Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ୟୁଏସ ସେନା ହାତରେ ତାଲିବାନ ପତାକା ! ଆମେରିକା କମାଣ୍ଡୋଙ୍କ ମଜା ଉଡାଇଲା ଆତଙ୍କବାଦୀ ସଙ୍ଗଠନ, ଫଟୋ ଭାଇରାଲ

22/08/2021 at 5:26 PM

କାବୁଲ,୨୨/୦୮:  ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ କବଜା କରିବା ପରେ ତାଲିବାନର ବର୍ବରତା ବଢିବାରେ ଲାଗିଛି । ଆଫଗାନିସ୍ତାନରେ ଭୟ ଓ ଆତଙ୍କର ମାହୋଲ ସୃଷ୍ଟି ହୋଇଛି । ଏହାମଧ୍ୟରେ ଏକ ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ଆମେରିକୀୟ ସୈନ୍ୟ ତାଲିବାନ ପତାକା ହାତରେ ଧରିଥିବା ଦେଖିବାକୁ ମିଳିଛି । ସୈନ୍ୟମାନେ ଦ୍ୱିତୀୟ ବିଶ୍ୱୟୁଦ୍ଧ ବେଳେ ଧରିଥିବା ଆମେରିକା ପତାକା ଭଳି ତାଲିବାନର ପତାକା ଧରିଛନ୍ତି ।

ଡେଲିମେଲର ରିପୋର୍ଟ ଅନୁସାରେ, ପ୍ରକୃତରେ ଫଟୋରେ ତାଲିବାନର ସଦସ୍ୟ ଆମେରିକା ରାଇଫଲ, ବୁଲେଟ ପ୍ରୁଫ୍ ଜ୍ୟାକେଟ୍ ଓ ନାଇଟ୍ ଭିଜିଅନ୍ ଗ୍ଲାସ୍ ପିନ୍ଧି ତାଲିବାନର ପତାକା ଉଡାଉଛନ୍ତି । ତାଲିବାନର ଏହି ଫଟୋ ଠିକ୍ ସେପରି ହୋଇଛି ଯେପରିକି ୧୯୪୫ରେ ଇବୋଜିମା ଯୁଦ୍ଧରେ ଆମେରିକୀୟ ଯବାନ ସୁରିବାଚୀ ପର୍ବତରେ ପତାକା ଉଡାଇଥିଲେ ।ଏପରି ଭାବେ ତାଲିବାନର ବଦ୍ରୀ ବାୟାଲିୟନ ଆମେରିକାର ମଜାକ ଉଡାଇଛି ।

ସୂଚନାନୁସାରେ, ତାଲିବାନର ବଦ୍ରୀ ୩୧୩ ବାଟାଲିୟନ ଏକ ସ୍ୱତନ୍ତ୍ର ୟୁନିଟ୍ ଅଟେ । ଏହି ୟୁନିଟର ସଦସ୍ୟ ଆମେରିକୀୟ ମେରାଇନ୍ କମାଣ୍ଡୋଙ୍କ ଭଳି ଅଟନ୍ତି। ଏହି ଆତଙ୍କବାଦୀମାନେ ଏ୪ ରାଇଫଲ, ବଡି ଆର୍ମର, ନାଇଟ୍ ଭିଜିଅନ ଗ୍ଲାସ୍, ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ସହ ହମ୍ବିଜ ଗାଡି ଚଳାଇଥାନ୍ତି । ସେମାନଙ୍କୁ ତାଲିବାନ ରାଜଧାନୀ କାବୁଲ ସମେତ ଅନ୍ୟ ସ୍ଥାନରେ ମୁତୟନ କରିଛି । ଏହି ବାଟାଲିୟନକୁ ଆଗାମୀ ଦିନରେ ତାଲିବାନ ଆହୁରି ମଜବୁତ କରିବାକୁ ଯୋଜନା କରୁଛି । ଏହି ବାଟାଲିୟନ ତରଫରୁ ଜାରି ଭିଡିଓରେ ଆତଙ୍କବାଦୀମାନେ ଆମେରିକୀୟ ସୈନ୍ୟଙ୍କ ଭଳି ଦେଖାଯାଉଛନ୍ତି । କାନ୍ଧରେ ଏକେ-୪୭ ରାଇଫଲ୍ ଧରିଛନ୍ତି ।

ଆମେରିକୀୟ ଅଧିକାରୀଙ୍କ କହିବାନୁସାରେ, ଆତଙ୍କବାଦୀମାନେ ୨୮ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ହାତେଇଛନ୍ତି । ଏହି ସବୁ ଅସ୍ତ୍ର ୨୦୦୨ରୁ ୨୦୦୭ ମଧ୍ୟରେ ଆଫଗାନିସ୍ତାନ ସେନାକୁ ପ୍ରଦାନ କରାଯାଇଥିଲା । ତେବେ ଏହି ଫଟୋ ସେୟାର କରି ଆତଙ୍କବାଦୀମାନେ ଆତ୍ୟାଧୁନିକ ଅସ୍ତ୍ରରେ ସୁସଜ୍ଜିତ ଥିବା ନେଇ ବାର୍ତ୍ତା ଦେଇଛନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

   Related Posts