରେ ଆକ୍ରମଣ କରିଥିଲା । ଏଥିରେ ୧୦୦ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମୃତଦେହ ସେପରି ପଡିରହିଛି ।

କେବଳ ହତ୍ୟାକାଣ୍ଡ ନୁହେଁ, ତାଲିବାନ ଅନେକ ନାଗରିକଙ୍କ ଘର ଲୁଟ୍ କରିବା ସହ ସେଠାରେ ନିଜ ପତାକା ଲଗାଇଛି । ଛୋଟ ଶିଶୁଙ୍କୁ ମଧ୍ୟ ହତ୍ୟା କରିଛି । କିନ୍ତୁ ଏବେସୁଦ୍ଧା ସଙ୍ଗଠନ ମୃତ୍ୟୁ ପାଇଁ ନିଜକୁ ଦାୟୀ କରିନାହିଁ । ଏପରିକି ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛି ।

ଆଫଗାନ ଆଭ୍ୟନ୍ତରୀଣ ମନ୍ତ୍ରାଳୟର ପ୍ରବକ୍ତା ମୀରବାଇସ୍ ଷ୍ଟେନକଜଇ କହିଛନ୍ତି ଯେ, ପାକିସ୍ତାନର ଆଦେଶ ପରେ ତାଲିବାନ ସୀମାନ୍ତ ଅଞ୍ଚଳରେ ଆକ୍ରମଣ କରୁଛି । ନୀରିହଙ୍କୁ ହତ୍ୟା କରୁଛି । ସହରରେ ଭଙ୍ଗାରୁଜା କରାଯାଉଛି । ଏପରିକି ସରକାରୀ ଅଧିକାରୀଙ୍କ ଘରୁ ଲୁଟ୍ ପାଟ୍ ହେଉଛି । ଯାହା ତାଲିବାନର ଅସଲି ଚେହେରାକୁ ସାମ୍ନାକୁ ଆଣିଛି ବୋଲି ସେ କହିଛନ୍ତି ।

   Related Posts