ଉଦ୍ଧାର ହେଲା ଶତାୟୁ ତକ୍ଷକ ନାଗ! ୯୦୦ ବର୍ଷ ପୁରୁଣା ଏହି ସାପ ବୋଲି ଦାବି କଲେ ଜଙ୍ଗଲ ଅଧିକାରୀ, ସାପଙ୍କ ଆୟୁଷକୁ ନେଇ ଆରମ୍ଭ ହେଲା ବିତର୍କ…

Published By : Prameya-News7 Bureau | August 28, 2019 IST

ଲକ୍ଷ୍ମୀପୁର୨୮|୮: ଏବେ କିଛି ଦିନ ତଳେ ଏକ ବୟସ୍କ ତକ୍ଷକ ନାଗ ଉଦ୍ଧାର ହୋଇଛି। ଏହି ତକ୍ଷକ ସାପର ବୟସ ୯୦୦ ବର୍ଷ ବୋଲି କୁହାଯାଉଛି। ତକ୍ଷକ ନାଗ ଆଜିପର୍ଯ୍ୟନ୍ତ କେହି ଦେଖିନଥିବାବେଳେ ଲକ୍ଷ୍ମୀପୁର ବୁଦ୍ଧପାର୍କର ଜଣେ ରେଞ୍ଜର ଉଦ୍ଧାର ହୋଇଥିବା ସାପଟିକୁ ବିରଳ ତକ୍ଷକ ନାଗ ବୋଲି ଚିହ୍ନଟ କରିବା ସହ ଏହାର ବୟସ ଶତାଧିକ ବୋଲି କହିଛନ୍ତି । ପୁରାଣରେ ତକ୍ଷକ ନାଗ ସମ୍ପର୍କରେ ବିଶେଷ ବରଣ୍ଣନା ରହିଥିବାବେଳେ ବାସ୍ତବରେ ଯେ ତକ୍ଷକ ନାଗ ରହିଛି ଓ ପୁରାମ କାଳରୁ ଆଜି ପର୍ଯ୍ୟନ୍ତ ଜୀବୀତ ରହିଛି ଏହା କେହି ବିଶ୍ବାସ କରିପାରୁ ନାହନ୍ତି । ଅପରପକ୍ଷରେ ସାପମଙ୍କ ବୟସ ନେଇ ଜୋର ସୋର ଚର୍ଚ୍ଚା ହେବା ଆରମ୍ଭ ହୋଇଛି।

{"id":150044}

ଅଧିକାଂଶ ଲୋକେ ସାପର ଆୟୁଷ କେତେ ତାହା ଜାଣିନଥାନ୍ତି। ଜଙ୍ଗଲ ଅଧିକାରୀଙ୍କ କଥାକୁ ଯଦି ବିଶାସକୁ ନିଆଯାଏ ତଥାପି ମନରେ ପ୍ରଶ୍ନ ଉଠୁଛି ଯେ, ସାପ କଣ ବାସ୍ତବରେ ୧୦୦ରୁ ଅଧିକ ବର୍ଷ ଜିବୀତ ରୁହନ୍ତି। ତେବେପ୍ରାଣୀ ବିଜ୍ଞାନୀଙ୍କ ମତରେ ସାପଙ୍କର ଆୟୁଷ କେତେ ଆସନ୍ତୁ ଜାଣିବା…

{"id":150041,"width":582,"height":451}

ଭାରତୀୟ ପୁରାଣ ଅନୁସାରେ ପ୍ରାଚୀନ କାଳରେ ସାପଙ୍କ ଆୟୁ ଅଧିକ ବୋଲି କୁହାଯାଉଥିଲା। ଏହାର ପୌରାଣିକ ତଥ୍ୟ ଅନୁସାରେ ତକ୍ଷକ ସାପଙ୍କ ଆୟୁଷ ଅଧିକ ହୋଇଥାଏ। ହେଲେ ବିଜ୍ଞାନ ଅନୁସାରେ ଦୁନିଆର କୌଣସି ସାପ ୪୦-୪୫ ବର୍ଷରୁ ଅଧିକ ବଞ୍ଚନ୍ତି ନାହିଁ। ପୁରାଣ ଅନୁସାରେ ପାତାଳରେ ରହୁଥିବା ୮ ପ୍ରକାର ନାଗଙ୍କ ମଧ୍ୟରୁ ଗୋଟେ ପ୍ରଜାତିର ହେଉଛି ତକ୍ଷକ ନାଗ ।

{"id":150045}

ତକ୍ଷକ ନାଗ କଶ୍ୟପ ଋଷିଙ୍କ ପୁତ୍ର ଥିଲେ। ଘଟଣାଚକ୍ର ଓ ଶ୍ୟାପ କାରଣରୁ ରାଜା ପରୀକ୍ଷିତଙ୍କୁ ଏହି ସର୍ପ ଦଂଶନ କରିଥିଲା। ତକ୍ଷକ ଦଂଶନରେ ପରିକ୍ଷୀତଙ୍କ ମୃତ୍ୟୁ ହେବା ଫଳରେ ତାଙ୍କୁ ପୁତ୍ର ଜନ୍ମେଜୟ କ୍ଷୁବ୍ଧ ଓ କ୍ରୋଧିତ ହୋଇଥିଲେ । ପ୍ରତିଶୋଧ ପରାୟଣ ହୋଇ ସଂସାରରୁ ସର୍ପ ବଂଶକୁ ସମୂଳେ ଧ୍ବଂସ କରିବା ପାଇଁ ପଣ କରିଥିଲେ । ସେଥିପାଇଁ ସର୍ପମେଧ ଯଜ୍ଞର ଆୟୋଜନ କରିଥିଲେ ।

{"id":150049}

ଏହା ଜାଣିବାପରେ  ତକ୍ଷକ ଭୟରେ ଦେବରାଜ ଇନ୍ଦ୍ରଙ୍କ ନିକଟରେ ଶରଣ ପଶିଥିଲେ । ତକ୍ଷକକୁ ଛାଡିଦେବା ଲାଗି ଇନ୍ଦ୍ରଙ୍କୁ ଜନ୍ମଜୟ କହିଥିଲେ।ତେବେ ଇନ୍ଦ୍ର ଦେବ ତକ୍ଷକକୁ ଶରଣ ଦେବା ସହ ଅଭୟ ପ୍ରଦାନ କରିଥିଲେ । କ୍ଷୁବ୍ଧ ହୋଇ ରାଜା ଜନ୍ମଜୟ ତକ୍ଷକ ସହ ଇନ୍ଦ୍ର ଦେବଙ୍କୁ ମଧ୍ୟ ଭସ୍ମ କରିବାକୁ ପଦକ୍ଷେପ ନେଇଥିଲେ। ଯଜ୍ଞରେ ବସି ମନ୍ତ୍ର ଉଚ୍ଚାରଣ କରିବା ସମୟରେ ତକ୍ଷକ ନାଗଙ୍କ ସହ ଇନ୍ଦ୍ର ଦେବ ମଧ୍ୟ ଟାଣି ହୋଇ ଆସୁଥିଲେ । ଫଳରେ ଦେବରାଦଜ ଇନ୍ଦ୍ର ତକ୍ଷକଙ୍କୁ ଛାଡିଦେଇଥିଲେ। ତକ୍ଷକ ଅଗ୍ନିକୁଣ୍ଡରେ ଧ୍ବଂସ ହେବା ପୂର୍ବରୁ ରାଜା ଜନ୍ମଜୟଙ୍କୁ ପ୍ରାର୍ଥନା କରି ଜୀବନ ଭିକ୍ଷା କରିଥିଲା ।  ତକ୍ଷକଙ୍କ ପ୍ରାଣ ବଞ୍ଚିଯାଇଥିଲା।

{"id":150046,"width":557,"height":557}

 ଏହି ପ୍ରଜାତିର ସାପଙ୍କୁ ତକ୍ଷକ କୁହାଯାଉଥିଲା। ତକ୍ଷକ ନାଗଙ୍କ ରଂଗ, ଆକାର, ପ୍ରକାର ଅତ୍ୟନ୍ତ ନିଆରା ହୋଇଥାଏ। ପ୍ରାଚୀନ କାଳରେ ତକ୍ଷକ ନାଗଙ୍କୁ ପୂଜା ମଧ୍ୟ କରାଯାଉଥିଲା। ସାଧାରଣତଃ ସାପ ୨ ବର୍ଷ ମଧ୍ୟରେ ବଡ ହୋଇଯାଏ। ଏହା ସେମାନଙ୍କ ପ୍ରଜାତି, ଓଜନ ଓ ଲମ୍ବ ଉପରେ ନିର୍ଭର କରେ। କିଛି ପ୍ରଜାତିର ସାପ ୪ ବର୍ଷ ବୟସରେ ବଢନ୍ତି। ଗୋଟେ ବର୍ଷରେ ସାପ ମାତ୍ର କିଛି ସେଣ୍ଟିମିଟର ବଢେ। ବୟସ ବଢିବା ସହ ତାଙ୍କ ରଂଗ ମଧ୍ୟ ଫିକା ପଡିଯାଏ।

{"id":150042,"width":567,"height":380}

ସାଧାରଣତଃ ସାପ ୧୦-୧୫ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି। କିଛି ସାପ ୨୫ ଯାଏଁ ମଧ୍ୟ ଜୀବିତ ରୁହନ୍ତି। ସବୁଠୁ ଅଧିକ କିଙ୍ଗ କୋବ୍ରା ବା ଅହିରାଜସାପ ବଞ୍ଚନ୍ତି। ସେମାନଙ୍କ ଆୟୁଷ ୪୦-୪୫ ବର୍ଷ ହୋଇଥାଏ। ଛୋଟ ଜାତିର ସାପ ୧୦-୧୫ ବର୍ଷ ବଞ୍ଚନ୍ତି। ଅଜଗର ସାପ ୨୫-୪୦ ଯାଏଁ ଜୀବିତ ରୁହନ୍ତି। ସାପୁଆ କେଳାଙ୍କ କହିବା ଅନୁସାରେ ଜଙ୍ଗଲରେ ରହୁଥିବା ସାପ ଅଧିକ ବର୍ଷ ବଞ୍ଚନ୍ତି। ସେମାନେ ୧୦୦ରୁ ଅଧିକ ବର୍ଷ ବଞ୍ଚିଥିବା ସାପ ଦେଖିଥିବା କୁହନ୍ତି ।

{"id":150047}

ସାପମାନେ ମୁଷା, କୀଟ, ପତଙ୍ଗ,ବେଙ୍ଗ, ଝିଟିପିଟି ଆଦି ଖାଇ ବଞ୍ଚନ୍ତି। ଅଜଗର ଭଳି ବଡ ପ୍ରଜାତିର ସାପ ପଶୁମାନଙ୍କୁ ମଧ୍ୟ ଗିଳିଦିଅନ୍ତି। ସମଗ୍ର ବିଶ୍ବରେ ୨୫୦୦-୩୦୦୦ ପ୍ରଜାତିର ସାପ ଅଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୧୫୦-୨୦୦ ପ୍ରଜାତିର ସାପ ବିଷାକ୍ତ ହୋଇଥାନ୍ତି। ଭାରତରେ ପାଖାପାଖି ୨୪୦ ପ୍ରଜାତିର ସାପ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରଜାତିର ସାପ ବିଷାକ୍ତ।

{"id":150048}

ଏବେ ଲକ୍ଷ୍ମୀପୁରରୁ ମିଳିଥିବା ବିରଳ ସାପକୁ ତକ୍ଷକ ନାଗ ବୋଲି ଜଙ୍ଗଲ ଅଧିକାରୀ ଅଭିହିତ କରିବାପରେ ଏହାକୁ ନେଇ ବିତର୍କର ସୂତ୍ରପାତ ହୋଇଛି । ତେବେ ତକ୍ଷକ ନାଗକୁ ଦେଖିବା ପଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.