ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ତାଲିବାନ କାବୁଲ ହାତେଇବା ପରେ ଚିନ୍ତାରେ LGBT ସମୂଦାୟ, ସରିଆ ଆଇନର ଛାତି ଥରା ଦଣ୍ଡକୁ ନେଇ ଆତଙ୍କିତ

26/08/2021 at 7:29 PM

କାବୁଲ: ତାଲିବାନ କାବୁଲ ହାତେଇବା ପରଠାରୁ ଦେଶରେ ସେମାନଙ୍କ ଶାସନ ଏକ ପ୍ରକାର ନିଶ୍ଚିତ ହୋଇସାରିଲାଣି। ତେବେ ତାଲିବାନଙ୍କ ପୂର୍ବ ଶାସନ କାଳର ସରିଆ ଆଇନକୁ ଲୋକେ ଏବେବି ଭୁଲି ପାରୁ ନାହାନ୍ତି। ଏଣୁ ଅନେକ ଏବେ ଦେଶଛାଡି ପଳାୟନ କରୁଛନ୍ତି। ଏଥିରେ ସମଲିଙ୍ଗି ଏବେ ଚିନ୍ତାରେ ପଡିଛନ୍ତି। ସରିଆ ଆଇନରେ ଏଭଳି ସମ୍ପର୍କକୁ ପାପ ବୋଲି ବିଚାର କରାଯାଏ ଓ ଜଣାପଡିଗଲେ ସେହି ଅନୁସାରେ ଦଣ୍ଡ ବିଧାନର ବ୍ୟବସ୍ଥା ମଧ୍ୟ ରହିଛି।

ଦେଶରେ ତାଲିବାନ ଶାସନ ଏବେ ନିଶ୍ଚିତ। ଏଣୁ ସରିଆ ଆଇନରେ ଲୋକଙ୍କୁ ଚଳିବାକୁ ହେବ। ଏଥିରେ ଅପରାଧର ସ୍ଥାନ ନାହିଁ। ଅପରାଧ ସାବ୍ୟସ୍ତ ହେଲେ ପ୍ରାଗଐତିହାସିକ ଦଣ୍ଡବିଧାନ କରାଯାଏ। ଏଥିରେ ଚୋରି ଲାଗି ଅଭିଯୁକ୍ତର ହାତ ଓ ଗୋଡ କାଟି ଦିଆଯାଏ। ଏଥିରେ ଯଦି ସମଲିଙ୍ଗି ଅଭିଯୋଗ ହେଲା ତେବେ ଅଭିଯୁକ୍ତଙ୍କ ଉପରେ କାନ୍ଥ ପକାଇ ଦିଆଯିବ। ଏଣୁ ଏପରି ପରିସ୍ଥିତିରେ ସମଲିଙ୍ଗି କରିବେ କଣ ସେ ନେଇ ଚିନ୍ତାରେ ପଡିଛନ୍ତି।

ତାଲିବାନ ଶାସନରେ ସମଲିଙ୍ଗି, ଉଭୟଲିଙ୍ଗି ଓ ଲିଙ୍ଗପରିବର୍ତ୍ତନକାରୀ(ଏଲଜିବିଟି) ଙ୍କ କୌଣସି ସ୍ଥାନ ନାହିଁ। ଏଣୁ ତାଲିବାନଙ୍କ ଗତ ଶାସନ କାଳରେ ଅନେକ ଏଭଳି ଲୋକେ ଜୀବନ ବଞ୍ଚାଇବା ଲାଗି ବିବାହ କରିବାକୁ ବାଧ୍ୟ ହୋଇଥିଲେ। ତେବେ ଦେଶରୁ ତାଲିବାନ ଶାସନ ହଟିବା ପରଠାରୁ ବେଶ୍ ସ୍ୱାଚ୍ଛନ୍ଦ୍ୟ ବସବାସ କରୁଥିବା ଏପରି ଲୋକେ ଏବେ ଚିନ୍ତାରେ ପଡି ଯାଇଛନ୍ତି। ଯଦି କେହି ସମଲିଙ୍ଗି ବୋଲି ଜଣାପଡନ୍ତି ତେବେ ତାଲିବାନ ସେମାନଙ୍କୁ ଜୀବିତ ରହିବାକୁ ଦେବେନି। ଏଥିରେ ସେମାନେ ଏବେ ଦେଶରେ ରହିବେ କି ଦେଶ ଛାଡିବେ ସେ ନେଇ କୌଣସି ନିଷ୍ପତ୍ତି ନେଇ ପାରୁନଥିବା ଏଲଜିବିଟି ସମୂଦାୟର ଲୋକେ କହିଛନ୍ତି।   

   Related Posts