ତାଲିବାନ ନିୟନ୍ତ୍ରଣରେ ଏବେ ଆଫଗାନିସ୍ତାନ ଟିଭି ଚ୍ୟାନେଲ୍ ; ସଙ୍ଗୀତ ବଦଳରେ ଶୁଭୁଛି ଜିହାଦର ପ୍ରତିଧ୍ବନୀ

Published By : Prameya-News7 Bureau | August 23, 2021 IST

କାବୁଲ ୨୩/୦୮ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶର ଗଣମାଧ୍ୟମ କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି । ଆଫଗାନିସ୍ତାର ସମସ୍ତ ଟିଭି ଚ୍ୟାନେଲ ଗୁଡିକ ବର୍ତ୍ତମାନ ଜାତୀୟ ସଙ୍ଗୀତ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖାଇବା ବନ୍ଦ କରି ଦେଇଛନ୍ତି । ସେଥିରେ ସଙ୍ଗୀତ ପରିବର୍ତ୍ତେ ଧାର୍ମିକ କାର୍ଯ୍ୟକ୍ରମ ଦେଖାଯାଉଛି । ଯେଉଁଥିରେ ଜିହାଦୀମାନଙ୍କ ବିଷୟରେ ଆଲୋଚନା କରାଯାଉଛି । ଏହା ବ୍ୟତୀତ ତାଲିବାନ ନେତାଙ୍କ ପ୍ରଶଂସା ପାଇଁ ମଧ୍ୟ ସେତୁ ନିର୍ମାଣ କରାଯାଉଛି ।

Afghanistan: Female presenters back on Tolo News after Taliban takeover -  BBC News

ବାସ୍ତବରେ ତାଲିବାନମାନେ ପ୍ରଥମେ ୨ ଅଗଷ୍ଟ ୨୦୨୧ରେ ହେଲମଣ୍ଡରେ ଥିବା ଜାତୀୟ ରେଡିଓ ଷ୍ଟେସନକୁ କାବୁ କରିଥିଲା। ଏହା ପରେ ଦେଶର ଅନ୍ୟ ଟିଭି ଚ୍ୟାନେଲଗୁଡିକ ମଧ୍ୟ ସେମାନଙ୍କ ଅଧୀନକୁ ଚାଲିଯାଇଥିଲା ଏବଂ ପରେ ପ୍ରସାରଣ ବନ୍ଦ ହୋଇଥିଲା ।  ଏହାକୁ ଦୃଷ୍ଟିରେ ରଖି ତାଲିବାନର ଚିନ୍ତାଧାରା ଅନୁଯାୟୀ ଚ୍ୟାନେଲଗୁଡ଼ିକରେ ସେମାନଙ୍କ କାର୍ଯ୍ୟକ୍ରମ ବଦଳାଇଥିଲେ। ଏହାର ପ୍ରଭାବ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସମେତ ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡିଛି । ଏଥିପାଇଁ ଲୋକମାନେ ସେମାନଙ୍କର ଫଟୋ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ କରିବା ଆରମ୍ଭ କରିଛନ୍ତି । ଯାହା ଦ୍ବାରା ସେମାନେ ଯେମିତି କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଏଥିସହ ମହିଳା ମିଡିଆ କର୍ମଚାରୀ ଏବଂ ଆଙ୍କରମାନେ ମଧ୍ୟ ବାଧ୍ୟତାମୂଳକ ଭାବେ ହିଜାବ୍ ପିନ୍ଧିଛନ୍ତି। ୨୦୦୧ ରେ ତାଲିବାନକୁ କ୍ଷମତାରୁ ହଟାଇବା ପରେ ଟିଭି ଚ୍ୟାନେଲ, ରେଡିଓ ଷ୍ଟେସନ ଏବଂ ଖବରକାଗଜ ଗୁଡିକ ବୃଦ୍ଧି ପାଇଥିଲା କିନ୍ତୁ ବର୍ତ୍ତମାନ ସେଥିମଧ୍ୟରୁ ଅନେକ କିଛି ବନ୍ଦ ହୋଇଯାଇଛି ।

Female anchors appear on Afghan TV after Taliban takeover

ଟିଭି କାର୍ଯ୍ୟକ୍ରମରେ ହୋଇଥିବା ପାଞ୍ଚଟି ପ୍ରମୁଖ ପରିବର୍ତ୍ତନ:

୧-ଅଧିକରୁ ଅଧିକ ତାଲିବାନ ନେତାଙ୍କ ସାକ୍ଷାତକାର ହେବ

୨- ଗତି-ମ୍ୟୁଜିକ୍ ଏବଂ ଏହାର ସମ୍ବନ୍ଧୀୟ ଶୋ ’ ବନ୍ଦ ହେଇଛି

୩- ଛୋଟ ପରଦାରେ କଠୋର ସରିୟା ଆଇନ ବିଷୟରେ ଜଣାଯିବ

୪- ହେଲମଣ୍ଡରେ ଥିବା ଜାତୀୟ ରେଡିଓ ଷ୍ଟେସନରେ ତାଲିବାନର ଚର୍ଚ୍ଚା

୫- ମହିଳା ଆଙ୍କର୍ ବାଧ୍ୟତାମୂଳକ ଭାବେ ହିଜାବ ପିନ୍ଧିବେ

ତାଲିବାନ ଗଣମାଧ୍ୟମକୁ ବ୍ୟବହାର କରିବାରେ ଖୁବ ପାରଙ୍ଗମ। ଏହି କାରଣରୁ ଆନ୍ତର୍ଜାତୀୟ ଟିଭି ଚ୍ୟାନେଲରେ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇଥିଲେ। ଅପରପକ୍ଷେ, ତାଲିବାନ ପ୍ରଥମେ ଆଫଗାନିସ୍ତାନରେ ଟିଭି ପ୍ରସାରଣକୁ ରୋକ୍‌ ଲଗାଇଥିଲା । ଏହା ପରେ ମହିଳା ଆଙ୍କର-ସାମ୍ବାଦିକମାନଙ୍କୁ ଗଣମାଧ୍ୟମଠାରୁ ଦୂରରେ ରହିବାକୁ କହିଥିଲେ। ଆଫଗାନିସ୍ତାନରେ ମିଡିଆ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଚ୍ୟାନେଲ ବନ୍ଦ ହେତୁ ଅନେକ ସଂଖ୍ୟାରେ ଗଣମାଧ୍ୟମ ବ୍ୟକ୍ତି ଚାକିରି ହରାଇଛନ୍ତି ଏବଂ ଯେଉଁମାନେ ଚାକିରିରେ ଅଛନ୍ତି ସେମାନେ ମଧ୍ୟ ବିଭିନ୍ନ ପ୍ରକାରର ବିପଦର ସମ୍ମୁଖୀନ ହେଉଛନ୍ତି । ଆନ୍ତର୍ଜାତୀୟ ସାମ୍ବାଦିକ ସଂଘର ଡେପୁଟି ସେକ୍ରେଟେରୀ ଜର୍ମି ଡିୟର ମଧ୍ୟ ସ୍ୱୀକାର କରିଛନ୍ତି ଯେ ଆଫଗାନିସ୍ତାନରେ ସାମ୍ବାଦିକମାନଙ୍କ ପାଇଁ ଏହା ଏକ କଷ୍ଟକର ସମୟ ।

Female anchor interviews Taliban official on Afghan TV

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.