ରାକ୍ଷସ ଓ ପିଶାଚଙ୍କଠାରୁ ଆହୁରି କୁତ୍ସିତ ତାଲିବାନୀ, ମହିଳାଙ୍କୁ ହତ୍ୟା କରିବା ପରେ ମୃତଦେହ ସହ କରୁଛନ୍ତି ସେକ୍ସ

Published By : Prameya-News7 Bureau | August 23, 2021 IST

କାବୁଲ, ୨୩|୦୮:  ରାକ୍ଷସ ପାଲଟି ଯାଇଛନ୍ତି ତାଲିବାନ ଆତଙ୍କବାଦୀ । ରକ୍ତର ହୋଲି ଖେଳୁଛନ୍ତି । ମନଇଚ୍ଛା ଜୀବନ ନେଉଛନ୍ତି । ନୀରିହଙ୍କୁ ବିଚ୍ ରାସ୍ତାରେ ଗୁଳି କରୁଛନ୍ତି । ଏହା ମଧ୍ୟରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି । ତାଲିବାନୀମାନେ ମହିଳାଙ୍କୁ ହତ୍ୟା କରି ମୃତଦେହ ଶହ ମଧ୍ୟ ଶାରୀରିକ ସମ୍ପର୍କ ରଖୁଛନ୍ତି । ଜଣେ ଆଫଗାନ୍ ମହିଳା ଏହ ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ।

ମୁସ୍କାନ ନାମକ ଜଣେ ଆଫଗାନୀ ମହିଳା କହିଛନ୍ତି ଯେ, ସେ ଆଫଗାନିସ୍ତାନର ପୋଲିସ ବିଭାଗରେ କାମ କରନ୍ତି । ସେ କାବୁଲରେ ନିୟୋଜିତ ଥିଲେ । କିନ୍ତୁ ତାଲିବାନ ଭୟରେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି । ସେ ଏବେ ଭାରତ ଆସି ନୂଆଦିଲ୍ଲୀରେ ରହୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ତାଲିବାନୀମାନେ ମହିଳାଙ୍କୁ ଅପହରଣ କରି ନେଉଛନ୍ତି । ପ୍ରଥମେ ଗୁଳି କରି ହତ୍ୟା କରୁଛନ୍ତି । ଏହି ହତ୍ୟାକାଣ୍ଡର ସେମାନେ ଭିଡିଓ ରେକର୍ଡିଂ ମଧ୍ୟ କରିଥାନ୍ତି । ପ୍ରତି ପରିବାରର ଜଣଙ୍କୁ ସେମାନେ ଉଠାଉ ନେଉଛନ୍ତି । ଏପରିକି ଆତଙ୍କବାଦୀମାନେ ମହିଳାଙ୍କ ମୃତଦେହକୁ ବଳାତ୍କାର କରିବା ସହ ଶାରୀରିକ ସମ୍ପର୍କ ରଖୁଛନ୍ତି । ମହିଳା ଜୀବିତା ନା ମୃତ ସେନେଇ ରାକ୍ଷାସମାନଙ୍କୁ କୌଣସି ଫରକ ପଡେ ନାହିଁ । ଯାହା ବାବଦରେ କଳ୍ପନା କରିବା ବି ଅସମ୍ଭବ ।

ତାଲିବାନର ବର୍ବରତା ବାବଦରେ ମୁସ୍କାନଙ୍କ କହିବା କଥା ହେଲା, ଯେଉଁ ମହିଳାମାନେ ପୋଲିସ ଓ ସେନାରେ କାମ କରନ୍ତି ସେମାନଙ୍କ ପ୍ରତି ବେଶୀ ବିପଦ ରହିଛି । ପରିବାର ଉପରେ ବି ବିପଦ ରହିଥାଏ । ୨୦୧୮ରେ ତାଙ୍କର ଜଣେ ସହଯୋଗୀ ମହିଳାଙ୍କ ପିତାଙ୍କୁ ତାଲିବାନୀମାନେ ଗୁଳି କରି ହତ୍ୟା କରିଥିଲେ । ତାଙ୍କ ଦାଦାଙ୍କୁ ମଧ୍ୟ ଆତଙ୍କବାଦୀମାନେ ଗୁଳି ମାରିଦେଇଥିଲେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.