ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

କାନ୍ଧାର ଏବଂ ହେରାତରେ ଭାରତୀୟ ଦୂତାବାସର ତାଲା ଭାଙ୍ଗି ପଶିଲେ ତାଲିବାନ, ଲକ୍‌ଅପ୍‌ ଭାଙ୍ଗି ନେଇଗଲେ କାଗଜ-ପତ୍ର

20/08/2021 at 12:00 PM

କାବୁଲ୍, ୨୦/୦୮: ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ରକ୍ତରେ ଖେଳୁଛନ୍ତି ତାଲିବାନ୍‌ । ମନଇଛା ଯାବାକୁ ପାରୁଛନ୍ତି ଗୁଳି କରି ଦେଉଛନ୍ତି । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରଲ୍‌ ହେଉଛି । ତାଲିବାନ୍‌ ଘର-ଘର ଯାଇ ସୈନିକ ଏବଂ ଅଧିକାରୀଙ୍କ ତଲାଶି କରୁଛନ୍ତି । ଆମେରିକା ଇଣ୍ଟେଲିଜେନ୍ସ ପାଇଁ କାମ କରୁଥିବା ଲୋକଙ୍କୁ ସେମାନେ ଖୋଜିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି । କାନ୍ଧାର ଏବଂ ହେରାତ୍‌ରେ ବନ୍ଦ ରହିଥିବା ବାଣିଜ୍ୟିକ ଦୂତାବାସ ଭିତରକୁ ବୁଧବାର ତାଲିବାନ୍‌ ମାନେ ତାଲା ଭାଙ୍ଗି ପ୍ରବେଶ କରିଥିବା ଜଣାପଡ଼ିଛି । କାବୁଲ୍‌ରୁ ମିଳିଥିବା ରିପୋର୍ଟରୁ ଦୂତାବାସ ଭିତରେ ସେମାନେ ଆଲ୍‌ମିରା ଭାଙ୍ଗି ସେଥିରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜ-ପତ୍ର ଖୋଜିଥିବା ଜଣାପଡ଼ିଛି । ଅଫିସ୍‌ ପରିସରରେ ଥିବା କାର୍‌ଗୁଡ଼ିକୁ ମଧ୍ୟ ସେମାନେ ଉଠାଇ ନେଇଯାଇଛନ୍ତି । କିନ୍ତୁ ଜଲାଲବାଦରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସ ଏବଂ କାବୁଲ୍‌ରେ ଚାଲିଥିବା ମିଶନ ସହିତ କଣ ସବୁ ହୋଇଛି ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ ।

କାବୁଲରୁ ମିଳିଥିବା ଖବର ଅନୁଯାୟୀ, ଆତଙ୍କବାଦୀ ଗୋଷ୍ଠୀର ମୁଖ୍ୟ ତଥା ତାଲିବାନ ଡେପୁଟି ନେତା ସିରାଜୁଦ୍ଦିନ ହକାନୀଙ୍କ ଭାଇ ଅନାସ ହକାନୀଙ୍କ ନେତୃତ୍ୱରେ ହକ୍କାନି ନେଟୱାର୍କର ପ୍ରାୟ ୬ ହଜାର ତାଲିବାନ ରାଜଧାନୀ କାବୁଲକୁ କାବୁ କରିଥିବାର ଜଣାପଡିଛି । ଏହି ସମୟରେ ଅନାସ ହକ୍କାନି ପୂର୍ବତନ ରାଷ୍ଟ୍ରପତି ହମିଦ କରଜଇ, HCNR ସଭାପତି ଅବଦୁଲ୍ଲା ଅବଦୁଲ୍ଲା ଏବଂ ହିଜବ-ଇ-ଇସଲାମି ନେତା ଗୁଲବୁଦ୍ଦିନ ହେଟକାମାଟରଙ୍କୁ ଭେଟିଥିଲେ । ଯାହା ଜଣାପଡ଼ୁଛି ତାଲିବାନ ଉଭୟ କରଜଇ ଏବଂ ଅବଦୁଲ୍ଲାଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା ଯାଉଛି।

ଆଫଗାନିସ୍ତାନ ରାଷ୍ଟ୍ରପତି ଭବନରେ ତାଲିବାନ ନେତା ମୁଲ୍ଲା ଅବଦୁଲ ଘାନି ବାରାଦରକୁ ଆନୁଷ୍ଠାନିକ ଭାବେ କ୍ଷମତା ହସ୍ତାନ୍ତର କରିବାକୁ ଉଭୟ କରଜଇ ଏବଂ ଅବଦୁଲ୍ଲା ଆଲୋଚନା କରୁଛନ୍ତି। କୁହାଯାଉଛି ଯେ ସିରାଜୁଦ୍ଦିନ ହକ୍କାନି କ୍ୱେଟାରୁ ନିର୍ଦ୍ଦେଶ ଦେଉଛନ୍ତି, ଯେଉଁଠାରେ ତାଲିବାନ ନେତାଙ୍କ ପରିଷଦ ରହିଛି। ତାଲିବାନକୁ କାବୁ କରିବା ପରେ ଆତଙ୍କବାଦୀ ସଂଗଠନର ସଦସ୍ୟ ଆଫଗାନିସ୍ତାନରେ ଘର ଘର ବୁଲି ତଲାଶି କରୁଛନ୍ତି । ରିପୋର୍ଟ ଅନୁଯାୟୀ, ଏନଡିଏସ୍‌ ଇଣ୍ଟେଲିଜେନ୍ସ ଏଜେନ୍ସିରେ କାର୍ଯ୍ୟ କରୁଥିବା ଆଫଗାନିସ୍ତାନକୁ ଚିହ୍ନଟ କରିବା ପାଇଁ ତାଲିବାନ ଏହି ସର୍ଚ୍ଚ କରୁଛି ।        

   Related Posts