କଟକ ରାଣୀହାଟ ପୋଲ ଉପରୁ ଭିଡ ହଟାଇବା ପାଇଁ ତାଳଦଣ୍ଡା କେନାଲ୍ ଉପରେ ଚାଲିଛି ପୋଲ ନିର୍ମାଣ
8/12/2018 at 2:45 PM

କଟକ ୮|୧୨: କଟକ ରାଣୀହାଟ ପୋଲ ଉପରୁ ଭିଡ ହଟାଇବା ପାଇଁ ତାଳଦଣ୍ଡା କେନାଲ୍ ଉପରେ ଚାଲିଛି ପୋଲ ନିର୍ମାଣ ଯୋବ୍ରା ସେଟେଲ୍ମେଣ୍ଟ ଅଫିସ୍ ପାଖରୁ ଏସ୍ସିବି ମେଡିକାଲ ପବ୍ଲିକ୍ ସ୍କୁଲ ପର୍ଯ୍ୟନ୍ତ ତିଆରି ହେଉଛି ଏହି ପୋଲର ଦ୍ବିତୀୟ ପର୍ଯ୍ୟାୟ କାମ । ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ପୋଲ ସରିଲେ ଯୋବ୍ରାରୁ ମେଡିକାଲ ପର୍ଯ୍ୟନ୍ତ ଦୁଇ କିଲୋମିଟର ରାସ୍ତା କମିଯିବ ।
କଟକସେଟେଲ୍ମେଣ୍ଟ ଅଫିସ୍ ପାଖରୁ ଏସ୍ସିବି ମେଡିକାଲ ପବ୍ଲିକ୍ ସ୍କୁଲ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲ ଉପରେ ତିଆରି ଚାଲିଛି ପୋଲ । ରାଣୀହାଟ ପୋଲ ଉପରେ ପ୍ରବଳ ଜାମ୍ ହେଉଥିବାରୁ ଏହି ପୋଲର ଆବଶ୍ୟକତା ବଢିଯାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏହି ପୋଲ ହେଲେ ଏସ୍ସିବିକୁ ଯୋବ୍ରା ପଟୁ ପ୍ରାୟ ୨ କିଲୋମିଟର ରାସ୍ତା କମିଯିବ । ରାସ୍ତା କମିବା ସହ ଅନ୍ୟାନ୍ୟ ପୋଲରେ ହେଉଥିବା ଭିଡକୁ ନିୟନ୍ତ୍ରଣ କରିହେବ ବୋଲି କୁହାଯାଇଛି….
ଏହିପୋଲର ପାଇଲିଂ କାମ କରିଛି ଓସିସି ବା ଓଡିଶା କନ୍ଷ୍ଟ୍ରକସନ୍ କର୍ପୋରେସନ୍ । ତେବେ କେନାଲ ଉପରେ ଚାଷ ଓ ଶିଳ୍ପ ପାଇଁ ପାଣି ବର୍ଷ ସାରା ରହୁଥିବାରୁ ଏହି ନିର୍ମାଣ କାମ ସରିବା ପାଇଁ ସମୟ ଲାଗିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ । ପ୍ରାୟ ୧୯୮ଟି ପାଇଲିଂ, ୪ଟି ପିଲର ଓ ୨ ଆବଟ୍ମେଣ୍ଟରେ ଛିଡା ହେବ ପୋଲ । ଯାହାରଲମ୍ବ ୫୦ ମିଟର ଓ ପ୍ରସ୍ଥ ୬ ଦଶମିକ ୫ ମିଟର ।ଏଥିପାଇଁ ୬ କୋଟି ୨୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଆସନ୍ତା ୧୮ ତାରିଖ ସୁଦ୍ଧା ପିଲାର ଉପରେ ଦୁଇଟି ସ୍ଲାବ୍ ପଡିବ ବୋଲି ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ପୋଲ ନିର୍ମାଣଶେଷ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି….