ତାଳଧ୍ବଜ ରଥର ମୁଖ୍ୟ ଭୋଇ ସେବକଙ୍କ ମୃତ୍ୟୁ, ରଥ ଦଉଡି ଛିଡି ହୋଇଥିଲେ ଗୁରୁତର
6/07/2023 at 12:55 PM

ପୁରୀ ୬।୭: ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥର ମୁଖ୍ୟ ଭୋଇ ସେବକ ନକୁଳ ଭୋଇଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ବାହୁଡା ଯାତ୍ରା ବେଳେ ଗୁରୁତର ହୋଇଥିଲେ ।
ସୂଚନାଯୋଗ୍ୟ ଯେ, ପୁରୀରେ ଗତ ୨୮ ତାରିଖରେ ବାହୁଡା ଯାତ୍ରା ବେଳେ ଅଘଟଣ ଘଟିଥିଲା । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣାଯାଉଥିବା ବେଳେ ଅଘଟଣ ଘଟିଥିଲା । ତାଳଧ୍ବଜ ରଥ ମାର୍କେଟ ଛକରେ ପହଞ୍ଚିବା ବେଳେ ରଥ ଦଉଡିଟି ତାଣରୁ ଖସିଯାଇଥିଲା । ଫଳରେ ରଥ ଦଉଡ଼ି ଧରିଥିବା ଭୋଇ ସେବକ ନକୁଳ ଭୋଇ ଗୁରୁତର ହୋଇଥିଲେ । ରଥ ଦଉଡି ଛିଡି ନକୁଳ ଭୋଇ ଗୁରୁତର ହୋଇଥିଲେ । ଯାହା ଫଳରେ ନକୁଳଙ୍କ ମୁହଁ ଓ କାନ୍ଧରେ ଶକ୍ତ ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏମ୍ସ ଆଇସିୟୁରେ ଚିକିତ୍ସିତ ହେଉଥିଲେ ନକୁଳ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଛି ।
You Can Read :