ବଜାରରେ ହସିବାରୁ ଯୁବତୀଙ୍କୁ ମାଡ : ତାଲିବାନର ରାଜୁତିରେ ନର୍କ ପାଲଟିଛି ଆଫଗାନ୍ ମହିଳାଙ୍କ ଜୀବନ

Published By : Prameya-News7 Bureau | August 08, 2022 IST

ନୂଆଦିଲ୍ଲୀ ୦୮/୦୮: ଆଫଗାନିସ୍ତାନରେ ତାଲିବାନ ରାଜୁତିର ବର୍ଷେ ପୂରଣ ହେବାକୁ ଯାଉଛି । ତେବେ ସେଠାକାର ଜନତାଙ୍କ ଜୀବନ ଦିନକୁ ଦିନ ନର୍କ ପାଲଟିବାରେ ଲାଗିଛି । କାବୁଲର ବଜାରର ଜଣେ ଯୁବତୀଙ୍କୁ କେବଳ ହସୁଥିବାରୁ ମାଡ ମରାଯାଇଥିବା ସୂଚନା ମିଳିଛି । ମହିଳାମାନଙ୍କୁ ବିଶ୍ୱର ଅନ୍ୟ ସ୍ଥାନ ଅପେକ୍ଷା ଏଠାରେ ମହିଳା ଅଧିକ କଟକଣାରେ ଜୀବନ ଅତତିବାହିତ କରୁଛନ୍ତି । ମହିଳାଙ୍କ ମାଧ୍ୟମିକ ଶିକ୍ଷା ଉପରେ ରୋକ୍ ଲାଗିଛି । କୌଣସି ସ୍ଥାନକୁ ବିନା ପୁରୁଷରେ ଯିବା ପାଇଁ ବାରଣ ମଧ୍ୟ କରାଯାଉଛି ।

ବିଦେଶୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆଫଗାନିସ୍ତାନର ତାଲିବାନ ମହିଳାଙ୍କ ଉପରେ ଧିରେ ଧିରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲଗାଉଛି । ଯାହାକୁ କଡାକଡି ଭାବେ ପାଳନ କରିବାକୁ ବାଧ୍ୟ କରାଯାଉଛି । ଜଣେ ଯୁବତୀଙ୍କ କହିବାନୁସାରେ, ତାଲିବାନର କିଛି ସଦସ୍ୟ ଜଣେ ମହିଳାଙ୍କୁ ବଜାରରେ ମାଡ ମାରୁଥିଲେ । କିଛି ମହିଳା ଯେଉଁ ପୋଷାକ ପିନ୍ଧିଥିଲେ ତାହା ତାଲିବାନକୁ ପସନ୍ଦ ଆସିନଥିଲା ।

ଯୁବତୀଜଣଙ୍କ ଆହୁରି କହିଥିଲେ ଯେ, ଥରେ ଜଣେ କିଶୋରୀ ବଜାରରେ ହସିଦେଇଥିଲେ । ଆହୁରି ମଧ୍ୟ ସେମାନେ ବଜାରରେ ଜୋରରେ ହସିଥିଲେ । ଏହି କାରଣରୁ ତାଲିବାନ ସଦସ୍ୟ କିଶୋରୀଙ୍କୁ ମାଡ ମାରିଥିଲେ । ଏପରିକି ତାଙ୍କ ପଠାପଢା ବନ୍ଦ କରିଦେଇଥିଲେ । ତାଙ୍କୁ ଘରେ ବନ୍ଦୀ ଭାବେ ରଖାଯାଇଥିଲା ।

ସୂଚନାଯୋଗ୍ୟ, ଆଜକୁ ଠିକ୍ ବର୍ଷେ ତଳେ ତାଲିବାନ ଆଫଗାନିସ୍ତାନକୁ କବଜା କରିନେଇଥିଲା । ଆମେରିକା ସମେତ ଅନେକ ବିଶ୍ୱସ୍ତରୀୟ ମଞ୍ଚରେ ତାଲିବାନ ମହିଳାଙ୍କୁ ସ୍ୱାଧିନତା ଦେବ ବୋଲି କହିଥିଲା । କିନ୍ତୁ ବାସ୍ତବରେ ସେପରି କିଛି କରିନଥିଲା । ବରଂ ସେମାନଙ୍କ ମାନବାଧିକାର ଛଡେଇ ନେଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.