ଭୁବନେଶ୍ୱର ୧୯/୦୪: ସାରା ଓଡିଶାରେ ହିଟ୍ ୱେଭ୍ ଜାରି । ୨ ଦିନରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ । ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗର ଆକଳନ । ଦୁଇ ଦିନରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ । ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ଅଂଶୁଘାତର ମଧ୍ୟ ଆଶଙ୍କା ରହିଛି ।
ଆଜି ସକାଳ ୮.୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ ହୋଇଛି । ତାଳଚେରର ତାପମାତ୍ରା ୩୫°C, ଭବାନୀପାଟଣାର ତାପମାତ୍ରା ୩୪.୫°C, ଟିଟିଲାଗଡ଼ର ତାପମାତ୍ରା ୩୩.୪°C, ଝାରସୁଗୁଡାର ତାପମାତ୍ରା ୩୩°C ବାରିପଦାର ୩୩°C, ବାଲେଶ୍ୱରର ତାପମାତ୍ରା ୩୨.୨°C ଭୁବନେଶ୍ୱରର ତାପମାତ୍ରା ୩୧.୮°C, ଚାନ୍ଦବାଲିର ତାପମାତ୍ରା ୩୧.୬°C, କେନ୍ଦୁଝରର ତାପମାତ୍ରା ୩୧.୬°C, ସମ୍ବଲପୁରର ତାପମାତ୍ରା ୩୧.୬°C ରେକର୍ଡ ହୋଇଛି ।
ପୁରୀର ତାପମାତ୍ରା ୩୧°C, ବୌଦ୍ଧକ ତାପମାତ୍ରା ୩୧°C, ରାଉରକେଲାର ତାପମାତ୍ରା ୩୦.୮°C, ପାରାଦ୍ୱୀପର ତାପମାତ୍ରା ୩୦.୬°C । ଗୁରୁବାର ଏବଂ ଆଜି ୪୨°C, ଗତକାଲି ତାପମାତ୍ରା ଅଧିକ ଥିଲେ ବି ଆଜି ଆର୍ଦ୍ରତାର ମାତ୍ରା ଅଧିକ ହେତୁ ଅନୁଭୂତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ ।